Latest Odisha News

BREAKING NEWS

ଚଳିତବର୍ଷ ରାଜ୍ୟରେ ହେବନି ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା

ଭୁବନେଶ୍ୱର: ଚଳିତବର୍ଷ ରାଜ୍ୟରେ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ହେବ ନାହିଁ । କରୋନା ଯୋଗୁ ଏବର୍ଷ ପରୀକ୍ଷା ହୋଇ ନାହିଁ । ବିକଳ୍ପ ମୂଲ୍ୟାନ ପଦ୍ଧତିରେ ରେଜଲ୍ଟ ପ୍ରକାଶ ପାଇଛି । ଏହାପରେ ସପ୍ଲିମେଣ୍ଟାରୀ ପରୀକ୍ଷା ହେବ ନାହିଁ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ନମ୍ବରକୁ ନେଇ ଅସନ୍ତୁଷ୍ଟ ଥିଲେ, ଫେଲ୍ ହୋଇଥିଲେ କିମ୍ବା ଫର୍ମ ପୂରଣ କରି ନଥିବା ଛାତ୍ରଛାତ୍ରୀଙ୍କ ପାଇଁ ବିକଳ୍ପ ପରୀକ୍ଷା ବ୍ୟବସ୍ଥା ପାଇଁ ନିଷ୍ପତ୍ତି ହୋଇଛି । ଏଥିପାଇଁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷାକୁ ବାତିଲ କରାଯାଇଛି ।

ବିକଳ୍ପ ପରୀକ୍ଷା ଅଗଷ୍ଟ ମାସ ସୁଦ୍ଧା ସାରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର । ତେଣୁ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ହାତରେ ବେଶୀ ସମୟ ନାହିଁ । ସପ୍ଲିମେଣ୍ଟାରୀ ପରୀକ୍ଷା ନହେଲେ ବି ହାଇସ୍କୁଲ ସାର୍ଟିଫିଟେକରୁ ବଞ୍ଚିତ ହୋଇଥିବା ଛାତ୍ରଛାତ୍ରୀ ଜୁଲାଇ ୫ ତାରିଖରେ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ ଫର୍ମପୂରଣ କରି ପରୀକ୍ଷା ଦେଇ ପାରିବେ ।

Leave A Reply

Your email address will not be published.