ସସ୍ମିତା ମହାପାତ୍ର
ଅଗଣିତ ମୁଖା ତଳେ
ଅନେକ ଚେହେରା ଖେଳେ,
ଅନେକ ରୂପରେ ଭାସେ ନୁହେଁ ପରଖି ।
ଅତି ଆପଣାର କେବେ
ଅଝଟିଆ ମନୋଭାବେ,
ଅତି ଆଦର ଚଦର ଢାଙ୍କଇ କଷି ।
ଅଳପ ଦେଖାଏ ଢଙ୍ଗ
ଅଳପ ଅଳପ ଅଙ୍ଗ,
ଅଳପରେ ଅଙ୍କାବଙ୍କା ଭାବ ପ୍ରକାଶି ।
ଅତନୁରୁ ତନୁଧାରୀ
ଅଳ୍ପ ତୋଷାମଦ କରି,
ଅତରରେ ସୁବାସିତ କରେ ଚୌରାଶି ।
ଅନାମ ପିନ୍ଧିଛି ମୁଖା
ଅଜାଣତେ ଅଣଦେଖା,
ଅଇରି ବରଇ କେତେ ନାଟ ପରଷି ।
ଅଥଳ ସାଗର ଜଳେ
ଅଗୋଚର ମୀନ ଖେଳେ,
ଅହୋରାତ୍ର କରେ ମନେ କେତେ ଫିସାଦ ।
ଅଜଗା ଜଗିଛି ଘର
ଅପଥରେ ତରତର,
ଅଗମ୍ଯ ପଥ ଅଣ୍ଡାଳେ କୂଳରେ ବସି ।
ଅମା ଅନ୍ଧକାର ମଣି
ଅତିଥି ଆପେ ନ ଜାଣି,
ଅଚିହ୍ନା ମୁଖାର ତଳେ ମୁରୁକି ହସି ।
ଅନାମ ଶୁଣ ତୁ ବାରେ
ଅଥୟ ଥୟ ହୁଅରେ,
ଅମୃତ ଲଭିବା ଲାଗି କର ପ୍ରୟାସ ।
ଅନ୍ଧାର ମୁଖା ବରଜ
ଅଚିରେ ଲଭିବୁ ତେଜ,
ଅଂଶୁମାନ ଅଭ୍ଯନ୍ତରେ ଛନ୍ତି ପ୍ରକାଶି ।
ଅବୋଲକରାରେ ଶୁଣ
ଅଣ ଅକ୍ଷରେ ଟୈତନ୍ଯ,
ଅଣଦେଖା କର ମୁଖା ମୁକୁର ଦେଖି ।
ଅନାମ ଅଳପ ହସି
ଅଧମ ନୀଡେ ବିକଶି,
ଅଚିରେ କରେ ଧାବନ ତିନୋଟି ସଖୀ ।
ପୁରୁଣା ଭୁବନେଶ୍ଵର
୯୯୩୭୫୮୧୬୮୩
Comments are closed.