Latest Odisha News

BREAKING NEWS

ଗୋଟିଏ ଟିଭି ସିରିଜରେ ୩୦୦ ଚରିତ୍ର, ବିଶ୍ୱ ରେକର୍ଡ ସ୍ଥାପନ କଲେ ଆସିଫ୍

ମୁମ୍ବାଇ: ପପୁଲାର୍ କମେଡି ଟିଭି ସିରିଜ୍ ଭାବିଜୀ ଘର ପର୍ ହୈ । ଏହି ସିରିଜର ଜଣାଶୁଣା ଚରିତ୍ର ବିଭୂତି ନାରାୟଣ ମିଶ୍ର ଓରଫ ଆସିଫ୍ ଶେଖଙ୍କୁ କିଏ ବା ନ ଜାଣେ । ପଡିଶାଙ୍କ ସ୍ତ୍ରୀ ସହ ଫ୍ଲର୍ଟିଂ ଓ ମଜାକିଆ ଅନ୍ଦାଜରେ ବିଭୂତିଙ୍କ ଚରିତ୍ର ସବୁଠୁ ଅଧିକ ଚର୍ଚ୍ଚାରେ ରହିଛି ।

ହେଲେ ଅନେକ ହୁଏ ତ ଜାଣିନଥିବେ ଯେ, ଏହି ସିରିଜରେ ବିଭୂତି ଓରଫ ଆସିଫ୍ ଗୋଟିଏ କି ଦୁଇଟି ନୁହେଁ ବରଂ ୩୦୦ ଭିନ୍ନଭିନ୍ନ ଚରିତ୍ରରେ ଦର୍ଶକଙ୍କ ମନୋରଂଜନ କରିଆସିଛନ୍ତି । ଖାସ ଏହି ନିଆରା ସଫଳତା ପାଇଁ ତାଙ୍କୁ ଲଣ୍ଡନ ୱାର୍ଲଡ୍ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ମିଳିଛି ।

 

View this post on Instagram

 

A post shared by Aasif Sheikh (@iaasifsheikhofficial)

ରେକର୍ଡ ବୁକରେ ସ୍ଥାନ ହାସଲ କରିବା ନେଇ ଖୋଦ ଆସିଫ୍ ସର୍ଟିଫିକେଟ୍ ସହ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ନିଜ ଖୁସୀ ଜାହିର କରିବା ସହ ଦର୍ଶକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ୧୯୮୪ରେ ଟିଭି ସିରିଜ୍ ହମ୍ ଲୋଗ ଜରିଆରେ ଆସିଫ ନିଜ ଅଭିନୟ କ୍ୟାରିଅର ଆରମ୍ଭ କରିଥିଲେ । ଏହା ପରେ ଅନେକ ଟିଭି ସିରିଜ୍ ଓ ଫିଲ୍ମରେ ତାଙ୍କୁ ଦେଖିବାକୁ ମିଳିଥିଲା । ନିଜ କ୍ୟାରିଅରରେ ଆସିଫ୍ ୟୁଗ, ଚାମ୍ପିୟନ୍, ତନହା, ମୁସ୍କାନ୍, ଗୁଲ୍ ସନୋବର୍, ଚନ୍ଦ୍ରକାନ୍ତା, ୟେସ୍ ବସ୍, ଦିଲ ମିଲ ଗୟା, ସିଆଇଡି ଓ ଚିଡିୟାଘର ଭଳି ପପୁଲାର ଟିଭି ସିରିଜ୍ରେ ଅଭିନୟ କରିଛନ୍ତି ।

Leave A Reply

Your email address will not be published.