ବର୍ମିଂହାମ: ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ୫ମ ଥର ପାଇଁ ଭାରତୀୟ ମହିଳା ହକି ଦଳ ସେମିଫାଇନାଲରେ ପ୍ରବେଶ କରିଛି । ବୁଧବାର ଚତୁର୍ଥ ଗ୍ରୁପ ମ୍ୟାଚରେ ଭାରତ ୩-୨ର କାନାଡାକୁ ପରାସ୍ତ କରିଥିଲା । କାନାଡା ସେମି ଦୌଡରୁ ବାଦ ପଡିଛି । ଭାରତ ପାଇଁ ଏହି ମ୍ୟାଚରେ ସଲିମା ଟେଟେ, ନବନୀତ କୌର ଓ ଲାଲରେମ୍ସିୟାମି ଗୋଲ ସ୍କୋର କରିଥିଲେ । ବ୍ରାଏନ ଷ୍ଟେୟର୍ସ ଓ ହନ୍ନା ହ୍ୟନ କାନାଡ ପକ୍ଷରୁ ଗୋଲ ଦେଇଥିଲେ । ୫ ଅଗଷ୍ଟରେ ଭାରତ ସେମିରେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ଭେଟିବ । ପୂର୍ବରୁ ଭାରତ ୫-୦ ଗୋଲରେ ଘାନାକୁ ଏବଂ ୩-୧ରେ ୱେଲ୍ସକୁ ପରାସ୍ତ କରିଥିଲା । ଇଂଲଣ୍ଡ ବିପକ୍ଷରେ ଦଳ ପରାଜୟବରଣ କରିଥିଲା । ଗତ ସଂସ୍କରଣରେ ଭାରତ ଅଳ୍ପକେ ବ୍ରୋଞ୍ଜ ପଦକ ସୁଯୋଗ ହାତଛଡା କରିଥିଲା ।
BREAKING NEWS
- Spying For Pakistan: ପାକ୍ ଗୁପ୍ତଚରଙ୍କୁ ଗୋପନୀୟ ତଥ୍ୟ ପଠାଉଥିବା ଅଭିଯୋଗରେ ଅବସରପ୍ରାପ୍ତ IAF ଅଧିକାରୀ ଗିରଫ
- Odisha Masters 2025:ଡିସେମ୍ବର ୧୪ରେ ଫାଇନାଲ ମ୍ୟାଚ; ଏହି ଭାରତୀୟ ଖେଳାଳୀ ଦେଖାଇବେ ଦମ୍
- କୃଷିର ନିରନ୍ତର ଅଭିବୃଦ୍ଧି ପାଇଁ ଶୀତଳ ଭଣ୍ଡାର ଏକ ସହାୟକ ପରିବେଶ ସୃଷ୍ଟି କରିବ: କୃଷି ମନ୍ତ୍ରୀ
- ପରଲୋକରେ ବରିଷ୍ଠ ସାମ୍ବାଦିକ ଦୁଲାଲ ମିଶ୍ର
- ଟାଟା ଷ୍ଟିଲ୍ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣରେ ସମ୍ବର୍ଦ୍ଧିତ ହେଲେ ରାଜ୍ୟର ୩୦ ଛାତ୍ରଛାତ୍ରୀ; ଯିବେ ISRO
- ବନ୍ଦେ ଭାରତ ଟ୍ରେନରେ ମିଳିବ ସ୍ଥାନୀୟ ଖାଦ୍ୟ, ପରେ ଅନ୍ୟ ଟ୍ରେନରେ ବି ହେବ ଉପଲବ୍ଧ…
- ସତରେ କଣ ଘରର ସୁନା ଯୋଗିଥାଏ ସାପ ? କ’ଣ କହୁଛି ଧର୍ମ…
- ଆପଣଙ୍କ ଶରୀରରେ ରହିଛିକି ଭିଟାମିନ ଡି ଅଭାବ: ସାବଧାନ! ମନକୁ ଆସିପାରେ ଆତ୍ମତ୍ୟା କରିବାର ଚିନ୍ତା…
- ନିଜ ଦେହର ମାଂସ ଖାଇଗଲେ କଏଦୀ ! ଛାତିଥରା ଘଟଣା
- ଆପଣଙ୍କ ପାସୱାର୍ଡ ଆଉ ଜଣଙ୍କ ପାଖରେ! ଜାଣନ୍ତୁ କିଏ…
Comments are closed.