Latest Odisha News

BREAKING NEWS

ଅର୍ଚ୍ଚନା ନାଗ ମାମଲା, ୪ ଅଭିଯୁକ୍ତଙ୍କ ବିରୋଧରେ ୨୨୪୧ ପୃଷ୍ଠାର ଚାର୍ଜସିଟ୍ ଦାଖଲ କଲା ଇଡି

ଭୁବନେଶ୍ୱର: ଲେଡି ବ୍ଲାକମେଲର ଅର୍ଚ୍ଚନା ମାମଲାରେ ଚାର୍ଜସିଟ୍ ଦାଖଲ କରିଛି ଇଡି । ୪ ଅଭିଯୁକ୍ତ ଅର୍ଚ୍ଚନା ନାଗ, ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କ ସହ ସହଯୋଗୀ ଖଗେଶ୍ୱର ପାତ୍ର ଓ ଶ୍ରଦ୍ଧାଞ୍ଜଳି ବେହେରାଙ୍କ ନାଁରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚାର୍ଜସିଟ୍ ଦାଖଲ କରିଛି ।

ଭୁବନେଶ୍ୱର ସେସନ୍ସ କୋର୍ଟରେ ଇଡି ପକ୍ଷରୁ ୪ ଜଣଙ୍କ ବିରୋଧରେ ୨୨୪୧ ପୃଷ୍ଠାର ଚାର୍ଜସିଟ୍ ଦାଖଲ ହୋଇଥିବା ସୂଚନା ମିଳିଛି । ଇଡି ଦାଖଲ କରିଥିବା ଚାର୍ଜସିଟରେ ମନି ଲଣ୍ଡରିଂ ମାମଲାରେ ବ୍ଲାକମେଲିଂର ଅଡିଓ, ଭିଡିଓ ପ୍ରମାଣ ରହିଥିବା ଜଣାପଡ଼ିଛି ।

ଅର୍ଚ୍ଚନା ନାଗ ଅନେକ ବଡ଼ ବଡ଼ିଆଙ୍କୁ ବ୍ଲାକମେଲିଂ କରି କୋଟି କୋଟି ଟଙ୍କା ଠକିଥିବା ଅଭିଯୋଗ ହୋଇଥିଲା । ପ୍ରଥମେ ପୋଲିସ ଅକ୍ଟୋବର ୬ରେ ଅର୍ଚ୍ଚନାଙ୍କୁ ଗିରଫ କରିବା ପରେ ବନ୍ଧା ହୋଇଥିଲେ ସ୍ୱାମୀ ଜଗବନ୍ଧୁ । ପୋଲିସ ତଦନ୍ତ ଶିଥିଳ ନେଇ ସମସ୍ତେ ଅଭିଯୋଗ କରିଥିବା ବେଳେ ଇଡି ଆରମ୍ଭ କରିଥିଲା ତଦନ୍ତ ।

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଖଗେଶ୍ୱର ପାତ୍ରଙ୍କୁ ଗିରଫ କରିବା ସହ ମାମଲାରେ ପ୍ରାୟ ୧୫ରୁ ଅଧିକ ଜଣଙ୍କୁ ଜେରା କରିଥିଲା । ଖଗେଶ୍ୱର, ଅର୍ଚ୍ଚନା ଓ ଜଗବନ୍ଧୁଙ୍କୁ ରିମାଣ୍ଡରେ ନେଇ ଜେରା କରିଥିଲା ଇଡି । ଗତ ସପ୍ତାହରେ ଇଡି ଝାରପଡ଼ା ଜେଲରେ ଅର୍ଚ୍ଚନା ଓ ଖଗେଶ୍ୱରଙ୍କୁ ମଧ୍ୟ ପଚରାଉଚରା କରିଥିଲା । ଏବେ ୪ ଜଣଙ୍କ ବିରୋଧରେ ଚାର୍ଜସିଟ୍ ଇଡି ଦାଖଲ କରିଥିବାରୁ ଆଗକୁ ଶ୍ରଦ୍ଧାଞ୍ଜଳିଙ୍କୁ ଗିରଫ କରିବା ସମ୍ଭାବନା ରହିଛି ।

Leave A Reply

Your email address will not be published.