Latest Odisha News

BREAKING NEWS

‘ନାଟୁ ନାଟୁ’ ଓସ୍କାର ପାଇଁ ମନୋନୀତ, କିଏ ଏହି ଗୀତର ଲେଖକ ଏବଂ ମ୍ୟୁଜିକ କମ୍ପୋଜର ?

ନୂଆଦିଲ୍ଲୀ: ଚଳିତ ବର୍ଷ ଓସ୍କାର ପାଇଁ ଭାରତର ଏକମାତ୍ର ଫିଲ୍ମ ଭାବେ ଦକ୍ଷିଣ ଭାରତର ଫିଲ୍ମ ଆରଆରଆରର ‘ନାଟୁ ନାଟୁ’ ଗୀତ ନୋମିନେଟେ ହୋଇଛି। ବେଷ୍ଟ ଅରିଜିନାଲ ସଙ୍ଗ କ୍ୟାଟାଗୋରୀରେ ୫ଟି ଫିଲ୍ମର ଗୀତ ସାମିଲ ହୋଇଛି। ଏଥିରେ ଏସ୍ ଏସ ରାଜାମୌଲିଙ୍କ ଫିଲ୍ମ ଆରଆରଆରର ‘ନାଟୁ ନାଟୁ’ ଗୀତ ରହିଛି।

ମଙ୍ଗଳବାର ବେଭର୍ଲି ହିଲ୍ସରେ ନୋମିନେସନ ଅବସରରେ ଓସ୍କାରର ଆୟୋଜକ ରିଜ୍ ଅହମ୍ମଦ ଓ ଆଲିସନ୍ ବିଲିୟମ୍ସ ଏହି ସୂଚନା ଦେଇଛନ୍ତି। ଚଳିତ ବର୍ଷର ଉତ୍ସବ ମାର୍ଚ୍ଚ ୧୨ରେ ଲସ୍ ଏଞ୍ଜେଲସରେ ଏହି ଅନୁଷ୍ଠିତ ହେବ। ଶେଷ ଥର ପାଇଁ ୨୦୦୯ରେ କୌଣସି ଭାରତୀୟ ଚଳଚ୍ଚିତ୍ରର ସଙ୍ଗୀତ ପାଇଁ ଓସ୍କାର ପୁରସ୍କାର ଜିତିଥିଲେ। ଯେତେବେଳେ ବ୍ରିଟନ୍ ଡାନି ବଏଲଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ସ୍ଲମଡଗ୍ ମିଲେନିୟର’ର ‘ଜୟ ହୋ’ ଗୀତ ପାଇଁ ଏ. ଆର. ରେହମାନ ଶ୍ରେଷ୍ଠ ମୂଳ ଗୀତ ଏବଂ ଶ୍ରେଷ୍ଠ ମୂଳ ସଙ୍ଗୀତର ପୁରସ୍କାର ଜିତିଥିଲେ। ଅର୍ଥାତ୍ ୧୩ ବର୍ଷ ପରେ ଭାରତ ଓସ୍କାରର ମୂଳ ଗୀତ କ୍ୟାଟାଗୋରୀରେ ସାମିଲ ହୋଇଛି।

ଗତବର୍ଷ ଆରଆରଆର ଫିଲ୍ମଟି ରିଲିଜ ହୋଇ ବିଶ୍ୱବ୍ୟାପୀ ହିଟ୍ ହୋଇସାରିଛି। ଏହି ସଫଳତା ପରେ ସେଲିବ୍ରିଟିଙ୍କ ଠାରୁ ପ୍ରଶଂସକଙ୍କୁ ଅଭିନନ୍ଦନର ସୁଅ ଛୁଟିଛି ସୋଶିଆଲ ମିଡିଆରେ।

ଆରଆରଆର ଫିଲ୍ମର ନାଟୁ ନାଟୁ ଗୀତ ନୋମିନେଟ ହେବା ପରେ ସୋସିଆଲ ମିଡିଆରେ ଏହାକୁ ନେଇ ଚର୍ଚ୍ଚା ବଢ଼ିଛି। ଲୋକମାନେ ଟ୍ୱିଟ୍ ମାଧ୍ୟମରେ ନିଜର ଖୁସି ସେୟାର କରିଛନ୍ତି। ଏହି ଗୀତରେ ସାଉଥ ସୁପରଷ୍ଟାର ‘ରାମ ଚରଣ’ ଏବଂ ‘ଜୁନିଅର ଏନଟିଆର’ଙ୍କ ଡ୍ୟାନ୍ସ ଧମାକା ଦେଖିବାକୁ ମିଳିଛି। ଉଭୟଙ୍କ ଡ୍ୟାନ୍ସ ଶୈଳୀ ଲୋକଙ୍କୁ ବେଶ ମୁଗ୍ଧ କରିଥିଲା। ଗୀତର ହୁକ୍ ଷ୍ଟେପ୍ ଭାଇରାଲ୍ ହୋଇଥିଲାଲା। ଆଜି ବି ଲୋକମାନେ ଏହି ଗୀତର ହୁକ୍ ଷ୍ଟେପ୍ ଉପରେ ରିଲ୍ ତିଆରି କରନ୍ତି। ଏହି ଗୀତର ମ୍ୟୁଜିକ କମ୍ପୋଜର ‘ଏମ୍ କେରେବାନୀ’ ଏବଂ ‘ଚନ୍ଦ୍ର ବୋଷ’ ଏହାକୁ ଲେଖିଛନ୍ତି।

 ଏସ୍ ରାଜାମୌଲିଙ୍କ ଆରଆରଆର ଏହି ଲୋକପ୍ରିୟ ତେଲୁଗୁ ଗୀତ ପାଇଁ ଏହା ହେଉଛି ତୃତୀୟ ପ୍ରମୁଖ ଆନ୍ତର୍ଜାତୀୟ ନୋମିନେସନ। ଏହାପୂର୍ବରୁ ଏହି ଗୀତ ଶ୍ରେଷ୍ଠ ମୂଳ ଗୀତ ପାଇଁ ଗୋଲଡେନ୍ ଗ୍ଲୋବ ପୁରସ୍କାର ମଧ୍ୟ ପାଇସାରିଛି। ରିପୋର୍ଟ ଅନୁଯାୟୀ, ଏହି ଚଳଚ୍ଚିତ୍ର ସାରା ବିଶ୍ୱରେ ୧୨୦୦ କୋଟିରୁ ଅଧିକ ବ୍ୟବସାୟ କରି ଇତିହାସ ସୃଷ୍ଟି କରିଛି।

 

Comments are closed.