Latest Odisha News

BREAKING NEWS

ରେକର୍ଡ କଲା ରେଳ ବଜେଟ: ୨.୪୦ ଲକ୍ଷ କୋଟିର ବ୍ୟୟବରାଦ

ନୂଆଦିଲ୍ଲୀ: କେନ୍ଦ୍ରୀୟ ବଜେଟରେ ନିର୍ମଳା ସୀତାରମଣ ଆଜି ରେଳବାଇ ପାଇଁ ୨.୪୦ କୋଟି ବ୍ୟୟ ବରାଦ କରିଛନ୍ତି । ଏହି ଅନୁଦାନ ଏକ ରେକର୍ଡ । ରେଳବାଇ ପାଇଁ ଏତେ ବଡ ଅନୁଦାନ ଏ ପର୍ଯ୍ୟନ୍ତ ହୋଇ ନ ଥିଲା । ଏପରିକି ୨୦୧୪ ବଜେଟଠାରୁ ଏହା ୯ ଗୁଣ ଅଧିକ ।

୨୦୨୩ ଆର୍ଥିକ ବର୍ଷରେ ରେଳ ବିଭାଗକୁ ୧.୩୭ ଲକ୍ଷ କୋଟି ଟଙ୍କାର ବଜେଟ ସମର୍ଥନ ପାଇଥିବା ବେଳେ ରାଜସ୍ୱ ଖର୍ଚ୍ଚ ବାବଦରେ ୩,୨୬୭ କୋଟି ପାଇଛି। ଏହା ଗତବର୍ଷ ତୁଳନାରେ ୧୭% ଅଧିକ।  କେନ୍ଦ୍ର ସରକାର ଅନେକ ନୂଆ ଟ୍ରେନ ଓ ରେଳ ଲାଇନ ଆରମ୍ଭ କରାଯିବାକୁ ଲକ୍ଷ୍ୟ ରଖିଛନ୍ତି ।

ଅର୍ଥ ମନ୍ତ୍ରୀ କହିଛନ୍ତି, ରେଳ ଯାତ୍ରୀଙ୍କ ସୁବିଧା ପାଇଁ ରେଳ ବିଭାଗ ରାଜଧାନୀ, ଶତାବ୍ଦୀ, ତୁରନ୍ତ, ହମସଫର, ତେଜସ ପରି ପ୍ରମୁଖ ଟ୍ରେନର ୧୦୦ରୁ ଅଧିକ କୋଚକୁ ନବୀକରଣ କରିବା ଯୋଜନା ରଖାଯାଇଛି । ଏହି କୋଚଗୁଡିକୁ ଅତ୍ୟାଧୁନିକ କରାଯିବ ଏବଂ ଯାତ୍ରୀଙ୍କ ଆରାମ ପାଇଁ ବ୍ୟବସ୍ଥା କରାଯିବ ।

ରେଳବାଇର ପୁରୁଣା ଧାରଣାକୁ ବଦଳାଇବା ପାଇଁ ଗୁରୁତ୍ୱପୂର୍ଣ୍ଣ ଆବଣ୍ଟନ କରାଯିବାର ସମ୍ଭାବନା ରହିଛି  । କାରଣ ଅଧିକ ସ୍ଥାନକୁ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରାଯିବା ଯୋଜନା ରହିଛି  । ସେହିପରି ପର୍ଯ୍ୟଟକଙ୍କୁ ଆକର୍ଷଣ କରିବା ପାଇଁ ରେଳବାଇ ୧୦୦ ବିଷ୍ଟାଡମ କୋଚ ତିଆରି କରିବା ପାଇଁ ପ୍ରସ୍ତାବ ରଖିଛି ।

ଏହି ବଜେଟରେ ସରକାର ହାଇଡ୍ରୋଜେନ ଇନ୍ଧନ ଆଧାରିତ ୩୫ ଟ୍ରେନ, ୨, ୫୦୦ ନୂଆ ଡିଜାଇନର ଅଟୋମୋବାଇଲ ବାହାକ କୋଚ, ୫ ହଜାର ଏଲ ଏଚ ବି କୋଚ ଏବଂ ୫୮, ୦୦୦ ୱାଗନ ନିର୍ମାଣର ପ୍ରସ୍ତାବ ଦିଆଯାଇଛି ।

Leave A Reply

Your email address will not be published.