Latest Odisha News

BREAKING NEWS

ମାରୁତିର ଏହି କାର ଦେଇଥାଏ ୩୫ କିଲୋମିଟରର ମାଇଲେଜ

ନୂଆଦିଲ୍ଲୀ:ଆଜିକାଲି ପେଟ୍ରୋଲ ମୂଲ୍ୟ ଦିନକୁଦିନ ବଢୁଥିବାବେଳେ ମଧ୍ୟବିତ୍ତ ପରିବାରଟିଏ ଏମିତି ଏକ କାର ଖୋଜିଥାଏ ଯାହାକି ଭଲ ମାଇଲେଜ ଦେଇପାରିବ । ତେବେ ଭଲ ମାଇଲେଜ ସାଙ୍ଗକୁ ଭଲ ସର୍ଭିସିଂ ମଧ୍ୟ ମିଳୁଥିବା କାରକୁ ଲୋକ ଅଧିକ ପସନ୍ଦ କରନ୍ତି । ଆଉ ଭାରତରେ ମାରୁତି ସୁଜୁକି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବାବେଳେ ଆଜି ଆମେ ଆପଣଙ୍କୁ ମାରୁତି ସୁଜୁକିର ଏମିତି ଏକ କାର ବାବଦରେ କହିବୁ ଯାହାର ମାଇଲେଜକୁ ନେଇ ଚର୍ଚ୍ଚା ଜୋର ଧରିଛି । ବାସ୍ତବରେ ଆମେ ମାରୁତି ସୁଜୁକି ସେଲେରିଓ ବିଷୟରେ କହୁଛୁ । ମାରୁତି ସୁଜୁକି ସେଲେରିଓ ସିଏନଜି ଏହାର ସେଗମେଣ୍ଟରେ ସର୍ବାଧିକ ୩୫ କିଲୋମିଟରର ମାଇଲେଜ ଦେଇଥାଏ ।

ଏହି କାରର ମୂଲ୍ୟ ୫.୩୫ ଲକ୍ଷ, ଏକ୍ସ-ଶୋରୁମରୁ ଆରମ୍ଭ ହୋଇଥାଏ । ଏହି କାରର ଟପ୍ ମଡେଲ୍ ବଜାରରେ ୭.୧୩ ଲକ୍ଷ ଟଙ୍କା ଏକ୍ସ-ଶୋ’ରୁମରେ ମିଳୁଥିବାବେଳେ ଏହା ପେଟ୍ରୋଲରେ ଚାରୋଟି ଭାରିଆଣ୍ଟ ଏଲଏକ୍ସାଇ, ଭିଏକ୍ସାଇ, ଜେଡଏକ୍ସାଇ ଓ ଜେଡଏକ୍ସାଇ ପ୍ଲସରେ ଆସିଥାଏ । ଯେତେବେଳେ କି, ଭିଏକ୍ସାଇରେ ସିଏନଜିର ଏକମାତ୍ର ବିକଳ୍ପ ହୋଇଥିବାବେଳେ ଏହା ଉଭୟ ମାନୁଆଲ୍ ଏବଂ ଅଟୋମେଟିକ ଭର୍ସନରେ ଆସେ । କାରର ପେଟ୍ରୋଲ ପେଟ୍ରୋଲ ମାନୁଆଲ ଟ୍ରାନ୍ସମିଶନ ମଡେଲ ଲିଟର ପିଛା ୨୬ କିଲୋମିଟର ମାଇଲେଜ ଦେଉଥିବାବେଳେ ସିଏନଜି ମଡେଲରେ ଏହା ୩୫ କିଲୋମିଟରର ମାଇଲେଜ ଦେଇଥାଏ । କାରଟିରେ ସାତ ଇଞ୍ଚର ଟଚ୍ ସ୍କ୍ରିନ, ପୁସ୍-ବଟନ୍ ଷ୍ଟାର୍ଟ / ଷ୍ଟପ୍, କିଲେସ୍ ଏଣ୍ଟ୍ରି ଏବଂ ମାନୁଆଲ୍ ଏସି ରହିଛି । କାରଟିରେ ଡୁଆଲ୍ ଫ୍ରଣ୍ଟ ଏୟାରବ୍ୟାଗ, ଏବିଡି ସହିତ ଏବିଏସ୍ ଏବଂ ପଛ ପାର୍କିଂ ସେନ୍ସର ରହିଛି ।

Leave A Reply

Your email address will not be published.