କଲମ୍ବିଆ: କଥାରେ ଅଛି ପ୍ରେମ କେତେବେଳେ, କେଉଁଠି ଓ କାହାସହ ହେବ କହି ହେବ ନାହିଁ । କିନ୍ତୁ କଲମ୍ବିଆର ଜଣେ ଯୁବକ ଏମିତି ଜଣଙ୍କ ପ୍ରେମରେ ପାଗଳ ଯେ, ତାଙ୍କ ପ୍ରେମିକାକୁ ଯିଏ ଦେଖୁଛି ସେ ଡ଼ରୁଛି । ଯୁବକଙ୍କର ଏହି ଅଜବ ପ୍ରେମିକାକୁ ନେଇ ସୋସିଆଲ ମିଡ଼ିଆରେ ବେଶ୍ ଚର୍ଚ୍ଚା ।
କଲମ୍ବିଆରେ ରୁହନ୍ତି ଖ୍ରୀଷ୍ଟିଆନ ମୋଣ୍ଟେନେଗ୍ରୋ । ତାଙ୍କ ଗର୍ଲଫ୍ରେଣ୍ଡ ଦେଖିବାକୁ ସୁନ୍ଦର ନୁହଁନ୍ତି । ହେଲେ ସେ ତାଙ୍କୁ ପାଗଳ ପରି ଭଲ ପାଉଛନ୍ତି । ଗର୍ଲଫ୍ରେଣ୍ଡ ଦେଖିବାକୁ ଏତେ ବିକୃତ ଯେ, କୌଣସି ପୁଅ କିଛି ଘଣ୍ଟା ବିତାଇବା ସମ୍ଭବ ହେବ ନାହିଁ । ତଥାପି ମୋଣ୍ଟେ ତାଙ୍କୁ ଦୀର୍ଘ ବର୍ଷ ହେଲା ଭଲ ପାଇ ଆସୁଛନ୍ତି । ତାଙ୍କର ଏହି ଅଦ୍ଭୁତ ପ୍ରେମିକାକୁ ନେଇ ମୋଣ୍ଟେଏବେ ଖୁବ୍୍ ଚର୍ଚ୍ଚାରେ । ବାସ୍ତବରେ, ମୋଣ୍ଟେ ଏକ କପଡା ଡଲ୍କୁ ଭଲ ପାଉଛନ୍ତି । ସେ ତାଙ୍କ ନାମ ନାଟାଲିଆ ରଖିଛନ୍ତି । ସେ ଯେତେବେଳେ ଏକୁଟିଆ ଜୀବନ କାଟୁଥିଲେ ସେତେବେଳେ ନାଟାଲିଆ ହିଁ କେବଳ ତାଙ୍କ ପାଖରେ ଥିଲା । ସେବେଠାରୁ ସେ ତାକୁ ଭଲ ପାଇବସିଛନ୍ତି ।
ମୋଣ୍ଟେଙ୍କ ପୂର୍ବରୁ ୩୭ ବର୍ଷିୟ ମେରିଭୋନ୍ ରୋଚା ମୋରେସ୍ ଗତବର୍ଷ ଏକ କପଡ଼ା ଡ଼ଲକୁ ଭଲ ପାଇ ଆନୁଷ୍ଠାନିକ ସମାରୋହରେ ବିବାହ କରିଥିଲେ । ଯାହା ସେତେବେଳେ ଚର୍ଚ୍ଚା ଜୋର ଧରିଥିଲା ।
Comments are closed.