Latest Odisha News

BREAKING NEWS

ଏଥର ଏପ୍ରିଲରୁ ଜୁନ୍ ଅସହ୍ୟ ହେବ ଗରମ

ଭୁବନେଶ୍ୱର: ଚଳିତ ବର୍ଷ ଏପ୍ରିଲରୁ ଜୁନ୍ ମାସ ଯାଏ ଗ୍ରୀଷ୍ଣ ପ୍ରବାହ ଅସହ୍ୟ ହେବ । ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ, ସାଉଥ ପେଇଁସୁଲାର ଇଣ୍ଡିଆ (South Peninsular India) ଓ ଉତ୍ତରପଶ୍ଚିମ ଭାରତକୁ ବାଦ ଦେଲେ ଦେଶର ଅନ୍ୟ ସ୍ଥାନରେ ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ରହିବ ।

ଏପ୍ରିଲ୍ ମାସରେ ଦେଶର ଅଧିକାଂଶ ସ୍ଥାନରେ ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ରହିବ । କେନ୍ଦ୍ରୀୟ ଭାରତ, ପୂର୍ବ ଭାରତ ଓ ଉତ୍ତରପଶ୍ଚିମ ଭାରତରେ ଏପ୍ରିଲରୁ ଜୁନ୍ ୨୦୨୩ ଯାଏ ଅଧିକ ଗ୍ରୀଷ୍ଣ ପ୍ରବାହ ହେବ । ଏହାର ଅଧିକ ପ୍ରଭାବ ବିହାର, ଝାଡ଼଼ଖଣ୍ଡ, ପୂର୍ବ ଉତ୍ତରପ୍ରଦେଶ, ଓଡ଼ିଶା, ଗାଙ୍ଗେୟ ପଶ୍ଚିମବଙ୍ଗ, ଉତ୍ତର ଛତିଶଗଡ଼, ପଶ୍ଚିମ ମହାରାଷ୍ଟ୍ର, ଗୁଜରାଟ ସହ ପଶ୍ଚମ ଉତ୍ତରପ୍ରଦେଶ, ପଞ୍ଜାବ ଓ ହରିୟାଣାର କିଛି ସ୍ଥାନରେ ରହିବ ।

ପାଣିପାଗ ବିଭାଗର ଆକଳନ ଅନୁସାରେ, ଏପ୍ରିଲ୍ ମାସରେ ବର୍ଷା ସ୍ୱାଭାବିକ ପରିମାଣ ଠାରୁ କମ୍ ହେବ । ସେପଟେ ଓଡ଼ିଶାରେ ପଶ୍ଚିମା ଝଡ଼ ପ୍ରଭାବରେ ଲାଗି ରହିଥିବା କାଳବୈଶାଖୀ ସ୍ଥିତି ଆସନ୍ତାକାଲି ଠାରୁ ସୁଧୁରିବ । ଆଜି କାଳବୈଶାଖୀ ନେଇ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ରହିଛି ।

Comments are closed.