Latest Odisha News

BREAKING NEWS

ବିଜେପିକୁ ବନ୍ଦୀ ଭୟ, ମୋତେ କାଢ଼ିଲ ତୁମେ ହାରିବ!

ଭୁବନେଶ୍ୱର: ଆଗାମୀ ନିର୍ବାଚନକୁ ଆଖି ଆଗରେ ରଖି ବିଜେପି ନିଜର ସଂଗଠନ ସଜାଡ଼ିବା କାର୍ଯ୍ୟ ଆରମ୍ଭ କରିଛି। ବିଭିନ୍ନ ରାଜ୍ୟର ସଂଗଠନ ସହ ଜାତୀୟ ସଂଗଠନ ଓ ମନ୍ତ୍ରୀମଣ୍ଡଳରେ ବ୍ୟାପକ ପରିବର୍ତ୍ତନ ନେଇ ଚର୍ଚ୍ଚା ହେଉଛି। ଏହି ଅବସରରେ ଦେଶର ଚାରୋଟି ପ୍ରମୁଖ ରାଜ୍ୟ ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ପଞ୍ଜାବ ଓ ଝାଡ଼ଖଣ୍ଡରେ ରାଜ୍ୟ ସଭାପତି ପରିବର୍ତ୍ତନ କରିଛି ଦଳ।

ଏଭଳି ସ୍ଥିତିରେ ତେଲେଙ୍ଗାନାରେ ରାଜ୍ୟ ସଭାପତି ପରିବର୍ତ୍ତନକୁ ନେଇ ଅସନ୍ତୋଷ ବଢିଥିବା ଦେଖାଯାଇଛି। ତେଲେଙ୍ଗାନାରେ ବିଜେପିର ମଙ୍ଗ ସମ୍ଭାଳିଥିବା ବନ୍ଦୀ ସଞ୍ଜୟ କୁମାରଙ୍କୁ ସଭାପତି ପଦରୁ ବିଦା କରିବା ପରେ ସେ ଟ୍ୱିଟ ମାଧ୍ୟମରେ ନିଜର ଦୁଃଖ ଜଣାଇଛନ୍ତି।

ଏକ ଭାବପୁର୍ଣ ଟ୍ୱିଟ ମାଧ୍ୟମରେ ସେ ନିଜର ଅସନ୍ତୋଷ ଜାହିର କରିଥିବାରୁ ତେଲେଙ୍ଗାନାରେ ବିଜେପି ରାଜନୀତି ସରଗରମ ହୋଇଛି। ଜୀବନରେ କିଛି ଅଧ୍ୟାୟ ବନ୍ଦ ହେବା ପୂର୍ବରୁ ବନ୍ଦ କରିବାକୁ ପଡେ ବୋଲି ବିଦାୟୀ ସଭାପତି କହିଛନ୍ତି। ଯାହାକି ତେଲେଙ୍ଗାନା ବିଜେପିରେ ସବୁକିଛି ଠିକ ନ ଥିବା ଚର୍ଚ୍ଚାକୁ ବଢ଼ାଇ ଦେଇଛି।

ଆଉ କିଛି ମାସ ପରେ ରାଜ୍ୟରେ ବିଧାନସଭା ନିର୍ବାଚନ ଥିବାରୁ ଦଳୀୟ ସଂଜୟଙ୍କ ଏଭଲି ଟ୍ୱିଟ ରାଜନୈତିକ ଚର୍ଚ୍ଚାକୁ ବଢାଇଦେଇଛି। ପଡୋଶୀ କର୍ଣ୍ଣାଟକରେ ବଡ଼ ପରାଜୟ ପାଇଁ ଦଳର ଆଭ୍ୟନ୍ତରୀଣ କନ୍ଦଳକୁ ଅଧିକ ଦାୟୀ କରାଯାଉଛି। ଏପରିକି କର୍ଣ୍ଣାଟକରେ ବିଜେପି ନେତାଙ୍କ ମଧ୍ୟରେ ଲଢେଇ ଏବେ ତୀଵ୍ର ରୂପ ନେବାରେ ଲାଗିଛି।

ଏସବୁକୁ ଦୃଷ୍ଟିରେ ରଖି ତେଲେଙ୍ଗାନା ବିଜେପି ନେତାଙ୍କ ସହ ବାରମ୍ବାର ବୈଠକ କରିବା ପରେ ସଂଜୟ କୁମାରଙ୍କ ସ୍ଥାନରେ କେନ୍ଦ୍ରମନ୍ତ୍ରୀ ଜି କିଶନ ରେଡ୍ଡିଙ୍କୁ ରାଜ୍ୟ ବିଜେପି ସଭାପତି ଭାବେ ନିଯୁକ୍ତି ଦିଆଯାଇଛି। ତେଣୁ ଏହାକୁ ନେଇ ବିଦାୟୀ ସଭାପତି ସଞ୍ଜୟ କୁମାର ନିଜର କ୍ଷୋଭ ପ୍ରକାଶ କରିଛନ୍ତି।

ଏପରିକି ନିଜର କାର୍ଯ୍ୟକାଲ ମଧ୍ୟରେ କାହାକୁ ଯଦି ସେ କଷ୍ଟ ଦେଇଥାନ୍ତି ତାହେଲେ ତାଙ୍କୁ କ୍ଷମା କରିବାକୁ ସେ କହିଛନ୍ତି। ଏପରିକି ଦଳ ପାଇଁ ତେଲେଙ୍ଗାନାରେ ସେ ଗିରଫ ହେବା ସହ ଆକ୍ରମଣର ଶିକାର ହେବା ପ୍ରସଙ୍ଗକୁ ମନେ ପକାଇବା ସହ ସେ ସମୟରେ ତାଙ୍କ ସହ ଦଳୀୟ କର୍ମୀ ନେତା ଛିଡା ହୋଇଥିବାରୁ ସେ ଧନ୍ୟବାଦ ଦେଇଛନ୍ତି।

କେସିଆରଙ୍କ ସହ ଲଢେ଼ଇ ବେଳେ ଦଳୀୟ କର୍ମୀ ତାଙ୍କ ସହ ଛିଡା ହୋଇଥିବାରୁ ସେ କୃତଜ୍ଞତା ଜଣାଇଛନ୍ତି। ଦଳର କଠିନ ସମୟରେ ବହୁ ପ୍ରତିକୂଳ ପରିସ୍ଥିତିରେ ଦଳ ପାଇଁ ଲଢେଇ ଦେଇଥିବା ବେଳେ ନିର୍ବାଚନର ମାତ୍ର ଅଳ୍ପ ଦିନ ପୁର୍ବରୁ ତାଙ୍କୁ ସଭାପତି ପଦରୁ ହଟାଇବା ସଂଜୟଙ୍କ କଷ୍ଟ ଦେଇଛି ବୋଲି ଚର୍ଚ୍ଚା ହେଉଛି।

ଏପରିକି ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଦଳ ଦୁବାକ ଓ ହୁଜୁରାବାଦ ରେ ଉପନିର୍ବାଚନ ଜିତିଥିଲା। ଗ୍ରେଟର ହାଇଦ୍ରାବାଦ ମହାନଗର ନିଗମ ନିର୍ବାଚନରେ ଭଲ ସିଟ ଜିତିଥିଲା ବିଜେପି। କିନ୍ତୁ ନିର୍ବାଚନ ପୂର୍ବରୁ ଦଳ ତାଙ୍କୁ ଦାୟିତ୍ବରୁ ବାହାର କରିବା ଯୋଗୁ ସଞ୍ଜୟ ଓ ତାଙ୍କ ସମର୍ଥକ ଅସନ୍ତୁଷ୍ଟ ଥିବା ଚର୍ଚ୍ଚା ହେଉଛି।

ସେପଟେ ନୁଆ ସଭାପତି କିଶନ ରେଡ୍ଡିଙ୍କୁ ଦଳ ପକ୍ଷରୁ ଅଭିନନ୍ଦନ ଜଣାଯିବା ସହ ତାଙ୍କ ନେତୃତ୍ୱରେ ଦଳ ବିଆରଏସକୁ କ୍ଷମତାରୁ ହଟାଇ ଶାସନକୁ ଆସିବ ବୋଲି ବିଜେପି ଆଶା ପ୍ରକଟ କରିଛି।

Comments are closed.