ଆମେ ସମସ୍ତେ ଜାଣିଛେ ଛତୁ ଆମ ସ୍ୱାସ୍ଥ୍ୟ ପାଇଁ ହିତକାରକ । ମେଦବହୁଳତା ରୋଗିଙ୍କ ପାଇଁ ଛତୁ ଅତ୍ୟନ୍ତ ଉପାଦେୟ । ଛତୁ ଖାଇବା ଦ୍ୱରା ଉଚ୍ଚ ରକ୍ତଚାପ ମଧ୍ୟ ନିୟନ୍ତ୍ରଣ ହୋଇଥାଏ । ଛତୁରେ ଅନେକ ପୋଷକ ତତ୍ତ୍ୱ ସହ ଅନେକ ଔଷଧୀୟ ଗୁଣ ମଧ୍ୟ ରହିଛି । ଛତୁରେ ଅନେକ ମହତ୍ୱପୁର୍ଣ୍ଣ ମିନେରାଲ ଓ ଭିଟାମିନ ମଧ୍ୟ ରହିଛି । ଏଥିରେ ଭିଟାମିନ-ବି, ଡ଼ି, ପୋଟାସିୟମ, ଆଇରନ, ସେଲେନିୟମ ପର୍ଯ୍ୟାପ୍ତ ପରିମାଣରେ ରହିଛି ।
ଛତୁରେ ଥିବା କୋଲିନ ନାମକ ତତ୍ତ୍ୱ ପାଇଁ ଭଲ ନିଦ ହୋଇଥାଏ । ଛତୁରେ ଥିବା ଆଣ୍ଟିଅକ୍ସିଡ଼ାଣ୍ଟ କ୍ଷତିକାରକ ମୁକ୍ତ ରେଡ଼ିକାଲରୁ ରକ୍ଷା କରେ । ଏହା ଏକ ଆଣ୍ଟିବାୟୋଟିକ ଯାହା ମାଇକ୍ରୋବାୟାଲ ଏବଂ ଫଙ୍ଗାଲ ସଂକ୍ରମଣକୁ ଭଲ କରିଥାଏ । ତେବେ ଛତୁ ଲାଭଦାୟକ ହୋଇଥିଲେ ମଧ୍ୟ ଏହାକୁ ସେବନ କରିବା ସମୟରେ ଟିକିଏ ସାବଧାନ ରହିବା ଆବଶ୍ୟକ । ଅଧିକ ଛତୁ ସେବନ କରିବା ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ । କାରଣ ଏହା ଦ୍ୱାରା ଏଲର୍ଜି ହୋଇଥାଏ । ଗର୍ଭାବସ୍ଥାରେ ମହିଳା ଓ ଛୋଟ ପିଲା ଛତୁ ସେବନ କରିବା ଉଚିତ ନୁହେଁ । ବାସି ଛତୁ ଫୁଡ଼ ପଏଜନିଙ୍ଗର କାରଣ ମଧ୍ୟ ହୋଇପାରେ । ତେବେ ଆସନ୍ତୁ ଜାଣିବା ଛତୁ ଖାଇବାର ଲାଭ…
ମଧୁମେହ ରୋଗୀଙ୍କ ପାଇଁ ଉପଯୋଗୀ
ମଧୁମେହ ବା ଡାଇବେଟିସ ରୋଗୀ ଛତୁ ଖାଇବା ସ୍ୱାସ୍ଥ୍ୟ ପାଇଁ ଭଲ। ଏଥିରେ ଶର୍କରାର ମାତ୍ର ୦.୫ ପ୍ରତିଶତ ଓ ଷ୍ଟାର୍ଚ ଖୁବ କମ୍ ରହିଥାଏ। ଛତୁରେ ପ୍ରଚୁର ମାତ୍ରାରେ ଭିଟାମିନ, ମିନେରାଲ ଏବଂ ଫାଇବର ରହିଥାଏ। ଛତୁରେ ଫ୍ୟାଟ ସୁଗାର ଏବଂ କାର୍ବୋହାଇଡ୍ରେଟ ମଧ୍ୟ କମ ପରିମାଣରେ ରହିଥାଏ। ଏହା ଶରୀରରେ ଇନ୍ସୁଲିନ ପ୍ରସ୍ତୁତ କରିବାରେ ମଧ୍ୟ ସହାୟକ ହୋଇଥାଏ।
ରୋଗ ପ୍ରତିରୋଧକ ଶକ୍ତି ବଢ଼ିବାରେ ସହାୟକ
ଛତୁରେ ପ୍ରଚୁର ପରିମାଣରେ ପ୍ରୋଟିନ, ନାଇଟ୍ରୋଜେନ ଏବଂ ଫସଫରିକ ଏସିଡ ରହିଛି। ଯେଉଁଥିପାଇଁ ଛତୁ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ।
ରକ୍ତହୀନତା କମ୍ କରେ
ଛତୁରେ ଭରପୁର ମାତ୍ରାରେ ଆଇରନ ରହିଥାଏ। ଯେଉଁମାନେ ଆନେମିଆ ବା ରକ୍ତହୀନତା ରୋଗରେ ପଡ଼ିଥାନ୍ତି ସେମାନଙ୍କ ପାଇଁ ଛତୁ ଅତ୍ୟନ୍ତ ଲାଭଦାୟକ ଛତୁ ନିୟମିତ ଖାଇବା ଦ୍ୱାରା ସେମାନେ ରକ୍ତହୀନତା ରୁ ମୁକ୍ତି ପାଇଥାନ୍ତି।
ଓଜନ ନିୟନ୍ତ୍ରଣ କରେ
ଛତୁରେ କାର୍ବୋହାଇଡ୍ରେଟ କମ ପରିମାଣରେ ଥିବାରୁ ଏହା ଓଜନ ନିୟନ୍ତ୍ରଣ କରିଥାଏ। ଏଥିରେ ଥିବା ଲୀନ ପ୍ରୋଟିନ ଓଜନ କମ କରିବାରେ ସାହାର୍ଯ୍ୟ କରେ ।
ହୃଦ ରୋଗରୁ ସୁରକ୍ଷା
ଛତୁରେ ଥିବା ଏଞ୍ଜାଇମ କୋଲେଷ୍ଟ୍ରଲ ସ୍ତର କମ କରିଥାଏ । ଏଥିରେ ଉଚ୍ଚ ପୋଷକ ତତ୍ତ୍ୱ ରହିଛି ଯାହା ହୃଦୟକୁ ସୁସ୍ଥ ରଖେ ।
ହେମୋଗ୍ଲୋବିନ ସ୍ତର ବୃଦ୍ଧି
ଛତୁରେ ବହୁ ମାତ୍ରାରେ ଫଲିକ ଏସିଡ଼ ରହିଛି । ଏତିକି ଫଲିକ ଏସିଡ଼ କେବଳ ମାଂସାହାରୀ ପଦାର୍ଥରେ ଥାଏ । ଛତୁ ସେବନ ହେମୋଗ୍ଲୋବିନ ସ୍ତର ବୃଦ୍ଧି କରେ ।
ପେଟ ଜନିତ ସମସ୍ୟା ଦୂର କରେ
ଛତୁ ସେବନ ଦ୍ୱାରା ପେଟ ଜନିତ ସମସ୍ୟା ଦୂର ହୋଇଥାଏ । ଏଥିରେ ପର୍ଯ୍ୟାପ୍ତ ପରିମାଣରେ ଫାଇବର ଏବଂ କାର୍ବୋହାଡ଼୍ରେଟ ରହିଛି । ଏହା ପାଚନ, କୋଷ୍ଠକାଠିନ୍ୟ ଭଳି ସମସ୍ୟାରୁ ମୁକ୍ତି ଦେଇଥାଏ ।
Comments are closed.