Latest Odisha News

ଶୀତ ଦିନେ ପ୍ରଚୁର ପରିମାଣରେ ଖାଆନ୍ତୁ ପିଆଜ ଷଣ୍ଢା, ମିଳିବ ଆଶ୍ଚର୍ଯ୍ୟ ଜନକ ଫାଇଦା

ଭୁବନେଶ୍ଵର: ପିଆଜ ଷଣ୍ଢା ସହିତ ଆମେ ପ୍ରାୟ ସମସ୍ତେ ପରିଚିତ l ଆମେ ତାକୁ ବଜାରରେ ପ୍ରାୟ ଅଧିକାଂଶ ସମୟ ଦେଖିବାକୁ ପାଇଥାଉ l ପିଆଜ ଷଣ୍ଢାକୁ ସାଲାଡ଼ ,ଭଜା ଓ ବିଭିନ୍ନ ପ୍ରକାରର ଖାଦ୍ୟ ସାମଗ୍ରୀରେ ବ୍ୟବହାର କରାଯାଇଥାଏ l ଏହା ପାଟିକୁ ମଧ୍ୟ ସୁସ୍ୱାଦୁ ଲାଗିଥାଏ । ଶୀତଦିନେ ପିଆଜ ଷଣ୍ଢା ଖାଇବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ପିଆଜ ଷଣ୍ଢାର ପତ୍ର ଗୁଡିକ ପୋଷକତତ୍ୱରେ ଭରପୁର ଅଟେ l ତେବେ ଆସନ୍ତୁ ଜାଣିବା ସେ ବିଷୟରେ …

ଥଣ୍ଡା ଏବଂ ଜ୍ଵର ପାଇଁ ଲାଭଦାୟକ:

ପିଆଜ ଷଣ୍ଢାରେ ଭିଟାମିନ୍ ସି, ଆଣ୍ଟିଅକ୍ସିଡାଣ୍ଟ, ଫାଇବର ଏବଂ ଅନେକ ଖଣିଜ ଲବଣ ପ୍ରଚୁର ପରିମାଣରେ ମିଳିଥାଏ | ଏସବୁ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ ଏବଂ ଥଣ୍ଡା ଏବଂ କାଶ ଭଳି ସମସ୍ୟାକୁ ରୋକିଥାଏ |

ହାଡ ପାଇଁ ଲାଭଦାୟକ:

ପିଆଜ ଷଣ୍ଢାରେ ଏପରି ଅନେକ ପୋଷକ ତତ୍ତ୍ୱ ରହିଥାଏ ଯାହା ଶୀତଦିନେ ହାଡ ଏବଂ ଆଣ୍ଠୁ-ଗଣ୍ଠି ଯନ୍ତ୍ରଣାରୁ ମୁକ୍ତି ପାଇବାପାଇଁ ସାହାର୍ଯ୍ୟ କରିଥାଏ ।

ହଜମ ପ୍ରକ୍ରିୟାକୁ ସୁସ୍ଥ ରହିଥାଏ:

ପିଆଜ ଷଣ୍ଢାରେ ଅଧିକ ପରିମାଣର ଜଳ ଏବଂ ଫାଇବର ରହିଥାଏ, ଯାହା ହଜମ ପ୍ରକ୍ରିୟା ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ ।

ହୃଦୟ ପାଇଁ ଲାଭଦାୟକ:

ପିଆଜ ଷଣ୍ଢାରେ ପ୍ରଚୁର ପରିମାଣରେ ଆଣ୍ଟିଅକ୍ସିଡାଣ୍ଟ ଥାଏ । ଆଣ୍ଟିଅକ୍ସିଡାଣ୍ଟ ଶରୀରରେ ଅନେକ ରୋଗ ସୃଷ୍ଟି କରୁଥିବା କ୍ଷତିକାରକ ମୁକ୍ତ ରେଡିକାଲଗୁଡ଼ିକୁ ନଷ୍ଟ କରିଥାଏ ।

ରୋଗ ପ୍ରତିରୋଧକ ଶକ୍ତି ବଢାଏ:

ପିଆଜ ଷଣ୍ଢାରେ ଭିଟାମିନ୍ ସି, ଭିଟାମିନ୍ ବି -6, କ୍ୟାଲସିୟମ୍, ଆଇରନ୍, ମ୍ୟାଗ୍ନେସିୟମ୍ ପରି ଅନେକ ପୋଷକ ତତ୍ତ୍ୱ ମିଳିଥାଏ ଯାହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ |

Comments are closed.