Latest Odisha News

BREAKING NEWS

ମାଓବାଦୀ ଲୁଟ୍ କରିଥିବା ଅସ୍ତ୍ରଶସ୍ତ୍ର ଫେରାଇ ଆଣିବାକୁ ୭ ରାଜ୍ୟକୁ ଚିଠି ଲେଖିଲା ଏସଆଇଡବ୍ଲୁ

ଭୁବନେଶ୍ୱର: ମାଓବାଦୀମାନେ ଲୁଟ୍ କରିଥିବା ଅସ୍ତ୍ରଶସ୍ତ୍ର ଫେରାଇ ଆଣିବାକୁ ଚିଠି ଲେଖିଲା ଏସଆଇଡବ୍ଲୁ । ଓଡ଼ିଶାର ବିଭିନ୍ନ ସ୍ଥାନରୁ ୬୫୦ଟି ଅସ୍ତ୍ରଶସ୍ତ୍ର ଲୁଟ୍ କରିଥିଲେ ମାଓବାଦୀ । ସେଥିରୁ ୪୨୦ଟି ଅସ୍ତ୍ରର ସନ୍ଧାନ ମିଳିଥିବା ବେଳେ ଏବେ ବି ଅନେକ ଅସ୍ତ୍ର ଠାବ ହୋଇନାହିଁ । ତେଣୁ ଏସବୁ ଅସ୍ତ୍ରଶସ୍ତ୍ର ଫେରାଇ ଆଣିବାକୁ ଆନ୍ଧ୍ର, ବିହାର, ଛତିଶଗଡ଼ ସମେତ ୭ ରାଜ୍ୟର ଡିଜିପିଙ୍କୁ ଚିଠି ଲେଖିଲା ଏସଆଇଡବ୍ଲୁ ।

ମାଓବାଦୀମାନେ ଲୁଟ୍ କରିଥିବା ଅସ୍ତ୍ରଶସ୍ତ୍ର ଭିତରେ ରହିଛି ରାଇଫଲ, ଏସ୍ ଏଲଆର, ଏକେ-୪୭ ଓ ୩ଟି ୯ ଏମ୍ ଏମ୍ ଷ୍ଟେନଗନ୍ । ଏହି ଅସ୍ତ୍ରଶସ୍ତ୍ର ଏବେ ବି ମାଓବାଦୀ ସଂଗଠନ ଓ ସେମାନଙ୍କ ସହଯୋଗୀଙ୍କ ହାତରେ ଥାଇପାରେ ବୋଲି ଆଶଙ୍କା କରିଛି ସୁରକ୍ଷା ଏଜେନ୍ସି ।

ଏହି କାରଣରୁ ପଡ଼ୋଶୀ ରାଜ୍ୟ ସହ ସମନ୍ୱୟ ବଢ଼ାଇ ଯୁଗ୍ମ ଅପରେସନକୁ ଜୋରଦାର କରାଯାଉଛି । ତୁରନ୍ତ ବଳକା ଅସ୍ତ୍ରଶସ୍ତ୍ରକୁ ଫେରାଇ ଆଣିବାକୁ ଚେଷ୍ଟା ଜାରି ରହିଛି ।

Leave A Reply

Your email address will not be published.