ଭୁବନେଶ୍ୱର: ପଞ୍ଜାବରୁ ଟ୍ରକ ଟ୍ରକ ମାସ୍କ ଓ ପିପିଇ କିଟ ଆସିଥିବା ବେଳେ ଏହି ସାମଗ୍ରୀ ଗୁଡ଼ିକୁ ଏବେ ରାଜ୍ୟ ସରକାର ଗ୍ରହଣ କରୁ ନାହାନ୍ତି । ଏଥିପାଇଁ ଓଡ଼ିଶା ରାଜ୍ୟ ଔଷଧ ନିଗମ OSMCL ଓୟାର ହାଉସ ଆଗରେ ଅଟକି ରହିଛି ୨୦ରୁ ଅଧିକ ପିପିଇ କିଟ୍ ବୋଝେଇ ଟ୍ରକ୍।
ଏହି କମ୍ପାନୀଗୁଡ଼ିକ କରିଥିବା ଅଭିଯୋଗ ଅନୁସାରେ, ରାଜ୍ୟ ସରକାର ଜୁଲାଇ ପର୍ୟ୍ୟନ୍ତ ଅର୍ଡର ଧାର୍ୟ୍ୟ କରିଥିଲେ। କିନ୍ତୁ ଏବେ ମେ ମାସରୁ ଏହାକୁ ଶେଷ କରିଦେଛନ୍ତି। ଫଳରେ ପିପିଇ କିଟ୍ ଆଣିଥିବା ୨୦ରୁ ଅଧିକ ଟ୍ରକର ଡ୍ରାଇଭର କିଛି ଦିନ ଧରି ଗାଡ଼ି ସହ OSMCL ଓୟାର ହାଉସ ଆଗରେ ଅଟକି ରହିଥିବା ଦେଖିବାକୁ ମିଳିଛି।ସେପଟେ ରାଜ୍ୟ ସରକାରଙ୍କ କହିବା ଅନୁସାରେ ଓଡ଼ିଶାରେ ଯଥେଷ୍ଟ ପରିମାଣରେ ପିପିଇ କିଟ୍ ଓ ମାସ୍କ ରହିଛି । ତେଣୁ ବାହାର ରାଜ୍ୟରୁ ଓଡ଼ିଶାକୁ ଏଭଳି ସାମଗ୍ରୀର କୌଣସି ଆବଶ୍ୟକତା ନାହିଁ । ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ କହିଛନ୍ତି, ଗତ ୨୬ ତାରିଖ ମିଟିଂରେ ଓଡ଼ିଶା ଆଉ ଏଭଳି ସାମଗ୍ରୀ ବାହାର ରାଜ୍ୟରୁ ଆବଶ୍ୟକ କରୁନାହିଁ ବୋଲି ବୈଠକରେ ସ୍ଥିର ହୋଇଛି । ମନ୍ତ୍ରୀ କହିଛନ୍ତି ଯେଉଁ ସାମଗ୍ରୀ ଗୁଡ଼ିକ ଆସିଛି ସେମାନେ ଚାହିଁଲେ ଅନ୍ୟ ରାଜ୍ୟରେ ଦେଇପାରିବେ ।
Comments are closed.