Latest Odisha News

BREAKING NEWS

ମୋଦି ବନାମ ମନମୋହନ ଗ୍ରାଫ୍: ପ୍ରଧାନମନ୍ତ୍ରୀଙ୍କୁ ରାହୁଲଙ୍କ ଟ୍ୱିଟ୍ ତୀର

ନୂଆଦିଲ୍ଲୀ: ଭାରତ-ଚୀନ ଭିତରେ ସୀମା ବିବାଦକୁ ନେଇ କେନ୍ଦ୍ର ସରକାରଙ୍କୁ କେତେବେଳେ ବାକ୍ୟ ବାଣ ତ କେବେ ଟ୍ୱିଟ୍ କରି ହମଲା କରୁଛନ୍ତି ରାହୁଲ ଗାନ୍ଧି । ୫୯ ଚାଇନିଜ୍ ଆପକୁ ବ୍ୟାନ କରିବାର ଦିନେ ପରେ ଓ ଆଜି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧିତ କରିବା ଆଗରୁ ଟ୍ୱିଟ୍ କରି କେନ୍ଦ୍ର ସରକାର ଓ ମୋଦିଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ ।

ନିଜ ଟ୍ୱିଟରେ ରାହୁଲ କେନ୍ଦ୍ରରେ ୟୁପିଏ ସରକାର ସମୟରେ ଚୀନ ସହ ବାଣିଜ୍ୟ କାରବାର ଓ ସାମଗ୍ରୀ ଆମଦାନୀର ଏକ ତୁଳନାତ୍ମକ ଚିତ୍ରକୁ ସେୟାର କରିଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଓ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମୟରେ ଚୀନରୁ ଆମଦାନୀ ସାମଗ୍ରୀର ତୁଳନାତ୍ମକ ଗ୍ରାଫକୁ ଦର୍ଶାଇଛନ୍ତି ।

ରାହୁଲ ନିଜ ଟ୍ୱିଟରେ ଉଲ୍ଲେଖ କରିଛନ୍ତି ତଥ୍ୟ ମିଛ କହେ ନାହିଁ । ବିଜେପି ମେନ୍ ଇନ୍ ଇଣ୍ଡିଆ ନାରା ଦେଉଛି । କିନ୍ତୁ କାମ ଚୀନଠାରୁ କିଣ ।
ଏଲଏସିରେ ସୀମା ବିବାଦ ପରଠୁ ଲଗାତାର ମୋଦି ସରକାରଙ୍କୁ ସମାଲୋଚନା କରି ଆସୁଛନ୍ତି ରାହୁଲ ।

Leave A Reply

Your email address will not be published.