ମୁମ୍ବାଇ: ବଲିଉଡର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଅଭିନୀତ ଶେଷ ଫିଲ୍ମ ‘ଦିଲ୍ ବେଚାରା’ ଗତକାଲି ରିଲିଜ ହୋଇଥିଲା । ଯାହାକୁ ଖୁବ୍ ପସନ୍ଦ କରିଛନ୍ତି ଦର୍ଶକ ।
ଯାହାଫଳରେ ଆଇଏମଡିବି ରେଟିଂରେ ପୂରା ୧୦ରୁ ୧୦ ରେଟିଂ ପାଇବା ସହ ରେକର୍ଡ ସୃଷ୍ଟି କରିଛି ଏହି ଫିଲ୍ମ ।
ମହାମାରୀ କରୋନା ଭାଇରସ୍ ଯୋଗୁଁ ଫିଲ୍ମଟି ବଡ ପରଦା ବଦଳରେ ଡିଜନୀ-ହଟଷ୍ଟାରରେ ଗତକାଲି ରିଲିଜ ହୋଇଥିଲା । ଏହି ଫିଲ୍ମରେ ସୁଶାନ୍ତଙ୍କ ସହ ସ୍କ୍ରିନ୍ ଶେୟାର କରିଥିଲେ ସଞ୍ଜନା ସାଘିଂ । ଦୁହିଁଙ୍କ ଲଭ୍ କେମେଷ୍ଟ୍ରିକୁ ବି ବହୁତ ପସନ୍ଦ କରିଛନ୍ତି ଦର୍ଶକମାନେ ।

ସେହିପରି ସୁଶାନ୍ତଙ୍କ ସ୍ମୃତିରେ ଜୁଲାଇ ୨୨ ତାରିଖରେ ଓସ୍କାର ବିଜେତା ଏଆର ରେହମାନଙ୍କ ସମେତ ବହୁ ବଡବଡ କଳାକାର ତାଙ୍କୁ ମ୍ୟୁଜିକାଲ୍ ଟ୍ରିବ୍ୟୁଟ୍ ଦେଇଥିଲେ । ଯେଉଁଥିରେ ଏଆର ରେହମାନଙ୍କ ସମେତ ଶ୍ରେୟା ଘୋଷାଲ୍, ଅରିଜିତ ସିଂହ, ମୋହିତ ଚୌହାନ, ସୁନିଧି ଚୌହାନ, ଶାଶା ତିରୁପତି, ଜୋନିଟା ଓ ହୃଦୟ ଗଟାନୀ ପ୍ରମୁଖ ସାମିଲ ରହିବେ ।
ବଲିଉଡର ଚର୍ଚ୍ଚିତ ତଥା ସଫଳ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଗତ ଜୁନ୍ ୧୪ ତାରିଖରେ ମୁମ୍ବାଇର ବାନ୍ଦ୍ରାସ୍ଥିତ ବାସଭବନରେ ଆତ୍ମହତ୍ୟା କରିଥିଲେ । ତାଙ୍କ ମୃତ୍ୟୁକୁ ଆଜି ବି ଫ୍ୟାନ୍ସମାନେ ବିଶ୍ୱାସ କରିପାରୁ ନାହାଁନ୍ତି ।
Comments are closed.