Latest Odisha News

BREAKING NEWS

କେରଳ ବିମାନ ଦୁର୍ଘଟଣା: ଦୁଃଖପ୍ରକାଶ ସହ ଏନଡିଆରଏଫ୍‌କୁ ସହାୟତା ନିର୍ଦ୍ଦେଶ ଦେଲେ ଅମିତ ଶାହ

କୋଝିକୋଡ: କେରଳର କୋଝିକୋଡଠାରେ ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ ଦୁର୍ଘଟଣା ଖବର ଅତ୍ୟନ୍ତ ଦୁଃଖଦାୟକ ବୋଲି ଟ୍ୱିଟ୍ କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ଯଥାଶୀଘ୍ର ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ସହାୟତା କରିବାକୁ ସେ ଏନଡିଆରଏଫ୍‌କୁ ନିର୍ଦ୍ଦେଶ ଦେଇଥିବା ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି ।

ବେସାମରିକ ବିମାନ ଚଲାଚଳ ମହାନିର୍ଦ୍ଦେଶକ(ଡିଜିସିଏ)ଙ୍କ ସୂଚନା ଅନୁସାରେ ୧୯୧ ଯାତ୍ରୀଙ୍କୁ ନେଇ ଦୁବାଇରୁ କୋଝିକୋଟ(କାଲିକଟ୍‌) ଆସୁଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ଏଏକ୍ସବି ୧୩୪୪, ବି ୭୩୭ ବିମାନ ପ୍ରବଳ ବର୍ଷାରେ ଅବତରଣ କରିଥିଲା । ତେବେ ଅବତରଣ ସମୟରେ ରନୱେରୁ ଆଗକୁ ଗଡିଯାଇ ଖାଲରେ ଖସି ପଡି ଦୁଇ ଖଣ୍ଡ ହୋଇଯାଇଥିଲା ।

ସୂଚନା ଅନୁସାରେ ବିମାନରେ ଦୁଇ ଜଣ ପାଇଲଟଙ୍କ ସମେତ ୬ ଜଣ କର୍ମଚାରୀ ଥିଲେ । ଏଥି ମଧ୍ୟରୁ ଜଣେ ପାଇଲଟଙ୍କ ଏହି ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଅସମର୍ଥିତ ସୂତ୍ରରୁ ସୂଚନା ମିଳିଛି ।

Leave A Reply

Your email address will not be published.