Latest Odisha News

BREAKING NEWS

ସୁଶାନ୍ତଙ୍କ ଶରୀର ହଳଦିଆ ପଡିଯାଇଥିଲା: ଆମ୍ବୁଲାନ୍ସ ଆଟେଣ୍ଟାଣ୍ଡ

ନୂଆଦିଲ୍ଲୀ: ବଲିଉଡ ଅଭିନେତା ତଥା ସ୍ୱର୍ଗତଃ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲା ଦିନକୁ ଦିନ ନୂଆ ମୋଡ ନେଉଛି । ଏହି ସମୟରେ ଆମ୍ବୁଲାନ୍ସ ଆଟେଣ୍ଟାଣ୍ଡ ସମସ୍ତଙ୍କୁ ଚକିତ କରିଦେବା ଭଳି ଖୁଲାସା କରିଛନ୍ତି ।

ଟାଇମ୍ସ ନାଓର ରିପୋର୍ଟ ଅନୁଯାୟୀ, ସୁଶାନ୍ତଙ୍କ ଶବକୁ କୁପର ହସ୍ପିଟାଲ ନେଇକି ଯାଇଥିବା ଆମ୍ବୁଲାନ୍ସ ଆଟେଣ୍ଟାଣ୍ଡ କହିଛନ୍ତି ଯେ ସୁଶାନ୍ତଙ୍କୁ ମେଡିକାଲ୍ ନେବା ସମୟରେ ତାଙ୍କ ଶରୀର ହଳଦିଆ ଦେଖା ଯାଉଥିଲା ଓ ଗୋଡ ଦୁଇଟି ବଙ୍କା ହେବା ପରି ଲାଗୁଥିଲା । ଯେମିତିକି ତାଙ୍କ ଗୋଡ ଭାଙ୍ଗି ଯାଇଛି । ଏହାଛଡା ଶରୀରର ଅନେକ ସ୍ଥାନରେ ଦାଗ ଥିବା ଦେଖିବାକୁ ମିଳିଥିଲା ।

ଏହା ପରେ ବିଜେପି ନେତା ସୁବ୍ରମଣିୟମ୍ ସ୍ୱାମୀ ଟ୍ୱିଟ୍ ଯୋଗେ କହିଛନ୍ତି ଯେ ସିବିଆଇ ଏହି ମାମଲାରେ କୁପର ହସ୍ପିଟାଲର ୫ ଡାକ୍ତରଙ୍କୁ ପଚରାଉଚରା କରିବା ଉଚିତ୍ । ଯେଉଁମାନେକି ମୃତଦେହକୁ ବ୍ୟବଚ୍ଛେଦ କରିଥିଲେ ।

ତେବେ ଏହି ଘଟଣାରେ ସମ୍ପୃକ୍ତ ଆମ୍ବୁଲାନ୍ସ ଆଟେଣ୍ଟାଣ୍ଡଙ୍କୁ ଧମକ ପୂର୍ଣ୍ଣ କଲ୍ ଆସୁଥିବା ନେଇ ସେ ଅଭିଯୋଗ ମଧ୍ୟ କରିଥିଲେ ।

ସୂଚନାଯୋଗ୍ୟ, ବଲିଉଡର ଚର୍ଚ୍ଚିତ ତଥା ସଫଳ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଗତ ଜୁନ୍ ୧୪ ତାରିଖରେ ମୁମ୍ବାଇର ବାନ୍ଦ୍ରାସ୍ଥିତ ବାସଭବନରେ ଆତ୍ମହତ୍ୟା କରିଥିଲେ ।

Leave A Reply

Your email address will not be published.