Latest Odisha News

BREAKING NEWS

ତିନି ମାସର ନୀରବତା ପରେ ଖୋଲିବ କୁମ୍ଭୀରଙ୍କ ସାମ୍ରାଜ୍ୟ: ଅଗଷ୍ଟ ୧ରୁ ପର୍ଯ୍ୟଟକଙ୍କୁ ସ୍ୱାଗତ କରିବ ଭିତରକନିକା

କେନ୍ଦ୍ରାପଡ଼ା: ଦୀର୍ଘ ତିନି ମାସର ପ୍ରତୀକ୍ଷା ପରେ ପୁଣି ଥରେ ପର୍ଯ୍ୟଟକଙ୍କ କୋଳାହଳରେ କମ୍ପିବ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ। ବୌଳା କୁମ୍ଭୀରଙ୍କ ପ୍ରଜନନ ଋତୁ ଶେଷ ହୋଇଥିବାରୁ, ଆସନ୍ତା ଅଗଷ୍ଟ ୧ ତାରିଖରୁ ଦେଶବିଦେଶର ପ୍ରକୃତିପ୍ରେମୀଙ୍କ ପାଇଁ ଏହି ଅଭୟାରଣ୍ୟର ଦ୍ୱାର ଖୋଲିବାକୁ…

ମହାନଦୀରେ ଫୁଲୁଛି ବନ୍ୟା ଜଳ, କଟକରେ ବଢୁଛି ବିପଦ: ନଦୀକୂଳ ଯିବା ଉପରେ କଟକଣା, ଆକ୍ସନ ମୋଡ୍‌ରେ ପ୍ରଶାସନ

କଟକ: ଉପରମୁଣ୍ଡରେ ଲଗାଣ ବର୍ଷା ଓ ହୀରାକୁଦରୁ ବନ୍ୟା ଜଳ ନିଷ୍କାସନ ହେବା ପରେ ମହାନଦୀରେ ବନ୍ୟା ଆଶଙ୍କା ଘନୀଭୂତ ହେବାରେ ଲାଗିଛି। ହୁ ହୁ ହୋଇ ବଢୁଥିବା ମହାନଦୀର ଜଳସ୍ତରକୁ ଦେଖି କଟକ ଜିଲ୍ଲା ପ୍ରଶାସନ ଆକ୍ସନ ମୋଡ୍‌କୁ ଆସିଯାଇଛି। ସମ୍ଭାବ୍ୟ ବନ୍ୟା ପରିସ୍ଥିତି ଏବଂ ସାଧାରଣ ଲୋକଙ୍କ…

ସୁପ୍ରିମକୋର୍ଟରେ ‘ଡୋରେମନ୍’ ଓ ‘ସ୍ପାଇଡରମ୍ୟାନ୍’ ଯୁକ୍ତି: କାର୍ଟୁନ୍ ରୂପରେ ଆସିବେ…

ଭୁବନେଶ୍ୱର: ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଉପରେ ଆଧାରିତ ଆନିମେଟେଡ୍ (କାର୍ଟୁନ୍) ଫିଲ୍ମ 'ମହାପ୍ରଭୁ ଜଗନ୍ନାଥ'ର ରିଲିଜ୍ ଉପରେ ରୋକ୍ ଲଗାଇବାକୁ ସଫା ସଫା ମନା କରିଦେଇଛନ୍ତି ସୁପ୍ରିମକୋର୍ଟ। ବୁଧବାର ଦିନ ଏହି ମାମଲାର ଶୁଣାଣି କରି ସର୍ବୋଚ୍ଚ ନ୍ୟାୟାଳୟଙ୍କ ଖଣ୍ଡପୀଠ ଜୁଲାଇ ୧୭ ତାରିଖରେ…

ପ୍ରଶ୍ନପତ୍ର ଲିକ୍ କଲେ ଏବେ ଜାମିନ ମିଳିବନି, ସିଧା ଜେଲ୍! ସଂସଦରେ ମୋହର ବାଜିଲା ନୂଆ ଆଇନ

ନୂଆଦିଲ୍ଲୀ: ଦେଶରେ ବାରମ୍ବାର ପ୍ରଶ୍ନପତ୍ର ଲିକ୍ ହେବା ଘଟଣା ଯୋଗୁଁ ଲକ୍ଷ ଲକ୍ଷ ମେଧାବୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାର ଆଡ଼କୁ ଠେଲି ହୋଇଯାଉଥିଲା। ଦିନରାତି ଏକ କରି ପାଠ ପଢ଼ୁଥିବା ଯୁବପିଢ଼ିଙ୍କ ସ୍ୱପ୍ନ ଉପରେ ପାଣି ଫେରାଇ ଦେଉଥିଲେ ପରୀକ୍ଷା ମାଫିଆ ଏବଂ ଦଲାଲ୍ ଗୋଷ୍ଠୀ। ତେବେ ଏବେ…

ବିନା ଓଟିପି, ବିନା ଲିଙ୍କ୍‌ରେ ଖାଲି ହେଲା ଆକାଉଣ୍ଟ: ଫୋନ୍ ଉଠାଇବା ମାତ୍ରେ ଠକେଇର ଶିକାର ହେଲେ ଭୁବନେଶ୍ୱରର ଯୁବକ

ଭୁବନେଶ୍ୱର: ସାଇବର ଅପରାଧୀମାନେ ଏବେ ସାଧାରଣ ଲୋକଙ୍କୁ ଲୁଟିବା ପାଇଁ ନୂଆ ଏବଂ ଭୟଙ୍କର କୌଶଳ ଆପଣାଇଲେଣି। ପୂର୍ବରୁ କୌଣସି ଅଜଣା ଲିଙ୍କରେ କ୍ଲିକ୍ କଲେ ବା ନିଜର ଓଟିପି ସେୟାର କଲେ ବ୍ୟାଙ୍କ ଖାତା ଖାଲି ହେଉଥିଲା। ମାତ୍ର ଏବେ କେବଳ ଗୋଟିଏ ଅଜଣା ନମ୍ବରରୁ ଆସିଥିବା ଫୋନ୍ କଲ୍ ରିସିଭ୍…

ଲୋକସେବା ଭବନରୁ ଫାଇଲ୍ ଗାଏବ ଘଟଣା ଏକ ସୁଚିନ୍ତିତ ଷଡ଼ଯନ୍ତ୍ର, ଖୁବଶୀଘ୍ର ପଦାକୁ ଆସିବ ସତ୍ୟ: ମୁଖ୍ୟମନ୍ତ୍ରୀ ମୋହନ…

ଭୁବନେଶ୍ୱର: ରାଜ୍ୟର ସର୍ବୋଚ୍ଚ ପ୍ରଶାସନିକ କେନ୍ଦ୍ର ଲୋକସେବା ଭବନ ତଥା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (ସିଏମ୍‌ଓ)ରୁ ଗୁରୁତ୍ୱପୂର୍ଣ୍ଣ ଫାଇଲ୍ ହଜିବା କୌଣସି ସାଧାରଣ ତ୍ରୁଟି ନୁହେଁ, ବରଂ ଏହା ଏକ ବଡ଼ ଧରଣର ସୁପରିକଳ୍ପିତ ଷଡ଼ଯନ୍ତ୍ର। ତେବେ ଖୁବଶୀଘ୍ର ଏହି ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ ହେବ…

ପୁଣି ତାତିବ ଯନ୍ତରମନ୍ତର: ଖାକିର ସମ୍ମାନ ପାଇଁ ଏଥର ରାଜରାସ୍ତାକୁ ଓହ୍ଲାଇବେ ଅବସରପ୍ରାପ୍ତ ପୋଲିସ!

ନୂଆଦିଲ୍ଲୀ: ଗତ ଜୁଲାଇ ୨୦ ତାରିଖରେ ରାଜଧାନୀ ଦିଲ୍ଲୀରେ ହୋଇଥିବା 'ସଂସଦ ଚଲୋ' ଆନ୍ଦୋଳନ ସମୟରେ ପୋଲିସ ଉପରେ ହୋଇଥିବା ଆକ୍ରମଣ ଘଟଣା ଏବେ ଏକ ନୂଆ ମୋଡ଼ ନେଇଛି। ଆହତ ପୋଲିସ ଏବଂ ପାରାମିଲିଟାରୀ କର୍ମଚାରୀଙ୍କ ସମ୍ମାନ ତଥା ସମର୍ଥନରେ ଏବେ ରାଜରାସ୍ତାକୁ ଓହ୍ଲାଇବାକୁ ପ୍ରସ୍ତୁତି ଆରମ୍ଭ…

ସଂସଦରେ ତୁମୁଳ କାଣ୍ଡ! ପେପର ଲିକ୍ ପ୍ରସଙ୍ଗରେ ରାହୁଲ ଗାନ୍ଧୀଙ୍କୁ କାଠଗଡ଼ାରେ ଛିଡ଼ା କଲେ ତେଜସ୍ୱୀ ସୂର୍ଯ୍ୟ

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନରେ ଆଣ୍ଟି-ପେପର ଲିକ୍ ବିଲ୍ ଏବଂ ପରୀକ୍ଷା ସଂସ୍କାରକୁ ନେଇ କ୍ଷମତାସୀନ ଏନଡିଏ ଏବଂ ବିରୋଧୀ ଦଳ ମଧ୍ୟରେ ଜୋରଦାର ବାକ୍‌ଯୁଦ୍ଧ ଦେଖିବାକୁ ମିଳିଛି। ଲୋକସଭାରେ ବିତର୍କ ସମୟରେ ବିଜେପି ସାଂସଦ ତେଜସ୍ୱୀ ସୂର୍ଯ୍ୟ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଏବଂ…

ଇସ୍ତଫା ଦେଇଥିବା ମନ୍ତ୍ରୀଙ୍କୁ କାହିଁକି ମିଳିଲା ସ୍ୱାଗତ? ସଂସଦରେ ଉଠିଲା ସାଙ୍ଘାତିକ ପ୍ରଶ୍ନ

ନୂଆଦିଲ୍ଲୀ: ଦେଶବ୍ୟାପୀ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ନିଟ୍ ଏବଂ ଅନ୍ୟାନ୍ୟ ସର୍ବଭାରତୀୟ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗକୁ ନେଇ ସଂସଦର ମୌସୁମୀ ଅଧିବେଶନ ସରଗରମ ରହିଛି। ଆଣ୍ଟି-ପେପର ଲିକ୍ ବିଲ୍ ଉପରେ ଆଲୋଚନା ବେଳେ କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଲୋକସଭାରେ କେନ୍ଦ୍ର…

ପୁଣି ଓଡ଼ିଶା ଆସୁଛନ୍ତି ମହାମହିମ ରାଷ୍ଟ୍ରପତି; ତପ୍ତପାଣିରେ କାହିଁକି ହେଉଛି ସ୍ୱତନ୍ତ୍ର ପ୍ରସ୍ତୁତି?

ଭୁବନେଶ୍ୱର: ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁଣି ଥରେ ନିଜ ଜନ୍ମମାଟି ଓଡ଼ିଶା ଗସ୍ତରେ ଆସୁଛନ୍ତି। ତିନି ଦିନିଆ ରାଜ୍ୟ ଗସ୍ତ କାଳରେ ତାଙ୍କର ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ରହିଥିବା ବେଳେ, ଅଗଷ୍ଟ ୪ ତାରିଖ ଦିନ ସେ ଦକ୍ଷିଣ ଓଡ଼ିଶାର ଗଞ୍ଜାମ ଜିଲ୍ଲା ଗସ୍ତ କରିବାର…