Latest Odisha News

BREAKING NEWS

ଗଞ୍ଜାମରେ କରୋନା ନେଇଛି ୩୦ ମୁଣ୍ଡ, ସାତ ଦିନରେ କେବଳ ୧୭

ଗଞ୍ଜାମ: ଜିଲ୍ଲାରେ ପ୍ରତିଦିନ ମୁଣ୍ଡ ନେଉଛି କରୋନା । ଜୁଲାଇରେ ବଢୁଛି ସଂକ୍ରମଣ । ତାସହ ମୃତ୍ୟୁ ସଂଖ୍ୟା ବି ବଢୁଛି । ଜିଲ୍ଲାରେ ଏଯାଏଁ ୩୦ ମୁଣ୍ଡ ନେଲାଣି ପ୍ରାଣଘାତୀ ଭାଇରସ୍ । କିନ୍ତୁ ଚିନ୍ତାଜନକ ପ୍ରସଙ୍ଗ ହେଉଛି ଏଯାଏଁ ଯେତିକି ମଲେଣି ତାଭିତରୁ କେବଳ ୧୭ ଜଣ ଚଳିତ ମାସରେ (ଜୁଲାଇ)…

ଗଞ୍ଜାମ ଟେନସନ୍: ସାତ ଦିନରେ ୧୩ ଶହ ନୂଆ କରୋନା କେସ୍

ଗଞ୍ଜାମ: ଜୁଲାଇ ମାସରେ ଜିଲ୍ଲାରେ କରୋନା ସ୍ଥିତି ସାଙ୍ଗାତିକ । ତିନି ହଜାର ପାଖାପାଖି ହେଲାଣି ପଜିଟିଭ୍ କେସ୍ । ଜିଲ୍ଲାରେ ମୋଟ୍ ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ୨ ହଜାର ୮୩୬ । କିନ୍ତୁ ଜୁଲାଇ ମାସର ଏହି ସାତ ଦିନର ରିପୋର୍ଟ ଦେଖିଲେ ଯେକେହି ଆଶ୍ଚଯ୍ୟ ହୋଇଯିବ । ସପ୍ତାହେ ଭିତରେ ସାମନାକୁ…

ସୁନ୍ଦରଗଡ଼ ଜିଲ୍ଲାରୁ ଚିହ୍ନଟ ନୂଆ ୭୮ ପଜିଟିଭଙ୍କ କେସ୍ ହିଷ୍ଟ୍ରି

ସୁନ୍ଦରଗଡ଼: ଗତ ୨୪ ଘଣ୍ଟାରେ ସୁନଦରଗଡ଼ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୭୮ ନୂଆ ଭୂତାଣୁ ସଂକ୍ରମିତ । ଏମାନଙ୍କ ଭିତରୁ ୧୭ ଜଣଙ୍କର ଟ୍ରାଭେଲ୍ ହିଷ୍ଟ୍ରି ରହିଛି । ସେମାନେ ରାଜ୍ୟ ବାହାରୁ ଫେରିଥିଲେ । ୫୮ ଜଣ ପୂର୍ବରୁ ଆକ୍ରାନ୍ତଙ୍କ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ଭୂତାଣୁ ସଂକ୍ରମିତ…

ଜୁଲାଇ ୩୧ ଯାଏ ରାଉରକେଲା ମ୍ୟୁନିସିପାଲିଟି ଅଫିସ ଆସିବାକୁ ଲୋକଙ୍କୁ ମନା

ରାଉରକେଲା: ଲୋକଙ୍କ ପାଇଁ ରାଉରକେଲା ମ୍ୟୁନିସିପାଲିଟି ଅଫିସ ବନ୍ଦ । ଆସନ୍ତା ୩୧ ତାରିଖ ଯାଏଁ ମହାନଗର ନିଗମ କାର୍ଯ୍ୟାଳୟକୁ ନଆସିବା ପାଇଁ ଲୋକଙ୍କୁ ଅପିଲ କରିଛନ୍ତି ଆରଏମସି କର୍ତ୍ତୃପକ୍ଷ । ସର୍ବସାଧାରଣ ପ୍ରବେଶ ଉପରେ କଟକଣା ଜାରି ହୋଇଛି । କରୋନା ସଂକ୍ରମଣ ବଢୁଥିବାରୁ ଏଭଳି ପଦକ୍ଷେପ…

ହାପି ବର୍ଥ ଡେ ମାହି: ୩୯ ବର୍ଷରେ ଧୋନି

୩୯ ବର୍ଷରେ ପାଦ ଥାପିଛନ୍ତି ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନି । ଜନ୍ମଦିନରେ ତାଙ୍କୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟୁଛି । ଫ୍ୟାନଙ୍କ ସମେତ ଧୋନିଙ୍କୁ ଶୁଭେଚ୍ଛା ଜଣାଉଛନ୍ତି ଦେଶ ବିଦେଶର କ୍ରିକେଟର । ସୋସିଆଲ୍ ମିଡିରେ ନିଜ ଫେଭରିଟ୍ କ୍ରିକେଟରଙ୍କୁ ଜନ୍ମଦିନରେ…

ସେପ୍ଟେମ୍ବର ସୁଦ୍ଧା ବିଶ୍ୱବିଦ୍ୟାଳୟର ଶେଷ ବର୍ଷ ପରୀକ୍ଷା, ୟୁଜିସିର ନୂଆ ଗାଇଡଲାଇନ୍

ନୂଆଦିଲ୍ଲୀ: କରୋନା କାୟା ପାଇଁ ମାର୍ଚ୍ଚରୁ ସ୍ଥଗିତ ବିଶ୍ୱବିଦ୍ୟାଳୟ ଓ ଏହା ଅନ୍ତର୍ଗତ ଶିକ୍ଷାନୁଷ୍ଠାନର ଶେଷ ବର୍ଷ ପରୀକ୍ଷା କରାଯାଇପାରିବେ । କେନ୍ଦ୍ର ଗୃହ ମନ୍ତ୍ରାଳୟ ଅନୁମତି ଦେବା ପରେ ସଂଶୋଧିତ ଗାଇଡଲାଇନ୍ ଜାରି କରିଛି ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ । ସେପ୍ଟେମ୍ୱର ସୁଦ୍ଧା ସ୍ଥଗିତ…

ଆଜିଠୁ ଖୋଲିବ ଐତିହ୍ୟ କୀର୍ତ୍ତିରାଜ, କରୋନା କଟକଣା ମାନି ବୁଲିବେ

ନୂଆଦିଲ୍ଲୀ: ଲକଡାଉନ୍ ହେବାର ପାଖାପାଖି ଶହେ ଦିନ ପରେ ଆଜି ଦେଶରେ ଖୋଲୁଛି ପର‌୍ୟ୍ୟଟନ ସ୍ଥଳୀ । ଐତିହ୍ୟ କୀର୍ତ୍ତିରାଜି ପୁଣି ଥରେ ବୁଲି ଦେଖି ପାରିବେ ପର୍ଯ୍ୟଟକ । ତେବେ ଯେଉଁସବୁ ପର୍ଯ୍ୟଟନ ସ୍ଥଳୀ କଣ୍ଟେନମେଣ୍ଟ ଜୋନ୍ ଭିତରେ ଆସୁ ନଥିବ ସେସବୁ ସର୍ବସାଧାରଣଙ୍କ ପାଇଁ ଆଜିଠୁ ଖୋଲାଯାଉଛି ।…

କଟକରେ କରୋନା ମୁକାବିଲା ପାଇଁ ୧୫ ଜଣିଆ ଏସପିଓ ଟିମ୍ ଗଠିତ

କଟକ: ମହାନଗର ନିଗମ ଅଞ୍ଚଳରେ ବଡୁଛି କରୋନା ସଂକ୍ରମଣ । କେମିତି ମୁକାବିଲା କରାଯିବ ଓ କରୋନା ଚେନ୍ ଭାଙ୍ଗିବାକୁ ଅଣ୍ଟା ଭିଡ଼ିଛି କଟକ ମହାନଗର ନିଗମ ଓ ସ୍ଥାନୀୟ ପ୍ରଶାସନ । ଆଜି ସିଏମସି କାର୍ଯ୍ୟଳୟରେ ଏକ ଜରୁରିକାଳୀନ ବୈଠକରେ କରୋନା ମୁକାବିଲା ନେଇ ଆଲୋଚନା ହୋଇଛି । ନିଷ୍ପତ୍ତି ହୋଇଛି,…

୪ ବର୍ଷ ବୟସରେ ସ୍ପାନିସ୍ ଫ୍ଲୁ ଦେଖିଥିଲେ, ୧୦୬ ବର୍ଷରେ କରୋନାକୁ ହରାଇଲେ

ନୂଆଦିଲ୍ଲୀ: କରୋନା ଯୁଦ୍ଧ ଜିତିଲେ ଶତାୟୁ ବୃଦ୍ଧ । ଦିଲ୍ଲୀରେ ଜଣେ ୧୦୬ ବର୍ଷୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ରାଜୀବ ଗାନ୍ଧି ସୁପର ସ୍ପେସାଲିଟ୍ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ସଂପୃକ୍ତ ଆକ୍ରାନ୍ତ । ସବୁଠୁ ବଡ଼ କଥା ହେଲା ତାଙ୍କ ପୁଅ ଅପେକ୍ଷା ସେ ଶୀଘ୍ର ଆରୋଗ୍ୟ ଲାଭ କରିଛନ୍ତି ।…

ପୁଲଓ୍ୱାମାରେ ସିଆରପିଏଫ୍ ଟିମ୍ ଉପରେ ଆତଙ୍କୀ ହମଲା

ଜମ୍ମୁ କଶ୍ମୀର: ପୁଲଓ୍ୱାମାରେ ପୁଣି ସିଆରପିଏଫ୍ ପାଟ୍ରୋଲିଂ ଟିମ୍ ଉପରେ ଆତଙ୍କୀ ହମଲା ହୋଇଛି । ଆଇଡି ବିସ୍ଫୋରଣ କରି ଟାର୍ଗେଟ କରିଛନ୍ତି ଆତଙ୍କବାଦୀ । ଏଥିରେ ଜଣେ ଯବାନ ଆହତ ହୋଇଛନ୍ତି । ଆଇଡି ବିସ୍ଫୋରଣ ପରେ ପରେ ସିଆରପିଏଫ୍ ଟିମ୍ ଉପରକୁ ଗୁଳି ଚଳାଇଥିଲେ ଆତଙ୍କବାଦୀ । ପୁଲଓ୍ୱାମାର…