କବିତା : ବାରାଙ୍ଗନା
ସୁପ୍ରିୟା ପଣ୍ଡା
ଆଉ ଅଳ୍ପ କିଛି କ୍ଷଣ ବାକି ଅଛି
ନିଷ୍ପ୍ରଭ ଆଲୁଅର ପଥ ,
ବନ୍ଦ କୋଠରୀରୁ ଶୁଭେ ନାହିଁ ଶବ୍ଦ
ବାହାରେ ସବୁ ଚିକଚାକ ଛବି ।
କିଛି ନୁଆ ନୁହେଁ ସେଇ ନିତିଦିନ
ଆଖି ଠାର ମିଲନର ପର୍ବ
ଆତ୍ମା ଖାଲି କବଳିତ ହୁଏ
ଅଧରର ପାଖୁଡ଼ା ମେଳରେ
ଅବଶ୍ୟ ଏଇଟା ବି ଠିକ…