Latest Odisha News

BREAKING NEWS

ପୌର ନିର୍ବାଚନ ସଂଶୋଧିତ ସମୟସୂଚୀ ଜାରି;ଅକ୍ଟୋବର ୩୧ ସୁଦ୍ଧା ଚୂଡ଼ାନ୍ତ ବିଜ୍ଞପ୍ତି

ଭୁବନେଶ୍ବର: ପୌର ନିର୍ବାଚନ ନେଇ ୱାର୍ଡ ସୀମା ନିର୍ଦ୍ଧାରଣ ପାଇଁ ସଂଶୋଧିତ ସମୟସୂଚୀ ଜାରି କରାଯାଇଛି। ଏନେଇ ଆଜି ପୌର ପ୍ରଶାସନ ନିର୍ଦ୍ଦେଶକ ଅରିନ୍ଦମ ଡାକୁଆ ସଂଶୋଧିତ କାର୍ଯ୍ୟ ସୂଚୀ ଜାରି କରିଛନ୍ତି। ବୌଦ୍ଧ ଜିଲ୍ଲାକୁ ବାଦ୍ ଦେଇ ରାଜ୍ୟର ଅନ୍ୟ ସମସ୍ତ ଜିଲ୍ଲାପାଳ ଓ ଜିଲ୍ଲା…

ନନ୍ଦିଗ୍ରାମ ଉପନିର୍ବାଚନରେ ପୁଣି ନୂଆ ଟ୍ବିଷ୍ଟ, ଗିରଫ ହେଲେ କଂଗ୍ରେସ ପ୍ରାର୍ଥୀ ମିଲନ ପ୍ରଧାନ

କୋଲକାତା: ନନ୍ଦିଗ୍ରାମ ଉପନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା। ଉପନିର୍ବାଚନରେ ପୁଣି ନୂଆ ଟ୍ବିଷ୍ଟ। କଂଗ୍ରେସ ପ୍ରାର୍ଥୀ ମିଲନ ପ୍ରଧାନଙ୍କୁ ଏକ ପୁରୁଣା ହତ୍ୟା ମାମଲାରେ ଗିରଫ କରାଯାଇଛି। ଆଜି ନାମାଙ୍କନ ପ୍ରତ୍ୟାହାର କରିଥିଲେ ଟିଏମ୍‌ସି ପ୍ରାର୍ଥୀ ସଞ୍ଚିତା ପ୍ରଧାନ ଦେ। ନାମାଙ୍କନ…

୧୯ ବର୍ଷରୁ କମ କ୍ରିକେଟ: ଅଷ୍ଟ୍ରେଲିଆକୁ ହରାଇଲା ଭାରତ

ରାଜକୋଟ: ରାଜକୋଟର ନିରଞ୍ଜନ ଶାହ ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ ୟୁଥ୍ ୱାନଡେ ମ୍ୟାଚରେ ଭାରତୀୟ ଅଣ୍ଡର-୧୯ ଟିମ୍ ଅଷ୍ଟ୍ରେଲିଆ ଅଣ୍ଡର-୧୯କୁ ୭ ରନରେ ପରାସ୍ତ କରିଛି । ବର୍ଷା ଯୋଗୁଁ ଏହି ମ୍ୟାଚକୁ ୨୦-୨୦ ଓଭର ବିଶିଷ୍ଟ କରାଯାଇଥିଲା । ଏହି ବିଜୟ ସହ ଭାରତ ୩ ମ୍ୟାଚ୍ ବିଶିଷ୍ଟ  ସିରିଜରେ…

ହାଇ ରିଟର୍ଣ୍ଣର ଲୋଭ ଦେଖାଇ ଠକି ନେଇଥିଲେ ୨୫ ଲକ୍ଷ , ୩ ଭାଇ-ଭଉଣୀ ଗିରଫ

ସମ୍ବଲପୁର:ଏକ ଆନ୍ତଃ-ଜିଲ୍ଲା ସାଇବର ଓ ଆର୍ଥିକ ଠକେଇ ଗ୍ୟାଙ୍ଗର ପର୍ଦ୍ଦାଫାଶ । ଠକେଇ ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛି ସମ୍ବଲପୁର ସାଇବର, କ୍ରାଇମ୍‌ ଏବଂ ଇକୋନୋମିକ୍‌ ଅଫେନ୍ସ (CC & EO) ଥାନା ପୋଲିସ। ଫେସବୁକରେ ଫେକ୍ ଆଇଡି ଖୋଲି ଉଚ୍ଚ ରିଟର୍ଣ୍ଣର ପ୍ରଲୋଭନ ଦେଖାଇ ୨୫ ଲକ୍ଷ ଟଙ୍କା…

ବହୁ ଚର୍ଚ୍ଚିତ ନିଠାରୀ ଘଟଣା: ଆତ୍ମହତ୍ୟା କଲା ସୁରେନ୍ଦ୍ର କୋଲି

ହରିଦ୍ୱାର: ଉତ୍ତରାଖଣ୍ଡ ହରଦ୍ୱାରରୁ ଆସିଛି ବଡ ଖବର। ନିଠାରୀ ମାମଲାର ଭୟଙ୍କର ହତ୍ୟା ଘଟଣାର ଅପରାଧୀ ଆତ୍ମହତ୍ୟା କରିଛି। ଜେଲରୁ ବାହାରିବାର ବର୍ଷେ ବିତିନି ଜୀବନ ହାରିଲା। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ସୁରେନ୍ଦ୍ର କୋଲି ହରିଦ୍ୱାରରେ ଆତ୍ମହତ୍ୟା କରିଛି। ସୁରେନ୍ଦ୍ରଙ୍କୁ ସୁପ୍ରିମକୋର୍ଟ…

ଏସୀୟ କ୍ରୀଡ଼ା ୨୦୨୬: ଜାପାନକୁ ହରାଇ ସେମିଫାଇନାଲରେ ଭାରତୀୟ ମହିଳା କ୍ରିକେଟ ଟିମ

ଏସୀୟ କ୍ରୀଡ଼ା ୨୦୨୬ରେ ଭାରତୀୟ ମହିଳା କ୍ରିକେଟ ଟିମ୍ ନିଜର ଦମଦାର ପ୍ରଦର୍ଶନ ଜାରି ରଖି  ସେମିଫାଇନାଲରେ ପ୍ରବେଶ କରିଛି । ଶୁକ୍ରବାର କୋରୋଗୀ ସ୍ପୋର୍ଟସ ପାର୍କରେ ଖେଳାଯାଇଥିବା କ୍ୱାଟର ଫାଇନାଲ ମ୍ୟାଚରେ ଭାରତୀୟ ଟିମ୍ ଜାପାନକୁ ୮ ୱିକେଟରେ ପରାସ୍ତ କରିଛି । ଟସ୍ ହାରି ପ୍ରଥମେ ବ୍ୟାଟିଂ…

ଉତ୍କଳ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ, କରାଯିବ କି ପୁନଃ ପରୀକ୍ଷା ?

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟର ଯୁକ୍ତ ତିନି (+3) ଦ୍ଵିତୀୟ ସେମିଷ୍ଟର ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ହୋଇଥିବା ନେଇ ଏକ ବଡ଼ ଅଭିଯୋଗ ସାମ୍ନାକୁ ଆସିଛି। ସୋସିଆଲ ମିଡିଆ ଏବଂ ହ୍ଵାଟ୍ସଆପ୍ ମାଧ୍ୟମରେ ଏହି ପ୍ରଶ୍ନପତ୍ର ଘୁରି ବୁଲୁଥିବା ଜଣାପଡ଼ିଛି।କିପରି ହେଲା ଉତ୍କଳ ବିଶ୍ବବିଦ୍ୟାଳୟ…

ଦୁଇ ଭାଗ ହେଲା ଟିଏମସି: ଜାଣନ୍ତୁ ମମତାଙ୍କ ପାର୍ଟିକୁ ମିଳିଲା କେଉଁ ଚିହ୍ନ ଓ ନାଁ

କୋଲକାତା: ଭାଗ ଭାଗ ହୋଇଗଲା ଦଳ। TMCର ବଦଳିଗଲା ପରିଚୟ। ନିର୍ବାଚନ କମିଶନ ଟିଏମସିର ଉଭୟ ଗୋଷ୍ଠୀ ପାଇଁ ନାମ ଏବଂ ନିର୍ବାଚନ ପ୍ରତୀକ ଚୂଡ଼ାନ୍ତ କରିଛନ୍ତି। ନିର୍ବାଚନ ଆୟୋଗ ସ୍ପଷ୍ଟ କରିଛନ୍ତି ଯେ, ଏହି ଚିହ୍ନଗୁଡ଼ିକ ଅସ୍ଥାୟୀ ଏବଂ କେବଳ ଆଗାମୀ ଉପନିର୍ବାଚନ ପାଇଁ ଲାଗୁ ହେବ। ପଶ୍ଚିମବଙ୍ଗର…

Jaundice Outbreak: ସରକାରୀ ଆବାସିକ ବିଦ୍ୟାଳୟରେ ଜଣ୍ଡିସ୍‌ ଆତଙ୍କ; ୭୦ରୁ ଊର୍ଦ୍ଧ୍ୱ ଛାତ୍ରୀ ଆକ୍ରାନ୍ତ

ରାୟଗଡ଼ା: ହୋଷ୍ଟେଲରେ ପୁଣି ଜଣ୍ଡିସ୍‌ ଆତଙ୍କ। ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ରବାଡି ସ୍ଥିତ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ଅଧୀନ ଆବାସିକ ବାଳିକା ଉଚ୍ଚ ବିଦ୍ୟାଳୟରେ ଜଣ୍ଡିସ୍ ଆତଙ୍କ ଦେଖାଦେଇଛି। ଗତ ୧୦ ଦିନ ମଧ୍ୟରେ ପ୍ରାୟ ୭୦ରୁ ଅଧିକ ଛାତ୍ରୀ ଏହି ରୋଗରେ ଆକ୍ରାନ୍ତ…

କଟକ ଦୁର୍ଗାପୂଜା ପାଇଁ ଆଜିଠୁ ସିଙ୍ଗଲ୍ ୱିଣ୍ଡୋ ବ୍ୟବସ୍ଥା

କଟକ: ଚାଲିଛି ପାର୍ବଣ ଋତୁ। ସରିଲାଣି ଗଣେଶ ପୂଜା, ବିଶ୍ୱକର୍ମା ପୂଜା। ଆଗକୁ ଆସୁଛି ଦୁର୍ଗାପୂଜା। ଏଥିଲାଗି ଆଜିଠାରୁ ସିଙ୍ଗଲ୍‌ ୱିଣ୍ଡୋ ବ୍ୟବସ୍ଥା। କଟକ ବାରବାଟୀ ପ୍ୟାଲେସରେ ସକାଳ ୧୦ଟାରୁ ୫ଟା ପର୍ଯ୍ୟନ୍ତ ଆବେଦନ। ଶାରଦୀୟ ଦୁର୍ଗାପୂଜା–୨୦୨୬କୁ କଟକ ସହରରେ ଶାନ୍ତିପୂର୍ଣ୍ଣ, ସୁରକ୍ଷିତ ଓ…