Latest Odisha News

BREAKING NEWS

ବିଜେଡିରେ ମିଶିଲେ ଅନୁଗୁଳର ବିଶିଷ୍ଟ ଶିକ୍ଷାବିତ୍ ମହେଶ ଧଳ; କହିଲେ, ମୁଖ୍ୟମନ୍ତ୍ରୀଙ୍କ ନୀତି ଆଦର୍ଶ ଅନୁପ୍ରାଣିତ…

ଭୁବନେଶ୍ବର: ବିଜେଡିରେ ମିଶିଲେ ଅନୁଗୁଳ ଜିଲ୍ଲାର ମହେଶ ଧଳ । ସେ କେବଳ ଜଣେ ବ୍ୟକ୍ତି ନୁହନ୍ତି, ଜଣେ ଅନୁଷ୍ଠାନ । ଆଦର୍ଶ ଗ୍ରୁପର ସେ ପ୍ରତିଷ୍ଠାତା । ଶିକ୍ଷାରେ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି ମହେଶ । ଆଜି ଶଙ୍ଖ ଭବନରେ ମହେଶ ଓ ତାଙ୍କ ସହଯୋଗୀ ସୁଶାନ୍ତ ସାହୁ ବିଧିବଦ୍ଧ ଭାବେ ଦଳରେ…

କଣ୍ଟାବାଞ୍ଝିରୁ ନବୀନ କାର୍ଡ

ଭୁବନେଶ୍ବର: ପଶ୍ଚିମରେ ପୁଣି ନବୀନ କାର୍ଡ । ବିଜେପୁର ପରେ କଣ୍ଟାବାଞ୍ଝିରୁ ଲଢିବେ ନବୀନ । ପ୍ରସନ୍ନ ଅସନ୍ତୋଷ ସାଇଡ୍ ଇଫେକ୍ଟ । ସମ୍ବଲପୁର, ରେଢାଖୋଲରେ ପ୍ରାର୍ଥୀ ଅଦଳବଦଳ । କେଉଁଠି ନେତାଙ୍କ ଟିକେଟ୍ କାଟି ସ୍ତ୍ରୀଙ୍କୁ ପ୍ରାର୍ଥୀ କଲା ବିଜେଡି, ତ କେଉଁଠି ଝିଅ ହେଲେ ପ୍ରାର୍ଥୀ । କଟିଲା…

ଗ୍ରୀଷ୍ମ ମୁକାବିଲା: ଟିପିଏସ୍ଓଡିଏଲ ପକ୍ଷରୁ ସମସ୍ତ ୬ଟି ସର୍କଲରେ ଭ୍ରାମ୍ୟମାଣ ସବ୍ ଷ୍ଟେସନ ନିୟୋଜିତ

ବ୍ରହ୍ମପୁର: ଗ୍ରୀଷ୍ମ ଋତୁରେ ଉତ୍କୃଷ୍ଟ ମାନର ବିଦ୍ୟୁତ ସେବା ଯୋଗାଇବା ପାଇଁ ଟିପିଏସ୍ଓଡିଏଲ୍ (ଟିପି ସଦର୍ଣ୍ଣ ଓଡ଼ିଶା ବିତରଣ ଲିମିଟେଡ) ନୂଆ ପଦକ୍ଷେପ ନେଇଛି । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି କମ୍ପାନୀ ପକ୍ଷରୁ ସମସ୍ତ ୬ଟି ସର୍କଲରେ ଭ୍ରାମ୍ୟମାଣ ସବ ଷ୍ଟେସନ ନିୟୋଜିତ କରାଯାଇଛି ।…

କଲବଲ କରୁଛି ତାତି: ସାଢ଼େ ୧୧ ସୁଦ୍ଧା ୪୦ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ଵର: ରାଜ୍ୟବାସୀଙ୍କୁ କଲବଲ କରୁଛି ତାତି। ସାରା ରାଜ୍ୟରେ ପ୍ରବଳ ଖରା । ଜଳୁଛି ରାଜଧାନୀ। ସକାଳ ୮ଟା ପରେ ଘରୁ ବାହାରିବା କଷ୍ଟ ହୋଇପଡ଼ୁଛି। ଆଜି ସକାଳ ୮ଟା ୩୦ ସୁଦ୍ଧା ୩୪ ଡିଗ୍ରୀ ପାରଦ ଟପି ଥିବା ବେଳେ ସାଢେ ୧୧ଟା ସୁଦ୍ଧା ପାରଦ ୪୦ ଡିଗ୍ରୀ ଛୁଇଁଛି। ଆଜି ସକାଳୁ ସକାଳୁ…

ଗ୍ରୀଷ୍ମପ୍ରବାହ ବୃଦ୍ଧି; ଆସନ୍ତା ୩ ଦିନ ଯାଏଁ ରାଜ୍ୟର ସମସ୍ତ ସ୍କୁଲ ଛୁଟି ଘୋଷଣା

ଭୁବନେଶ୍ବର: ରାଜ୍ୟରେ ବୃଦ୍ଧି ପାଉଁଛି ଗ୍ରୀଷ୍ମପ୍ରବାହ । ଗରମ ଓ ଗୁଳୁଗୁଳୁରେ ଅସହ୍ୟ ଜନଜୀବନ । ତେବେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରା ବୃଦ୍ଧିକୁ ନଜରରେ ରଖି ଆସନ୍ତା ୩ ଦିନ ପାଇଁ ସ୍କୁଲ ଛୁଟି ଘୋଷଣା କଲେ ରାଜ୍ୟ ସରକାର । ୧୮ ରୁ ୨୦ ତାରିଖ ଯାଏଁ ରାଜ୍ୟର ସମସ୍ତ ସ୍କୁଲ ବନ୍ଦ…

ସୂର୍ଯ୍ୟଙ୍କ ତୁଳନାରେ ୩୩ଗୁଣ ବଡ ବ୍ଲାକହୋଲ ଠାବ

ନୂଆଦିଲ୍ଲୀ: ଆକାଶଗଙ୍ଗାରେ ଏକ ନୂତନ ସ୍ଲିପିଂ ଜ୍ୟାଂଟ ବ୍ଲାକ ହୋଲ ଠାବ କରାଯାଇଛି । ସୂର୍ଯ୍ୟଙ୍କ ତୁଳନାରେ ଏହା ୩୩ଗୁଣ ବଡ ହେବ ବୋଲି ଅନୁମାନ କରାଯାଉଛି । ଏହାର ନାମ ଗାଇଆ ବିଏଚ୩ ଦିଆଯାଇଛି । ବୈଜ୍ଞାନିକମାନେ ପୃଥିବୀଠାରୁ ୨୦୦୦ ପ୍ରକାଶ ବର୍ଷ ଦୂରରେ ଥିବା ଏକ୍ୱିଲା ତାରାମଣ୍ଡଳରେ ଏହାକୁ…

ଆଉ ୯ ଆସନରେ ପ୍ରାର୍ଥୀ ଘୋଷଣା କଲା ବିଜେଡି, କଣ୍ଟାବାଞ୍ଜିରୁ ଲଢିବେ ନବୀନ

ଭୁବନେଶ୍ବର: ବିଧାନସଭା ନିର୍ବାଚନ ପାଇଁ ୫ମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି । ନବୀନ ପଟ୍ଟନାୟକ କଣ୍ଟାବାଞ୍ଜିରୁ ପ୍ରାର୍ଥୀ ହୋଇଛନ୍ତି । ସେହିପରି ସମ୍ବଲପୁର ଓ ରେଢ଼ାଖୋଲ ପ୍ରାର୍ଥୀ ପରିବର୍ତ୍ତନ କରାଯାଇଛି । ରେଢ଼ାଖୋଲରୁ ପ୍ରାର୍ଥୀ ହେଲେ ପ୍ରସନ୍ନ ଆଚାର୍ଯ୍ୟ ଏବଂ…

ଲଗାଣ ବର୍ଷାରେ ବେହାଲ ଦୁବାଇ; ବର୍ଷକର ବର୍ଷା ଦିନକରେ ଅଜାଡିଲା, ଜୀବନ ଯାତ୍ରା ଠପ୍

ଆବୁଧାବି: ମରୁଭୂମିରେ ବର୍ଷାର ତାଣ୍ଡବ । ରାଜରାସ୍ତାରେ ଲହଡ଼ି ଭାଙ୍ଗୁଛି ବନ୍ୟାପାଣି । ୟୁନାଇଟେଡ୍ ଆରବ ଏମିରେଟ୍ସ ବା ୟୁଏଇରରେ ପ୍ରବଳ ବର୍ଷା ଯୋଗୁଁ ଦେଖାଦେଇଛି ବନ୍ୟା ପରିସ୍ଥିତି । ରାସ୍ତା ଓ ସପିଂ ମଲରେ ଆଣ୍ଠୁଏ ଉପରେ ପାଣି ଜମା ହୋଇରହିଛି । ଦୁବାଇ ସମେତ ବାହାରେନରେ ମଧ୍ୟ ବନ୍ୟା…

ସୁରକ୍ଷାକର୍ମୀଙ୍କୁ ବଡ ସଫଳତା; ଛତିଶଗଡ଼ରେ ୨୯ ମାଓବାଦୀ ମୃତ, ଝାଡ଼ଖଣ୍ଡ ସୀମାନ୍ତରେ ବିପୁଳ ମାଓ ସାମଗ୍ରୀ ଜବତ

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ପୂର୍ବରୁ ଛତଶଗଡରେ ବଡ ଧରଣର ମାଓ ଅପରେସନ୍ । ଛତିଶଗଡର କାଙ୍କେର ଜିଲ୍ଲାର ସୀମା ସୁରକ୍ଷା ବଳୟ (ବିଏସ୍ଏଫ୍) ଏବଂ ଜିଲ୍ଲା ରିଜର୍ଭ ଗାର୍ଡ (ଡିଆରଜି) ର ମିଳିତ ଅପରେସନରେ ବର୍ତ୍ତମାନ ସୁଦ୍ଧା ୨୯ ଜଣ ନକ୍ସଲ ନିହତ ହୋଇଛନ୍ତି । ଗତକାଲି ସନ୍ଧ୍ୟା ସୁଦ୍ଧା ୧୮ ଜଣ…

ଆଜି ପ୍ରବାଦ ପୁରୁଷଙ୍କ ୨୭ତମ ଶ୍ରାଦ୍ଧ ବାର୍ଷିକ, ନିରାଡ଼ମ୍ବର ଭାବେ ପାଳୁଛି ବିଜେଡି

ଭୁବନେଶ୍ବର: ଆଜି ବିଶିଷ୍ଟ ରାଷ୍ଟ୍ରନୀତିଜ୍ଞ, ମହାନ ଜନନାୟକ, ପ୍ରବାଦ ପୁରୁଷ, ସ୍ଵାଧୀନତା ସଂଗ୍ରାମୀ ବିଜୁ ପଟ୍ଟନାୟକଙ୍କର ୨୭ତମ ଶ୍ରାଦ୍ଧ ବାର୍ଷିକ । ବିଜୁ ବାବୁଙ୍କ ତିରୋଧାନ ଦିବସକୁ ନିରାଡମ୍ବର ଭାବେ ପାଳନ କରୁଛି ବିଜୁ ଜନତା ଦଳ । ଏହି ଦିବସରେ ବିଜୁ ଜନତା ଦଳର ପ୍ରତ୍ୟେକ ସଦସ୍ୟ ବିଜୁ…