କବିତା : ଶ୍ରୀରାମ
ଜ୍ଞାନ ରଞ୍ଜନ ଦାଶ
ବିଶ୍ରବା ଆତ୍ମଜ ଦନୁଜଙ୍କ ରାଜ
ଲଙ୍କପତି ଦଶାନନ
ନିଧନର ଲକ୍ଷ୍ୟେ ଚୈତ୍ର ଶୁକ୍ଲ ପକ୍ଷେ
ଜନ୍ମିତ ରଘୁ ନନ୍ଦନ ।
ପୁତ୍ରେଷ୍ଠି ଯାଗର କରି ଆୟୋଜନ
ଋଷ୍ୟଶୃଙ୍ଗ ପୌରୋହିତ୍ୟେ
ଦଶରଥ ଲାଭ କଲେ ଚତୁସ୍ପୁତ୍ର
ଜଗତ ଜନଙ୍କ ହିତେ ।
କୌଶଲ୍ୟା ଉଦରୁ ଉଦେ ନିଶାକର…