Latest Odisha News

BREAKING NEWS

ଅଙ୍ଗନବାଡ଼ିରେ ପଶିଲା ଶିଆଳ, ୧୨ ଆହତ

ବାଲେଶ୍ଵର: ଅଙ୍ଗନବାଡ଼ି କେନ୍ଦ୍ର ଭିତରେ ପଶି ପିଲାଙ୍କୁ ଗୋଡ଼େଇ କାମୁଡ଼ିଲା ଶିଆଳ । ଶିଆଳ କାମୁଡିବାରୁ ୧୨ ଜଣ ଆହତ ହୋଇଛନ୍ତି । ଆହତ ମାନଙ୍କ ମଧ୍ୟରେ ୪ଜଣ ଶିଶୁ ଥିବା ଜଣାପଡ଼ିଛି । ବାଲେଶ୍ୱର ଜିଲ୍ଲା ସୋର ଡାଲଙ୍ଗ ଗାଁରେ ଘଟିଛି ଏହି ଘଟଣା ଘଟିଛି । ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି…

ଓଏସଏସସି ପ୍ରଶ୍ନପତ୍ର ଲିକର ଗୁମର ଖୋଲିଲା ମାଷ୍ଟରମାଇଣ୍ଡ: ଯାଞ୍ଚ ବେଳେ ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ

ଭୁବନେଶ୍ୱର:ଓଏସଏସସି ଜେଇ ସିଭିଲ ମେନ ପରୀକ୍ଷା ପ୍ରଶ୍ନପତ୍ର ଲିକ ମାମଲାରେ ଗିରଫ ହୋଇଛନ୍ତି ମାଷ୍ଟରମାଇଣ୍ଡ ବିଶାଲ କୁମାର ଚୌରାସିଆ  । ସାମ୍ନାକୁ ଆସିଛି ବିଶାଲଙ୍କ କଳାକାରନାମା । ପ୍ରଥମ ଥର ପାଇଁ ଏପରି କାମ କରିନାହାନ୍ତି ବିଶାଲ । ଏହା ପୂର୍ବରୁ ମଧ୍ୟ ଏପରି ପ୍ରଶ୍ନପତ୍ର ଲିକ କରିଛନ୍ତି…

ଆଉ ୬ଟି ଗେଟ ବନ୍ଦ କଲା ହୀରାକୁଦ, ୨ଟି ଗେଟ ଦେଇ ହେଉଛି ଜଳ ନିଷ୍କାସନ

ସମ୍ବଲପୁର: ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ୬ଟି ଗେଟ । ଏବେ ୨ଟି ଗେଟ ଦେଇ ହେଉଛି ବନ୍ୟା ଜଳ ନିଷ୍କାସନ । ବାମ ପାର୍ଶ୍ଵରେ ଗୋଟେ ଓ ଡାହାଣ ପାର୍ଶ୍ଵରେ ଗୋଟେ ଗେଟ ଦେଇ ହେଉଛି ଜଳ ନିଷ୍କାସନ । ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର କମିବା କାରଣରୁ ୬ଟି ସୁଇସ୍ ଗେଟକୁ ବନ୍ଦ କରିଛନ୍ତି ହୀରାକୁଦ…

ନିଖୋଜ ହେଉଛନ୍ତି ଶିଶୁ; ପାଞ୍ଚ ବର୍ଷରେ ଗାଏବ ୨.୭୫ ଲକ୍ଷ, ୨ ଲକ୍ଷରୁ ଅଧିକ କେବଳ ନାବାଳିକା

ନୂଆଦିଲ୍ଲୀ:ଦେଶରୁ ଗାଏବ ହୋଇ ଯାଉଛନ୍ତି ଶିଶୁ । କୁଆଡେ ଯାଉଛନ୍ତି ପତ୍ତା ମିଳୁନି । କିଛି ଶିଶୁ ମିଳୁଛନ୍ତି ଆଉ କିଛି ମିଳୁନାହାନ୍ତି । ଶିଶୁ ନିଖୋଜ ଏବେ ଦେଶରେ ଏକ ଚିନ୍ତାର ବିଷୟ ହୋଇ ପଡ଼ିଲାଣି । ଜାଣିଲେ ଆଶ୍ଚର୍ଯ୍ୟ ହେବେ ଗତ ୫ ବର୍ଷ ମଧ୍ୟରେ ଦେଶରେ ୨ ଲକ୍ଷ ୭୫ ହଜାରରୁ ଅଧିକ ଶିଶୁ…

ଚାନ୍ଦା କରି କିଣିଥିଲେ ୨୫୦ ଟଙ୍କିଆ ଲଟେରି: ଏବେ ଜିତିଲେ ୧୦କୋଟି

କେରଳ: କଥାରେ ଅଛି “ଉପର ବାଲା ଯେବେ ଦିଏ ଛପର ଫାଡ଼ିକି ଦିଏ” । ଏହି ଲୋକକଥାଟି କେରଳର ୧୧ଜଣ ମହିଳାଙ୍କ ଠାରେ ସମ୍ପୁର୍ଣ୍ଣ ମେଳ ଖାଉଛି । ପ୍ରକୃତରେ କଥାଟି ହେଇଛି ଏପରି, କେରଳର ପରାପ୍ପାନାନ୍‌ଗାଡ଼ି ପୌରପାଳିକା ଅନ୍ତର୍ଗତ ସବୁଜ ବାହିନୀ ‘ହରିତ କର୍ମ ସେନା’ର ୧୧ଜଣ ସଦସ୍ୟା ଗତ କିଛିଦିନ ତଳେ…

ଲାଞ୍ଚ ନେଉଥିଲେ ଅତିରିକ୍ତ ତହସିଲଦାର; ମାଡ଼ି ବସିଲା ଭିଜିଲାନ୍ସ

ନୟାଗଡ: ଲାଞ୍ଚ ନେବା ପଡିଲା ମହଙ୍ଗା । ଭିଜିଲାନ୍ସ ଜାଲରେ ପଡ଼ିଲେ ସରକାରୀ ବାବୁ । ନୟାଗଡ ଜିଲ୍ଲା ଗଣିଆ ତହସିଲର ଅତିରିକ୍ତ ତହସିଲଦାର ବନମାଳି  ପରିଡା ଭିଜିଲାନ୍ସ ଜାଲରେ ପଡିଛନ୍ତି । ୧୩ ହଜାର ଟଙ୍କା ଲାଞ୍ଚ ନେବାବେଳେ ସେ ଧରା ପଡିଛନ୍ତି । ଏକ ବାଲି ବୋଝେଇ ହାଇୱା ଟ୍ରକକୁ ଛାଡି…

ବାଡ଼ିରେ ଜାପାନୀ ଆମ୍ବ ଫଳାଇ ଚର୍ଚ୍ଚାରେ ଶିକ୍ଷକ: କିଲୋ ପିଛା ୩ ଲକ୍ଷ ଟଙ୍କା

କଳାହାଣ୍ଡି: ଜାପାନୀ ମିଆଜାକି ଆମ୍ବ ଫଳାଇ ଚର୍ଚ୍ଚାରେ ଜଣେ ଶିକ୍ଷକ। କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ କାନ୍ଦୁଲଗୁଡାର ସଫଳ ଆମ୍ବ ଚାଷୀ ତଥା ଶିକ୍ଷକ ରକ୍ଷାକର ଭୋଇ ନିଜ ବାଡିରେ ମିଆଜାକି ଆମ୍ବ ଫଳାଇ ଏବେ ଚର୍ଚ୍ଚାରେ। ବାଡ଼ିରେ ଫଳିଛି ପେନ୍ଥା ପେନ୍ଥା ଆମ୍ବ। ଆମ୍ବର ଦାମ୍‌ ଏତେ ଅଧିକ ଯେ…

ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାର ଗୁମୁଟରୁ ଲୁଟିନେଲେ ଦାନବାକ୍ସ 

ପୁରୀ: ଶ୍ରୀମନ୍ଦିରକୁ ନେଇ ବିବାଦ ଶେଷ ହେବାର ନାଁ ଧରୁନି । ଗୋଟିଏ ପରେ ଗୋଟିଏ ଅଘଟଣ ଘଟି ଚାଲିଛି । ଶ୍ରୀମନ୍ଦିର ପ୍ରଶାସନ-ସେବାୟତଙ୍କ ମଧ୍ୟରେ ବୁଝାମଣା ଅଭାବରୁ ପ୍ରଭୁଙ୍କ ବନକଲାଗି ନୀତି ବନ୍ଦ ରହିଥିବାବେଳେ ଏବେ  ଦକ୍ଷିଣ ଦ୍ୱାର ଗୁମୁଟରୁ ଦାନବାକ୍ସ  ଲୁଟ ହୋଇଗଲାଣି ଅଭିଯୋଗ ।…

ଓଲିଉଡ୍ ହିରୋଇନଙ୍କ ଭିଡିଓ ଭାଇରାଲ, ପୁରୁଷ ବନ୍ଧୁଙ୍କ ନାଁରେ ଥାନାରେ ଏତଲା ଦେଲେ ଅଭିନେତ୍ରୀ

ଭୁବନେଶ୍ଵର: ଓଲିଉଡ଼ରେ ପୁଣି ଉଠିଛି ଅନ୍ତରଙ୍ଗ ଭିଡ଼ିଓ ଭାଇରାଲ୍ ବିବାଦ । ଜଣେ ଜଣାଶୁଣା  ଅଭିନେତ୍ରୀ ତାଙ୍କ ପୁରୁଷବନ୍ଧୁଙ୍କ ନାଁରେ ଆଣିଛନ୍ତି ଅଭିଯୋଗ । ନାୟିକା ଜଣକ ଥାନାରେ ଏଫଆଇଆର ଦାଖଲ କରି ପୁରୁଷବନ୍ଧୁ ସେମାନଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ କରିଥିବା କହିଛନ୍ତି । ସେ…

ମଣିପୁର ଭାଇରାଲ ଭିଡିଓ ମାମଲାରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି, ରାଜ୍ୟ ବାହାରେ ଶୁଣାଣି ପାଇଁ ଗୁହାରି

ନୂଆଦିଲ୍ଲୀ: ମଣିପୁର ହିଂସା ପ୍ରସଙ୍ଗକୁ ନେଇ ଜାରି ରହିଛି ଚର୍ଚ୍ଚା। ସଡ଼କଠୁ ସୋସିଆଲ ମିଡିଆ ଏବଂ ସଂସଦରୁ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ସବୁଠି ମହୋଲ ଗରମ। ମଣିପୁରର ଲଜ୍ଜାଜନକ ଭିଡିଓ ସାମ୍ନାକୁ ଆସିବା ପରେ ଏହାକୁ ସୋସିଆଲ ମିଡିଆ ମାଧ୍ୟମରେ ତୀବ୍ର ସମାଲୋଚନା କରାଯାଉଛି। ଏହି ଭିଡିଓ ଭାଇରାଲ…