Latest Odisha News

BREAKING NEWS

ଅଲ ନସ୍ର ସହ ଚୁକ୍ତି ପରେ ରୋନାଲ୍ଡୋ ହେଲେ ବିଶ୍ୱର ସବୁଠାରୁ ଧନୀ ଖେଳାଳି

ରିୟାଦ: ପର୍ତୁଗାଲ ଫୁଟବଲ ଟିମର ଅଧିନାୟକ କ୍ରିଷ୍ଟିଆନ ରୋନାଲ୍ଡୋ ସାଉଦି ଆରବର ଅଲ ନସ୍ର କ୍ଲବ ସହ ୨ବର୍ଷ ୬ମାସ ପାଇଁ ଚୁକ୍ତିବଦ୍ଧ ହୋଇଛନ୍ତି । ରୟଟର୍ସ ଅନୁସାରେ ରୋନାଲ୍ଡୋଙ୍କୁ ଏ ନେଇ ୧୭୭୫ କୋଟି ଟଙ୍କା ପ୍ରଦାନ କରାଯିବ । ୩୭ ବର୍ଷୀୟ ରୋନାଲ୍ଡୋ ଏଥିସହ ସବୁଠାରୁ ଧନୀ ଖେଳାଳି ପାଲଟି…

ଅତି କମରେ ୬ମାସ କ୍ରିକେଟଠାରୁ ଦୂରେଇ ରହିବେ ପନ୍ତ

ମୁମ୍ବାଇ: ଭାରତର ଷ୍ଟାର କ୍ରିକେଟର ରିଷଭ ପନ୍ତଙ୍କ ଶୁକ୍ରବାର ବଡ ଧରଣର ଦୁର୍ଘଟଣା ହୋଇଛି । ଏଥିରେ ପନ୍ତଙ୍କ ମୁଣ୍ଡ, କହୁଣୀ ଓ ଆଂଠୁ ମାଡ ହୋଇଯାଇଛି । ଏହା ବ୍ୟତୀତ ହାଥ ଓ ପିଠି ମଧ୍ୟ ଆଘାତପ୍ରାପ୍ତ ହୋଇଛି । ପନ୍ତଙ୍କୁ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇ ଆନ୍ତର୍ଜାତୀୟ କ୍ରିକେଟକୁ ଫେରିବା…

ଆନ୍ତର୍ଜାତିକ ଓଡ଼ିଶୀ ନୃତ୍ୟୋତ୍ସବ ଉଦଯାପିତ

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ର ଆନୁକୂଲ୍ୟରେ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ଆୟୋଜିତ ଆନ୍ତର୍ଜାତିକ ଓଡ଼ିଶୀ ନୃତ୍ୟୋତ୍ସବ ଉଦଯାପିତ ହୋଇଯାଇଛି । ଏହି ଅବସରରେ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିବା…

ଲକ୍ଷଦ୍ୱୀପ ପ୍ରଶାସନ ରାଷ୍ଟ୍ରୀୟ ସୁରକ୍ଷା ନେଇ ୧୭ ଦ୍ୱୀପର ପ୍ରବେଶ ଉପରେ ଲଗାଇଲେ କଟକଣା

ନୂଆଦିଲ୍ଲୀ: ଲକ୍ଷଦ୍ୱୀପ ପ୍ରଶାସନ ରାଷ୍ଟ୍ରୀୟ ସୁରକ୍ଷାକୁ ଦୃଷ୍ଟିରେ ରଖି ୩୬ରୁ ୧୭ ଦ୍ୱୀପରେ ପ୍ରବେଶ ନେଇ କଟକଣା ଲଗାଇଛନ୍ତି । ଏଠାକୁ ଯିବା ପାଇଁ ସବ ଡିଭିଜନାଲ ମାଜିଷ୍ଟ୍ରେଟଙ୍କ ଅନୁମତି ଆବଶ୍ୟକ ହେଉଥିଲା । ଏବେ ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟ ଦଣ୍ଡ ପ୍ରକ୍ରିୟା ସଂହିତା ଧାରା ୧୪୪ ଲାଗୁ…

ବିଶ୍ୱକପ୍ ପୂର୍ବରୁ ଖେଳାଳି ରହିବାକୁ ଥିବା ହୋଟେଲରେ ଅନୁଧ୍ୟାନ କଲେ ଡିସିପି

ଭୁବନେଶ୍ୱର: ହକି ବିଶ୍ୱକପ୍ ପାଇଁ ପ୍ରସ୍ତୁତି ଜୋର ସୋରରେ ଚାଲିଛି । ଆଇନଶୃଙ୍ଖଳା ରକ୍ଷା ସହ ଟ୍ରାଫିକ୍ ନିୟନ୍ତ୍ରଣ ଉପରେ ପୋଲିସ ନଜର ଦେଇଛି । ଜାନୁଆରୀ ୧୩ ତାରିଖରୁ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍ ସହ ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଖେଳାଯିବ ମ୍ୟାଚ୍ । ଭୁବନେଶ୍ୱରରେ…

ମାଆ ଗାଳିଦେଲେ ବୋଲି ଘର ଛାଡି ପଳେଇଥିଲେ ଜାହୀଦ, ୫୨ ବର୍ଷ ପରେ ଫେରିଲେ

ମୁରାଦାବାଦ: କୋତବାଲୀର ତେବରଖାସ ଗ୍ରାମର ବାସିନ୍ଦା ଜାହୀଦ ଅଲୀ ୫୨ ବର୍ଷ ପରେ ଘରକୁ ଫେରିଛନ୍ତି । ପରିବାରବର୍ଗଙ୍କ ଉଦ୍ୟମ ଯୋଗୁ ଏହା ସମ୍ଭବପର ହୋଇଛି । ଜାହୀଦଙ୍କୁ ୧୮ ବର୍ଷ ହୋଇଥିବା ବେଳେ କୌଣସି କାରଣ ନେଇ ତାଙ୍କ ମାଆ ବିରକ୍ତ ହୋଇଥିଲା । ଜାହୀିଦ ରାଗ ଓ ଅଭିମାନରେ ଘର ଛାଡି ଗଲେ ଯେ,…

କ୍ୟାପିଟାଲ ହସ୍ପିଟାଲରେ ସ୍ନାତକୋତ୍ତର, ମେଡିକାଲ ଶିକ୍ଷା ଓ ଗବେଷଣା ଅନୁଷ୍ଠାନ ଉଦଘାଟିତ୍

ଭୁବନେଶ୍ୱର: କ୍ୟାପିଟାଲ୍ ହସ୍ପିଟାଲରେ ଉଦଘାଟିତ ହୋଇଛି ସ୍ନାତକୋତ୍ତର, ମେଡିକାଲ ଶିକ୍ଷା ଓ ଗବେଷଣା ଅନୁଷ୍ଠାନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଲୋକାର୍ପିତ କରିଛନ୍ତି । ଚଳିତ ୨୦୨୨-୨୩ ଶିକ୍ଷାବର୍ଷରୁ କ୍ୟାପିଟାଲ ହସ୍ପିଟାଲରେ ଆରମ୍ଭ ହେବ ପ୍ରଥମ ବ୍ୟାଚ୍…

ରଣଜୀ ଟ୍ରଫି: ହରିୟାଣା ବିପକ୍ଷରେ ଓଡିଶା ହାସଲ କଲା ୩ ପଂଏଟ

କଟକ: ରଣଜୀ ଟ୍ରଫି କ୍ରିକେଟରେ ହରିୟାଣା ବିପକ୍ଷରେ ଓଡିଶା ଗୁରୁତ୍ୱପୂର୍ଣ୍ଣ ୩ ପଂଏଟ ହାସଲ କରିଛି । ମ୍ୟାଚ ଡ୍ର ରହିଥିଲେ ମଧ୍ୟ ପ୍ରଥମ ଇନିଂସ ଅଗ୍ରଣୀ ଭିତିରେ ଓଡିଶା ଏହି ପଂଏଟ ହାସଲ କରିଛି । ପ୍ରଥମେ ବ୍ୟାଟିଂ କରି ହରିୟାଣା ୩୩୮ ରନ କରିଥିଲା । ଜବାବରେ ଓଡିଶା ୪୧୪ ରନ କରି ୭୬ ରନରେ…

କୁହୁଡ଼ିର ମୁକାବିଲା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ସ୍ଵତନ୍ତ୍ର ନିରାପତ୍ତା ଅଭିଯାନ

ଭୁବନେଶ୍ୱର: ଘନ କୁହୁଡ଼ିକୁ ଦେଖି ପୂର୍ବତଟ ରେଳପଥର ପ୍ରସ୍ତୁତି । ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଅନେକ ସ୍ଥାନରେ ଘନ କୁହୁଡି ପରିସ୍ଥିତିକୁ ଦୃଷ୍ଟିରେ ରଖାଯାଇଛି । ବିଭିନ୍ନ ରେଳ ସେକ୍ସନରେ ରାତ୍ରି ସମୟ ଠାରୁ ପ୍ରାତଃ କାଳ ସମୟରେ ଘନ କୁହୁଡ଼ିକୁ ସାମ୍ନା କରି ରେଳ ଚଳାଚଳ କରାଇବାକୁ…

ଓଡ଼ିଶାର ଆଏନା ପିନ୍ଧିଲେ କିଟ୍ ନହ୍ନିପରୀ ମୁକୁଟ

ଭୁବନେଶ୍ୱର: ଭୁବନେଶ୍ୱରର ଝିଅ ଆଏନା ରାଉତରାୟ କିଟ୍ ନହ୍ନିପରୀ ଲିଟିଲ୍ ମିସ୍ ଇଣ୍ଡିଆ ୨୦୨୨ ଟାଇଟଲ୍ ହାସଲ୍ କରିଛନ୍ତି । କିଟ୍ ପକ୍ଷରୁ ଆୟୋଜିତ ‘କିଟ୍ ନହ୍ନିପରୀ ଲିଟିଲ୍ ମିସ୍ ଇଣ୍ଡିଆ ୨୦୨୨ର ଫାଇନାଲ୍ ତଥା ମେଗା ରାଉଣ୍ଡ ଗୁରୁବାର ଶେଷ ହୋଇଛି । ଏହି ମେଗା ଅଡ଼ିସନ୍ ତଥା ଫାଇନାଲ୍ ରାଉଣ୍ଡରେ…