Latest Odisha News

BREAKING NEWS

ଅବିନାଶଙ୍କୁ ରୌପ୍ୟ: ପୂଜା, ଜସ୍ମିନ ବ୍ରୋଞ୍ଜରେ ସନ୍ତୁଷ୍ଟ

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡାର ୯ମ ଦିବସରେ ଭାରତୀୟ ରେସଲର ପୂଜା ଗେହେଲୋଟ ଓ ବକ୍ସର ଜସ୍ମିନ ଲାମ୍ବୋରିୟା ବ୍ରୋଞ୍ଜ ପଦକ ଜିତିଥିବା ବେଳେ ଅବିନାଶ ସାବଲେ ୩୦୦୦ ମିଟର ଷ୍ଟିପେଲଚେଜରେ ରୌପ୍ୟ ପଦକ ହାସଲ କରିଛନ୍ତି । ମହିଳା ୫୦ କିଗ୍ରା ବିଭାଗରେ ପୂଜା ସ୍କଟଲାଣ୍ଡର ପ୍ରତିଦ୍ୱନ୍ଦ୍ୱୀଙ୍କୁ…

ଜେଡିୟୁରୁ ଇସ୍ତଫା ଦେଲେ ଆରସିପି ସିଂ

ପାଟନା: ପୂର୍ବ କେନ୍ଦ୍ର ମନ୍ତ୍ରୀ ଆରସିପି ସିଂ ଆଜି ଜେଡିୟୁରୁ ଇସ୍ତଫା ଦେଇଛନ୍ତି । ନୀତିଶ କୁମାରଙ୍କ ପାର୍ଟି ଆରସିପିଙ୍କ ଉପରେ ଭ୍ରଷ୍ଟାଚାର ଅଭିଯୋଗ ଆଣିଥିଲା । ୨୦୧୩ରୁ ୨୨ ମଧ୍ୟରେ ତୁମେ କିପରି ଏତେ ସମ୍ପତି କଲ ବୋଲି ପାର୍ଟି ପକ୍ଷରୁ ତାଙ୍କୁ ପ୍ରଶ୍ନ କରାଯାଇଥିଲା । ଏଥିରେ ସେ ବିଗିଡି…

ଦୂତି, ଶ୍ରାବଣୀଙ୍କ ପ୍ରଦର୍ଶନ ବଳରେ ଫାଇନାଲରେ ପ୍ରବେଶ କଲା ଭାରତୀୟ ମହିଳା ରିଲେ ଟିମ

ବର୍ମିଂହାମ: ଓଡିଶାର ୨ ଷ୍ଟାର ଆଥଲେଟ ଦୂତି ଚାନ୍ଦ ଓ ଶ୍ରାବଣୀ ନନ୍ଦଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଭାରତ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡା ମହିଳା ୪ ଗୁଣନ ୧୦୦ ମିଟର ରିଲେର ଫାଇନାଲରେ ପ୍ରବେଶ କରିଛି । ଦୂତି, ଶ୍ରାବଣୀଙ୍କ ବ୍ୟତୀତ ଏଥିରେ ହିମା ଦାସ ଓ ଜ୍ୟୋତି ୟାରାଜି ମଧ୍ୟ ଅଂଶଗ୍ରହଣ କରିଥିଲେ…

[ଦେଖନ୍ତୁ ଭିଡିଓ] ନୂଆପଡ଼ାର ୯ ଗାଁରେ ବୁଲୁଛି ମହାବଳ ବାଘ ! ଲୋକେ ଭୟଭୀତ

ନୂଆପଡ଼ା: ନୂଆପଡ଼ାରେ ବାଘ ମାତିଛି । ମହାବଳ ବାଘ ଗାଁକୁ ଗାଁ ଘୁରି ବୁଲୁଛି । ନୂଆପଡ଼ା ଜିଲ୍ଲା ସିନାପାଲି ରେଞ୍ଜ ଘାଟମାଳ ଅଞ୍ଚଳରେ ବାଘକୁ ନେଇ ଭୟଭୀତ ୯ଟି ଗାଁର ଲୋକ । ସିନାପାଲିର ଘାଟମାଲ, ଯୋଗଭଟା, ବଡ଼ମାଲ, ପଲନାପଡ଼ା, ପଣ୍ଡରିପାଣି, ଅରମେଳା, ମାନ୍ଦଳପଖାନ ଆଦି ୯ଟି ଗାଁରେ ୪ଟି ମହାବଳ…

ଫାଇନାଲରେ ଭାରତୀୟ ମହିଳା କ୍ରିକେଟ ଟିମ, ଏଥର ଟାର୍ଗେଟ ସ୍ୱର୍ଣ୍ଣ ପଦକ

ବର୍ମିଂହାମ: ଭାରତୀୟ ମହିଳା କ୍ରିକେଟ ଟିମ ରାଜ୍ୟଗୋଷ୍ଠୀ କ୍ରୀଡାରେ ଇତିହାସ ରଚିଛନ୍ତି । ଶନିବାର ଅନୁଷ୍ଠିତ ସେମି ଫାଇନାଲ ମୁକାବିଲାରେ ଭାରତ ୪ ରନରେ ଇଂଲଣ୍ଡକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି । ପ୍ରଥମ ଥର ପାଇଁ ଟି୨୦ କ୍ରିକେଟକୁ ରାଜ୍ୟଗୋଷ୍ଠୀ କ୍ରୀଡାରେ ସାମିଲ କରା ଯାଇଥିଲା ।…

ବୁଷ୍ଟର ଡୋଜ୍ ନେଇ ସୁସ୍ଥ ରହିବା ପାଇଁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: କୋଭିଡ୍ ମହାମାରୀ ବିରୋଧୀ ଲଢ଼େଇକୁ ମଜଭୁତ୍ କରିବା ପାଇଁ ଭାରତ ସରକାର ପଦକ୍ଷେପ ନେଇଛନ୍ତି । ଅମୃତ ମହୋତ୍ସବ ଅବସରରେ ଜୁଲାଇ ୧୫ରୁ ଆରମ୍ଭ ହୋଇଥିବା ୭୫ ଦିନିଆ ସ୍ୱତନ୍ତ୍ର ଅଭିଯାନରେ ସାମିଲ୍ ହୋଇ ଖୁବଶୀଘ୍ର ବୁଷ୍ଟର ଡୋଜ୍ ନେଇ ସୁସ୍ଥ ରହିବା ପାଇଁ ଓଡ଼ିଶାର ଜନସାଧାରଣଙ୍କୁ ଏକ…

୮ ତାରିଖରେ ପ୍ରକାଶ ପାଇବ ଯୁକ୍ତ ୨ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ

ଭୁବନେଶ୍ୱର: ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ନେଇ ତାରିଖ ଘୋଷଣା ହୋଇଛି । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଦିଆଯାଇଥିବା ସୂଚନା ପ୍ରକାରେ ୮ ତାରିଖ ଅପରାହ୍ଣ ୪ଟାରେ ପ୍ରକାଶ ପାଇବ ପରୀକ୍ଷା ଫଳ । ଛାତ୍ରଛାତ୍ରୀମାନେ orissaresults.nic.in ୱେବସାଇଟ ମାଧ୍ୟମରେ…

[ଶୁଣନ୍ତୁ] ଦିନର ଟପ୍ ହେଡଲାଇନ୍ସ

୧) ବର୍ଷାରେ ବେହାଲ୍ ଓଡ଼ିଶା । ଉତ୍ତରପଶ୍ଚିମ ବଙ୍ଗୋପସାଗର ଏବଂ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ତୁହାକୁ ତୁହା ବର୍ଷା ଲାଗିରହିଛି । ଆଗାମୀ ୨୪ ଘଣ୍ଟା ମଧ୍ୟରେ ଘୂର୍ଣ୍ଣିବଳୟ ଘନୀଭୂତ ହୋଇ ଏକ ଲଘୁଚାପ କ୍ଷେତ୍ରରେ ପରିଣତ…

ରାଜ୍ୟଗୋଷ୍ଠୀ କ୍ରୀଡା: ୧୦ ହଜାର ମିଟର ୱାକ ରେସରେ ପ୍ରିୟଙ୍କାଙ୍କୁ ରୌପ୍ୟ

ବର୍ମିଂହାମ: ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡାର ୯ମ ଦିବସରେ ଭାରତ ପାଇଁ ପଦକ ଜିତିଛନ୍ତି ମହିଳା ରେସ ୱାକର ପ୍ରିୟଙ୍କା ଗୋସ୍ୱାମୀ । ସେ ୧୦ ହଜାର ମିଟର ରେସରେ ରୌପ୍ୟ ପଦକ ଜିତି ଭାରତକୁ ଗୌରବାନ୍ୱିତ କରିଛନ୍ତି । ପ୍ରିୟଙ୍କା ୪୩.୩୮ ମିନିଟରେ ତାଙ୍କ ରେସ୍ ସମ୍ପୂର୍ଣ୍ଣ କରିଥିଲେ । ୪୨.୩୪ ମିନିଟ…

ଭାରତର ୭୫ତମ ସ୍ୱାଧୀନତା ଦିବସ ସମାରୋହରେ ଯୋଗ ଦେବେ ଆଫ୍ରିକାନ-ଆମେରିକୀୟ ଗାୟିକା ମିଲବେନ

ନୂଆଦିଲ୍ଲୀ: ଲୋକପ୍ରିୟ ଆଫ୍ରିକାନ-ଆମେରିକୀୟ ଗାୟିକା ମ୍ୟାରୀ ମିଲବେନ ଭାରତର ୭୫ତମ ସ୍ୱାଧୀନତା ଦିବସ ସମାରୋହରେ ଯୋଗ ଦେବେ । ଇଣ୍ଡିଆନ କାଉନ୍ସିଲ ଫର କଲଚରାଲ ରିଲେଶନ ପକ୍ଷରୁ ଏହି ସୂଚନା ଦିଆଯାଇଛି । ମିଲେବନ ଓମ ଜୟ ଜଗଦୀଶ ଓ ଜନ ଗଣ ମନ ନିଜସ୍ୱ ଶୈଳୀରେ ଗାନ କରି ଚର୍ଚ୍ଚାକୁ ଆସିଥିଲେ ।…