କବିତା : ଅଧା ଅଧା ମୌସୁମୀ
ଲାବଣ୍ୟ ନାୟକ
ଏ ଯେଉଁ ତୁହାକୁତୁହା ବର୍ଷା
ଅଧା ଖରା ଅଧା ଛାଇର ଖେଳ
ଆକାଶ ଅଧା ନୀଳ ତ ଅଧେ ସଫା
ସତେ ଯେମିତି ଏ ବର୍ଷା
ରାଧାକୃଷ୍ଣଙ୍କ ରଙ୍ଗରୁ କିଛି ଧୋଇ ଆଣିଛି ,
ଆଉ ଛିଞ୍ଚି ଦେଇଛି ଆକାଶ ଛାତିରେ।
କହିଲ ଦେଖି
ଏଇମାନଙ୍କୁ ନେଇ କ'ଣ ବର୍ଷା କବିତାଟେ ଲେଖିହବ !…