Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

ଚୁମା ଦେଇ ଚିକିତ୍ସା କରୁଥିଲେ ବାବା, କରୋନା ନେଲା ଜୀବନ

ଭୋପାଲ: ଚୁମା ଦେଇ ଚିକିତ୍ସା କରୁଥିଲେ ବାବା । ଯେକୌଣସି ବି ରୋଗ ହେଉ, ରୋଗୀଙ୍କ ହାତକୁ ଚୁମା ଦେଇ ବାବା ସବୁ ଠିକ୍ କରି ଦେଉଥିଲେ । ଏଥିପାଇଁ ଦୂରଦୂରାନ୍ତରୁ ବାବାଙ୍କ ପାଖରେ ଭିଡ ଜମୁଥିଲା । ହେଲେ ବାବା ଏବେ କରୋନାରେ ପ୍ରାଣ ହରାଇଛନ୍ତି । ଖାଲି ନିଜେ କରୋନା ସଂକ୍ରମିତ ହୋଇ ନାହାନ୍ତି ଆଉ…

ରାଜ୍ୟରେ ୨ ଗୁଣ ବଢ଼ିଛି ସଂକ୍ରମଣ, ସୁସ୍ଥ ହୋଇଛନ୍ତି ୩ ଗୁଣ: ବାଗଚୀ

ଭୁବନେଶ୍ୱର: ଦିନକୁ ଦିନ କାୟା ମେଲାଉଛି କରୋନା । ସଂକ୍ରମିତ ଦେଶ ତାଲିକାରେ ଭାରତ ପଂଚମ ସ୍ଥାନରେ ପହଂଚିଲାଣି । ଭାରତ ଋଷ ଓ ବ୍ରିଟେନ୍‌କୁ ମଧ୍ୟ ଟପିଗଲାଣି । ତେଣୁ ଆଗକୁ ଆମକୁ ଆହୁରି ସାବଧାନ ରହିବାକୁ ପଡିବ । ଜନବହୁଳତା ଯୋଗୁଁ ସ୍ଥିତି ଆହୁରି ସଂଘାତିକ ହୋଇପାରେ ବୋଲି ଆଜି ସାମ୍ବାଦିକ…

ସତର୍କତାର ସହ ରଜ ପାଳନ ନେଇ ପରାମର୍ଶ ଦେଲେ ବାଗଚୀ

ଭୁବନେଶ୍ୱର: ଆଉ ଦିନକ ପାରେ ସଜବାଜ । ତା’ପରେ ରଜ । ଓଡ଼ିଆମାନଙ୍କ ଏହା ସବୁଠାରୁ ବଡ ପର୍ବ । ତେବେ ଏହି ରଜ ପର୍ବକୁ ସତର୍କତାର ସହ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି ରାଜ୍ୟ ସରକାରଙ୍କ କୋଭିଡ-୧୯ ମୁଖପାତ୍ର ସୁବ୍ରୋତ ବାଗଚୀ । ସେ କହିଛନ୍ତି, ମା’ ବସୁଧା ଓ ସମଗ୍ର ନାରୀ ଜାତିକୁ ସମ୍ମାନ…

ଦେଶରେ ସଂକ୍ରମିତଙ୍କ ତୁଳନାରେ ବଢ଼ୁଛି ସୁସ୍ଥ ହାର

ନୂଆଦିଲ୍ଲୀ: ଦେଶରେ ହୁ ହୁ ବଢ଼ିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଚାରିଆଡେ କାୟା ମେଲାଇଛି କରୋନା । ତେବେ ସାରା ଦେଶରେ କରୋନା ସଂକ୍ରମିତଙ୍କ ତୁଳନାରେ ଏବେ ସୁସ୍ଥ ହାର ବଢ଼ିବାରେ ଲାଗିଛି । ଏନେଇ ସାମ୍ବାଦିକ ସମ୍ମିଳନୀରେ କହିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । କେନ୍ଦ୍ର…

ବାତିଲ୍ ହେଲା ଡ୍ରାଇଭିଂ ଲାଇସେନ୍ସ, ଏଲ୍‌ଏଲ୍ ସ୍ଲଟ୍ ବୁକିଂ

ଭୁବନେଶ୍ୱର: ଓଡ଼ିଶା ସରକାର ଗୁରୁବାର ଦିନ ଡ୍ରାଇଭିଂ ଲାଇସେନ୍ସ (ଡିଏଲ୍‌) ଓ ଲର୍ଣ୍ଣର୍ସ ଲାଇସେନ୍ସ (ଏଲ୍‌ଏଲ୍‌) ସ୍ଲଟ୍ ବୁକିଂ ଟେଷ୍ଟ୍ ବାତିଲ୍ କରିଛନ୍ତି । ଏକ ବିଜ୍ଞପ୍ତି ମାଧ୍ୟମରେ ରାଜ୍ୟ ପରିବହନ କର୍ତ୍ତୃପକ୍ଷ (ଏସଟିଏ) ପକ୍ଷରୁ ସୂଚନା ଦେଇ କୁହାଯାଇଛି ଯେ, ମାର୍ଚ୍ଚ ୨୫ ତାରିଖରେ…

ରାଜ୍ୟରେ ସୁସ୍ଥ ହେଲେ ଆଉ ୭୨ କରୋନା ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟରେ ଆଜି ଆଉ ୭୨ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ମୋଟ୍ ସୁସ୍ଥ ସଂଖ୍ୟା ୨୩୫୪ ପହଂଚିଛି । 3 each from Khurda, Kandhamal & Sambalpur and 1 from Jharsuguda. The total recovered cases of #Odisha now stand at 2354.…

ଲାଗିଲା ଫାଷ୍ଟଫୁଡ୍ ଉପରେ କଟକଣା, ରାଜରାସ୍ତାରେ ଠିଆ ହୋଇ ଖାଇବା ମନା

ଭୁବନେଶ୍ୱର: ଫାଷ୍ଟଫୁଡ ଉପରେ ଲାଗିଲା କଟକଣା । ଏଣିକି ରାଜରାସ୍ତାରେ ଠିଆ ହୋଇ ଖୋଲାରେ ଖାଇପାରିବେନି ଗୁପଚୁପ, ଚାଟ୍ । ସମସ୍ତ ପ୍ରକାରର ଫାଷ୍ଟଫୁଡ ଓ ଜଳଖିଆ ଦୋକାନ ଉପରେ କଟକଣା ଲଗାଯାଇଛି । କରୋନା ସଂକ୍ରମଣକୁ ଦୂରେଇବା ପାଇଁ ଖୋର୍ଦ୍ଧା ଜିଲ୍ଳା ପ୍ରଶାସନ ପଦକ୍ଷେପରୁ ଏଭଳି ପଦକ୍ଷେପ…

ପୁରୀ ରଥଯାତ୍ରା ପ୍ରସଙ୍ଗ: ସରକାରଙ୍କ ନିରବତାକୁ ନେଇ ପୁଣି ବିଜେପିର ପ୍ରଶ୍ନ

ଭୁବନେଶ୍ୱର: ଆସନ୍ତା ଜୁନ ୨୩ ତାରିଖରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ତେବେ ରଥଯାତ୍ରା ପୁରୀରେ ଆୟୋଜିତ ହେବ କି ନ’ହେବ ରାଜ୍ୟ ସରକାରଙ୍କ ନିରବତାକୁ ନେଇ ବିଜେପି ଗୁରବାର ଦିନ ୨ଥର ଲାଗି ପ୍ରଶ୍ନ ଉଠାଇଛି । ଗଣମାଧ୍ୟମ ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର…

ମହଙ୍ଗା ପଡିଲା ନିୟମ ଉଲ୍ଲଂଘନ, ରାଜଧାନୀର ଅନେକ ଦୋକାନ, ଶୋ’ରୁମ୍ ସିଲ୍‌

ଭୁବନେଶ୍ୱର: ମହଙ୍ଗା ପଡିଲା ସାମାଜିକ ଦୂରତ୍ୱ ନିୟମ ଉଲ୍ଲଘଂନ । ସିଲ୍ ହେଲା ଭୁବନେଶ୍ୱରର ଅନେକ ଶୋ’ରୁମ୍ ସମେତ ଛୋଟ ବଡ ଦୋକାନ । ରଜ ପାଇଁ ଭୁବନେଶ୍ୱର ଜନପଥ ସ୍ଥିତ ଅମ୍ବର ଶୋ’ରୁମ୍‌ରେ ଆଜି ସକାଳେ ନାହିଁ ନଥିବା ଭିଡ ଦେଖିବାକୁ ମିଳିଥିଲା । ଲୋକେ ଭୁଲି ଯାଇଥିଲେ ସାମାଜିକ ଦୂରତ୍ୱ ନିୟମ…

ଶହେ ଡେଇଁଲା ଭୁବନେଶ୍ୱରରେ କରୋନା ସଂକ୍ରମିତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ଆଜି ସକାଳୁ ୧୩୬ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେଥିରୁ ୧୭ ଜଣ ଖୋର୍ଦ୍ଧା ଜିଲ୍ଲାର । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଜିଲ୍ଲାର ୧୭ ଆକ୍ରାନ୍ତଙ୍କ ମଧ୍ୟରେ ୨ଜଣ ଭୁବନେଶ୍ୱରର ରହିଛନ୍ତି । ଭୁବନେଶ୍ୱର ଆପୋଲୋ ହସପିଟାଲର ଜଣେ କର୍ମଚାରୀ କରୋନା…