Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

କରୋନା ଆତଙ୍କ: ମୁମ୍ବାଇରେ ଗ୍ରୁପ ଟୁର୍ ଉପରେ ପ୍ରତିବନ୍ଧକ ଲାଗି ୧୪୪ ଧାରା ଜାରି

ମୁମ୍ବାଇ: ମହାରାଷ୍ଟ୍ରରେ ମରଣାନ୍ତକ କରୋନା ଭାଇରସର ମୁକାବିଲା ଲାଗି ମୁମ୍ବାଇ ପୋଲିସ ଗ୍ରୁପ ଟୁର ଉପେରେ ପ୍ରତିବନ୍ଧକ ଲଗାଇଛନ୍ତି । ଗ୍ରୁପ ଟୁର ଉପରେ ନିଷେଧାଦେଶ ସହିତ ୧୪୪ ଧାରା ଜାରି କରାଯାଇଛି । ମୁମ୍ବାଇ ଡ଼େପୁଟି କମିଶନର ପ୍ରଣୟ ଅଶୋକ କହିଛନ୍ତି ଯେ, ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ…

କରୋନା ଆତଙ୍କ: ଯାଜପୁରରେ ଜାରି ହେଲା ୧୪୪ ଧାରା

ଯାଜପୁର: ଗଞ୍ଜାମ ଜିଲ୍ଲା ପରେ, କରୋନାଭାଇରସ୍ ଆତଙ୍କରେ ଯାଜପୁର ଜିଲ୍ଲାରେ ୧୪୪ ଧାରା ଜାରି କରାଯାଇଛି। ଏହି ଧାରା ଅନୁଯାୟୀ, ଗୋଟିଏ ସ୍ଥାନରେ ପାଞ୍ଚରୁ ଅଧିକ ବ୍ୟକ୍ତିଙ୍କ ସମାବେଶ ହୋଇ ପାରିବ ନାହିଁ । ଏହା ବ୍ୟତୀତ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ମଧ୍ୟ ବାତିଲ କରାଯାଇଛି।…

ଓଡିଶାର ପ୍ରଥମ କରୋନା ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର: ସୁବ୍ରତ ବାଗଚି

ଭୁବନେଶ୍ୱର: ଇଟାଲିରୁ ଫେରି କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଓଡ଼ିଆ ଛାତ୍ର କରୋନା ଭାଇରସରେ ସଂକ୍ରମିତ ହୋଇଥିବା ସ୍ପଷ୍ଟ ହୋଇଛି। ଏହି ଘଟଣା ସ୍ପଷ୍ଟ ହେବାର କିଛି ଘଣ୍ଟା ପରେ କରୋନା ନିମନ୍ତେ ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗଚି ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା…

ରାଜ୍ୟରେ ପ୍ରଥମ କରୋନା ରୋଗୀ ଚିହ୍ନଟ; ସ୍ପଷ୍ଟ କଲେ ଓଡିଶା ସରକାର

ଭୁବନେଶ୍ୱର: ରାଜ୍ୟରେ ପ୍ରଥମ କରୋନାଭାଇରସ୍ ଆକ୍ରାନ୍ତ ରୋଗୀଙ୍କୁ ଚିହ୍ନଟ କରାଯାଇଥିବା ନେଇ ସୋମବାର ଦିନ ସ୍ପଷ୍ଟ କରିଛନ୍ତି ଓଡ଼ିଶା ସରକାର । ସ୍ୱାସ୍ଥ୍ୟ ଏବଂ ଚିକିତ୍ସା ଶିକ୍ଷା ଏବଂ ତାଲିମ, ନିର୍ଦ୍ଦେଶକ ଡ. ସି ବି କେ ମହାନ୍ତି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଭୁବନେଶ୍ୱରସ୍ଥିତ…

କରୋନା ଆତଙ୍କ: ମାସ୍କ ଓ ହ୍ୟାଣ୍ଡ ସାନିଟାଇଜର ଅତ୍ୟାବଶ୍ୟକ ସାମଗ୍ରୀ ଭାବେ ଘୋଷିତ

ଭୁବନେଶ୍ୱର: କରୋନା ଭୂତାଣୁ ସଂକ୍ରମଣ ମୁକାବିଲା ଓ ନିରାକରଣ ନିମନ୍ତେ ମାସ୍କ ଓ ହ୍ୟାଣ୍ଡ ସାନିଟାଇଜରକୁ ଅତ୍ୟାବଶ୍ୟକ ସାମଗ୍ରୀ ଭାବରେ ଘୋଷଣା କରାଯାଇଛି । ଭାରତ ସରକାରଙ୍କ ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରାଳୟ ପକ୍ଷରୁ ଏ ସଂକ୍ରାନ୍ତରେ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଛି…

କରୋନାଭାଇରସ ଆତଙ୍କ; ପିପିଲି ଗେଟରେ ଯାତ୍ରୀଙ୍କୁ କରାଯିବ ଯାଞ୍ଚ

ପୁରୀ: ଦିନକୁ ଦିନ କରୋନାଭାଇରସର ଆତଙ୍କ ବଢୁଥିବା ବେଳେ ଏବେ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ପିପିଲି ପ୍ରବେଶ ପଥରେ ଉଭୟ ଯାନବାହାନ ଏବଂ ଯାତ୍ରୀଙ୍କୁ କଡାକଡି ଭାବେ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ପୁରୀ କଲେକ୍ଟର ବଲୱନ୍ତ ସିଂ କହିଛନ୍ତି, ସଡକ ପରିବହନ, ପୋଲିସ ଏବଂ…

ସଚେତନତା ହିଁ ସଂକ୍ରମଣକୁ ରୋକିପାରିବ; କରୋନା ଲାଗି ଆହୁରି ବଢିପାରେ କଟକଣା !

ନୂଆଦିଲ୍ଲୀ: ଓଡ଼ିଶା ସରକାରଙ୍କ ସମେତ କେନ୍ଦ୍ର ସରକାର ଘାତକ କୋଭିଡ଼ ୧୯ ଭୂତାଣୁ ସଂକ୍ରମିତ ହେବା ରୋକିବା ଲାଗି ବିଭିନ୍ନ ପ୍ରତିଷେଧାତ୍ମକ ପଦକ୍ଷେପମାନେ ଗ୍ରହଣ କରିବାରେ ଲାଗିଛନ୍ତି । ସାରା ବିଶ୍ୱରେ ଏହି ମରଣାନ୍ତକ କରୋନା ଭାଇରସ୍ ପ୍ରାୟ ୧୫୬ଟି ଦେଶକୁ ସଂକ୍ରମିତ ହୋଇସାରିଲାଣି । କରୋନା…

କରୋନାଭାଇରସ: ୨୪ ଘଣ୍ଟାରେ ଇଟାଲିରେ ୩୬୮ ମୃତ

ଇଟାଲି: ମାରାତ୍ମକ ‘କରୋନା’ ଭାଇରସ ଧୀରେ ଧୀରେ କାୟା ବିସ୍ତାର କରୁଛି । ଯାହାପ୍ରଭାବରେ ଏଯାବତ୍ ଇଟାଲିରେ ମୃତ୍ୟୁ ସଂଖ୍ୟା ୧୮୦୦ରୁ ଅଧିକ ଟପିଲାଣି । ଏହାବ୍ୟତିତ ୨୧ ହଜାରରୁ ଅଧିକ ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ କରୋନା ଭାଇରସ୍…

କରୋନା ସଂକ୍ରମଣ ନେଇ ହସ୍ପିଟାଲ, ହୋଟେଲ ଓ ପାର୍କ ପାଇଁ ଏସ୍‌ଓପି ଜାରି କଲା ବିଏମ୍‌ସି

ଭୁବନେଶ୍ୱର: ମାରାତ୍ମକ କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ବିଏମସି ପକ୍ଷରୁ ସହରର ସମସ୍ତ ହସ୍ପିଟାଲ, ହୋଟେଲ ଏବଂ ପାର୍କଗୁଡିକ ପାଇଁ ସ୍ୱତନ୍ତ୍ର ନିର୍ଦ୍ଦେଶାବଳୀ (ଏସ୍‌ଓପି) ଜାରି କରାଯାଇଛି । ଗତ ରବିବାର ବିଏମସି ସମ୍ମିଳନୀ କକ୍ଷରେ ରାଜଧାନୀର ସମସ୍ତ ଘରୋଇ ହସ୍ପିଟାଲ,…

କରୋନା ସଂକ୍ରମଣ ବିପଦ: ଆଜିଠୁ ଭୁବନେଶ୍ୱର-କଟକ ଟ୍ୱିନସିଟିରେ ସପିଂ ମଲ ବନ୍ଦ

ଭୁବନେଶ୍ୱର: ଆଜିଠାରୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଟ୍ୱିନସିଟି ଭୁବନେଶ୍ୱର ଏବଂ କଟକ ସହରର ସମସ୍ତ ସପିଂ ମଲକୁ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦେଇଛି କମିଶନରେଟ୍ ପୋଲିସ । ଓଡିଶା ଅର୍ବାନ ପୋଲିସ ଆକ୍ଟର ଧାରା ୩୫ ଅନୁଯାୟୀ ପୋଲିସ ପକ୍ଷରୁ ଏହି ନିର୍ଦ୍ଦେଶ ଜାରି କରାଯାଇଛି । କରୋନା…