Latest Odisha News

BREAKING NEWS

Browsing Category

ଧର୍ମ ଓ ପରମ୍ପରା

ଆସନ୍ତାକାଲି ଶରଦ ପୂର୍ଣ୍ଣିମା; ଜାଣନ୍ତୁ, ଏହିଦିନର ମହତ୍ତ୍ୱ

ଭୁବନେଶ୍ୱର: ଆସନ୍ତାକାଲି ଶରଦ ପୂର୍ଣ୍ଣିମା। ଆଶ୍ୱିନ ମାସ ଶୁକ୍ଲ ପକ୍ଷର ପୂର୍ଣ୍ମିମାକୁ ଶରଦ ପୂର୍ଣ୍ଣିମା କୁହାଯାଏ । ଜ୍ୟୋତିଷଶାସ୍ତ୍ର ଅନୁସାରେ ସାରା ବର୍ଷରେ କେବଳ ଏହି ଦିନ ଚନ୍ଦ୍ର ୧୬ କଳାରେ ପୂର୍ଣ୍ଣ ହୋଇଥାଏ ଏବଂ ଏଥିରୁ ବାହାରୁଥିବା କିରଣ ରାତ୍ରିରେ ଅମୃତ ବର୍ଷା କରିଥାଏ ।…

ମେଲାଣି ନେଉଛନ୍ତି ମା’, ଟ୍ୱିନ୍ ସିଟିରେ ଚାଲିଛି ଭସାଣ

ଭୁବନେଶ୍ୱର: ନା ଡିଜେ ଅଛି ନା ବିରାଟ ପଟୁଆର । ଶୋଭାଯାତ୍ରା ବି ନାହିଁ । ଭଳିକି ଭଳି ପାରମ୍ପରିକ ଲୋକନୃତ୍ୟ ବି ଦେଖିବାକୁ ମିଳୁନି । ସନ୍ଧ୍ୟା ବଦଳରେ ଦିନରେ ବିଦାୟ ନେଉଛନ୍ତି ମାଆ । ବାଜା, ବାଣ ଓ ପଟୁଆର ବଦଳରେ କେବଳ ଘଂଟ ଘଂଟା ବଜାଇ ମାଆଙ୍କୁ ମେଲାଣି ଦିଆଯାଉଛି । କୋଭିଡ୍ କଟକଣା ଭିତରେ…

ଆଜି ହେଉଛି ପବିତ୍ର ପାପାଙ୍କୁଶ ଏକାଦଶୀ; ଜାଣନ୍ତୁ ଏହାର ମହତ୍ତ୍ୱ

ଭୁବନେଶ୍ୱର: ଆଶ୍ୱିନ ଶୁକ୍ଳପକ୍ଷରେ ପଡୁଥିବା ଏକାଦଶୀ 'ପାପାଙ୍କୁଶା' ଏକାଦଶୀ ନାମରେ ଜଣା। ଏହା ସର୍ବପାପହାରୀ, ସ୍ୱର୍ଗ ଓ ମୋକ୍ଷ ପ୍ରଦାନକାରୀ, ଉତ୍ତମ ସ୍ୱାସ୍ଥ୍ୟ, ସୁନ୍ଦର ସ୍ତ୍ରୀ, ଧନ ତଥା ମିତ୍ର ପ୍ରଦାୟୀ ଅଟେ । ଯଦି ମନୁଷ୍ୟ ଏହି ଏକାଦଶୀ ନିଷ୍ଠାର ସହିତ ପାଳନ କରେ, ତାକୁ କେବେ…

ଶ୍ରୀମନ୍ଦିରରେ ଦଶହରା ଓ ଆୟୁଧ ପୂଜା ନୀତି ପାଳିତ

ଭୁବନେଶ୍ୱର: ଆଶ୍ୱିନ ଶୁକ୍ଳ ଦଶମୀ ତିଥିରେ ଶ୍ରୀମନ୍ଦିରରେ ବିଶେଷ ନୀତି ପାଳିତ ହୋଇଛି। ସୋମବାର ସକାଳ ୭.୩୫ରେ ଅବକାଶ ବଢିବା ପରେ ସକାଳ ୭.୫୦ରେ ସର୍ବାଙ୍ଗ ଚନ୍ଦନ ଲାଗି ଏବଂ ନୂଆଲୁଗା ଲାଗି ହୋଇଥିଲା। ଏହା ଛଡ଼ା ୩୨ ମୂର୍ତି ତଡାଉ ଦ୍ୱାରା ଶ୍ରୀଜୀଉ ମାନଙ୍କର ରାଜବେଶ (ସୁନାବେଶ) ସକାଳ…

ଭସାଣ ଲାଗି ବ୍ରହ୍ମପୁରରେ ୪ କୃତ୍ରିମ ପୋଖରୀ

ବ୍ରହ୍ମପୁର: କୋଭିଡ କଟକଣା ମଧ୍ୟରେ ଚାରିଆଡେ ଦୁର୍ଗାପୂଜା ପାଳିତ ହେଉଥିବା ବେଳେ ପ୍ରଶାସନ ପକ୍ଷରୁ ବ୍ରହ୍ମପୁର ସହରରେ ୪ଟି କୃତ୍ରିମ ପୋଖରୀରେ ମୂର୍ତ୍ତି ବିସର୍ଜନ ହେବ ବୋଲି ସୂଚନା ମିଳିଛି। ଫାଷ୍ଟ ଗେଟ୍‌, ମାଙ୍ଗୋ ମାର୍କେଟ୍‌, ଗୋଷାଣୀ ନୂଆଗାଁ ଓ ଆମ୍ବପୁଆ ବିବେକ ବିହାର ଆଦି ସ୍ଥାନରେ…

ପବିତ୍ର ବିଜୟାଦଶମୀ: ରାଜାଧିରାଜ ବେଶରେ ଶ୍ରୀ ଅଲାରନାଥ

ବ୍ରହ୍ମଗିରି: ଆଜି ହେଉଛି ଶାରଦୀୟ ଦୁର୍ଗାତ୍ସବର ଶେଷ ପର୍ବ ପବିତ୍ର ବିଜୟାଦଶମୀ। ଏହି ଅବସରରେ ବ୍ରହ୍ମଗିରି ସ୍ଥିତ ପ୍ରଭୁ ଶ୍ରୀ ଅଲାରନାଥଙ୍କର ରାଜାଧିରାଜ ବେଶ ଅନୁଷ୍ଠିତ ହୋଇଛି। ନିତିକାନ୍ତି ଅନୁଯାୟୀ, ଭୋର୍ ଚାରିଟାରେ ମନ୍ଦିର ଫିଟା ଯିବା ପରେ ମଙ୍ଗଳ ଆଳତି, ଅବକାଶ, ବେଶ, ଚନ୍ଦନ…

ଭସାଣ ପାଇଁ ଭୁବନେଶ୍ୱରରେ ୪୦ ପ୍ଲାଟୁନ ଫୋର୍ସ

ଭୁବନେଶ୍ୱର: ଆଜି ଦଶମୀ, କାଲ ଭସାଣୀ । କରୋନା କଟକଣା ଭିତରେ ଚାରିଆଡେ ପାଳିତ ହେଉଛି ଦଶହରା। ତେବେ ଆସନ୍ତାକାଲି ଭସାଣ ଉତ୍ସବ ପାଇଁ ରାଜଧାନୀ ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଭସାଣ ଉତ୍ସବରେ ରାଜଧାନୀରେ ୪୦ ପ୍ଲାଟୁନ ଫୋର୍ସ ମୁତୟନ କରାଯିବ । ଏନେଇ ଭୁବନେଶ୍ୱର…

କଟକଣା ଭିତରେ କଟକରେ ୪ଟି ପର୍ଯ୍ୟାୟରେ ହେବ ଭସାଣ

କଟକ: କରୋନା କଟକଣା ଭିତରେ ସାରା ରାଜ୍ୟରେ ପାଳିତ ହେଉଛି ଦଶହରା । ଆଜି ଦଶମୀ ଆସନ୍ତାକାଲି ଭସାଣ ଉତ୍ସବ । ଏଥିପାଇଁ କଟକରେ ଲାଗୁ ହୋଇଛି କଟକଣା । ଭସାଣ ପାଇଁ କମିଶନରେଟ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ନିର୍ଦ୍ଦେଶାବଳୀ ଜାରି ହୋଇଛି । ନିର୍ଦ୍ଦେଶାବଳୀ ଅନୁଯାୟୀ, ଆସନ୍ତାକାଲି କଟକରେ ୧୪ଟି…

ଦୀର୍ଘ ୨୫ ବର୍ଷ ପରେ ଶ୍ରୀଜିଉଙ୍କ ନାଗାର୍ଜୁନ ବେଶ

ପୁରୀ: ଦୀର୍ଘ ୨୫ ବର୍ଷର ଅପେକ୍ଷା ପରେ ଶ୍ରୀମନ୍ଦିରରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ। ମସ୍ତକରେ ହାଣ୍ଡିଆ, ହାତରେ ଛୁରୀ କଟାରୀ, ଶ୍ରୀମୁଖରେ ଲମ୍ବା ଦାଢ଼ି ଭଳି ଅନନ୍ୟ ଓ ଅପୂର୍ବ ନାଗା ରୂପରେ ମହାବାହୁ ଭକ୍ତଙ୍କୁ ଦର୍ଶନ ଦେବେ। ସୂଚନା ଅନୁଯାୟୀ ଏ ବର୍ଷ ପଞ୍ଚକ…

କଟକଣା ମଧ୍ୟରେ ପୂଜା: ଅନଲାଇନରେ ରାବଣପୋଡି ଉତ୍ସବର ସିଧା ପ୍ରସାରଣ

କଟକ: ଐତିହାସିକ ସହର କଟକ। ଏଠାରେ ପାର୍ବଣର ପରମ୍ପରା ନିଆରା। ଚଳିତ ବର୍ଷ କୋଭିଡ ପୂଜାର ମହୋଲକୁ ଫିକା କରି ଦେଇଥିବା ବେଳେ ଆଜି ଅନଲାଇନରେ ପ୍ରସାରିତ ହେବ ରାବଣ ପୋଡି ଉତ୍ସବ। କଟକ ସହରର ବାରବାଟୀ ସର୍ବଧର୍ମ ସାଂସ୍କୃତିକ ପରିଷଦର ରାବଣ ପୋଡି କାର୍ଯ୍ୟକ୍ରମ ଆଜି ସନ୍ଧ୍ୟାରେ ଅନଲାଇନରେ…