Latest Odisha News

BREAKING NEWS

Browsing Category

ଅପରାଧ

ପୁରୀରେ ନିଶା ମୁକ୍ତ ଅଭିଯାନ ଜୋରଦାର, ୨ ଗିରଫ

ପୁରୀ: ଶ୍ରୀକ୍ଷେତ୍ରକୁ ନିଶା ମୁକ୍ତ କରିବା ଲାଗି ଜୋରଦାର ଅଭିଯାନ ଚଳାଇଛି ପୋଲିସ ପ୍ରଶାସନ । ପ୍ରତିଦିନ ଧରାପଡୁଛନ୍ତି ନିଶା ବେପାରୀ ଓ ବ୍ୟବହାରକାରୀ । ଏହି ଧାରାରେ ଆଜି ପୁରୀ ତାଳବଣିଆ ପୋଲିସ ଦୁଇଜଣ ଯୁବକଙ୍କୁ ବ୍ରାଉନ୍ ସୁଗାର ସହ ଗିରଫ କରିଛି । ମିଳିଥିବା ରିପୋର୍ଟ ଅନୁଯାୟୀ…

ତହସିଲଦାରଙ୍କୁ ଆକ୍ରମଣ କଲେ ମଦ୍ୟପ ଯୁବକ

ଜଗତସିଂହପୁର: ଲକଡାଉନ କଟକଣା ଯାଞ୍ଚ କରୁଥିବା ବେଳେ ଜଗତସିଂହପୁର ଜିଲ୍ଲାର ଏରସମା ଥାନା ଅନ୍ତର୍ଗତ ଜାପା ଛକରେ ଜଣେ ମଦ୍ୟପ ଯୁବକ ତହସିଲଦାର ଚୌଧୁରୀ ପ୍ରଜଣାନନ୍ଦ ଦାଶଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ସୂଚନାନୁସାରେ, ଲକଡାଉନ ସମୟରେ ଦୋକାନ ବଜାର ଖୋଲାଥିବା ନେଇ ଶ୍ରୀ ଦାଶ…

ସୈତାନ୍ ସ୍ୱାମୀ: ସ୍ତ୍ରୀ ବେକକୁ ବିୁଦ୍ୟତ ତାରରେ ଗୁଡ଼ାଇ ହତ୍ୟା

ବଲାଙ୍ଗିର: ପାରିବାରିକ କହଳ ନେଲା ଉଗ୍ର ରୂପ । ସ୍ୱାମୀ ସାଜିଲା ସୈତାନ୍ । ସାତ ଜନ୍ମର ସାଥିକୁ ତଣ୍ଟି ଚିପି ହତ୍ୟା କଲା । ବିଦ୍ୟୁତ ତାରରେ ବେକକୁ ଗୁଡ଼ାଇ ଅତି ନିର୍ମମ ଭାବରେ ହତ୍ୟା କରିଛି ସ୍ୱାମୀ । ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନା ଧାମନଡଙ୍ଗା ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି ।…

ପୁରୀ କୁମ୍ଭାରପଡ଼ା ପୋଲିସ କବଜାରେ ଡକାୟତ ଗ୍ୟାଙ୍ଗ

ପୁରୀ : ପୁରୀ ପୋଲିସକୁ ସଫଳତା । ଏକ ଡକାୟତ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି କୁମ୍ଭାରପଡ଼ା ପୋଲିସ । ୫ ଜଣଙ୍କୁ ଗିରଫ କରାଯାଇଥିବା ବେଳେ, ୩ ଜଣ ଫେରାର ହୋଇଯାଇଛନ୍ତି । ଗିରଫ ପରେ ସମସ୍ତ ୫ ଜଣ ଡକାୟତଙ୍କୁ କୋର୍ଟ ଚାଲାଣ କରାଯାଇଛି । ସୂଚନା ଅନୁସାରେ, ରବିବାର ବିଳମ୍ବିତ ରାତିରେ…

ପୁରୀରେ ପୋଲିସର ଚଢ଼ାଉ, ୩୦ ବୋତଲ କଫ୍ ସିରପ ଜବତ

ପୁରୀ : ନିଶା ବେପାରୀଙ୍କ ବିରୋଧରେ ପୁରୀ ପୋଲିସର ସ୍ପେଶାଲ ଡ୍ରାଇଭ୍ । ଚଢ଼ାଉ ବେଳେ ଜବତ ହୋଇଛି ବିପୁଳ ପରିମାଣର କଫ୍ ସିରପ । ବେଆଇନ ଭାବେ କଫ୍ ସିରପ କାରବାର ଘଟଣାରେ ପୋଲିସ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଆଜି ବେଆଇନ ଭାବେ କଫ୍ ସିରପ ବିକ୍ରି କରୁଥିବା ବେଳେ ପୁରୀ…

ନକଲି ଔଷଧ କାରବାରର ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ଭୁବନେଶ୍ବର : ନକଲି ଔଷଧ କାରବାରର କ୍ରାଇମବ୍ରାଞ୍ଚ କରିବ ତଦନ୍ତ । କ୍ରାଇମବ୍ରାଞ୍ଚ ତଦନ୍ତ ନେଇ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଟକରୁ ବିପୁଳ ପରିମାଣର ନକଲି ଔଷଧ ଠାବ ହେବା ପରେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ଚଢ଼ାଉ ବେଳେ ଫାଭିପିରାଭିର ସହ…

ଗଞ୍ଜାମ ପାଟପୁରରୁ ନକଲି ମୃଦୁ ପାନୀୟ କାରଖାନା ଠାବ

ଗଞ୍ଜାମ : ଗଞ୍ଜାମ ପାଟପୁରରୁ ଠାବ ହେଲା ନକଲି ଥଣ୍ଡା ଓ ମୃଦୁ ପାନୀୟ କାରଖାନା । ପୋଲିସର ଚଢ଼ାଉ ବେଳେ ଠାବ ହୋଇଛି ଏହି ନକଲି ମୃଦୁ ପାନୀୟ କାରଖାନା । ଏହାସହ କୁରକୁରେ କାରଖାନା ମଧ୍ୟ ଠାବ କରିଛି ପୋଲିସ । ଘଟଣାରେ ୨ ଜଣଙ୍କୁ ଗିରଫ କରିଛି ପାଟପୁର ପୋଲିସ । ଖବର ପାଇଁ ଆଜି ପାଟପୁର…

ବିଷମକଟକରେ ବିପୁଳ ଗଂଜେଇ ଜବତ, ୩ ଗିରଫ

ବିଷମକଟକ: ସମଗ୍ର ରାଜ୍ୟରେ ଲକ୍‌ଡାଉନ୍ ସ୍ଥିତି ଥିବାବେଳେ ବଢିବାରେ ଲାଗିଛି ଗଂଜେଇ ବେପାରୀଙ୍କ ସାହାସ । ଶୂନ୍‌ଶାନ୍ ଇଲାକାର ଫାଇଦା ଉଠାଇ ଅବାଧରେ ଚାଲିଛି ଗଂଜେଇ ଚାଲାଣ । ହେଲେ ଗତକାଲି ରାୟଗଡା ଜିଲ୍ଲାରେ ଏକ ବଡ ଧରଣର ଗଂଜେଇ ଚାଲାଣକୁ ରୋକିବାରେ ସଫଳ ହୋଇଛି ବିଷମକଟକ ପୋଲିସ । ଗତ…

ପେଷ୍ଟ୍ରିରେ ଡ୍ରଗ୍ସ ମିଶାଇ ବିକ୍ରି

ମୁମ୍ବାଇ : ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି)ର ବେକେରୀ ଉପରେ ଚଢ଼ଉ । ମୁମ୍ବାଇର ମାଲାଡ ଅଞ୍ଚଳରେ ଅବସ୍ଥିତ ଏକ ବ୍ୟାକେରି ଉପରେ ଚଢ଼ଉ ହୋଇଛି । ଏଠାରେ କେକ୍ ଏବଂ ପେଷ୍ଟ୍ରିରେ ଡ୍ରଗ୍ସ ମିଶାଇ ବିକ୍ରି ହେଉଥିଲା । ପ୍ରଥମ ଥର ପାଇଁ ଏହିଭଳି ଏକ ମାମଲା ସାମ୍ନାକୁ ଆସିଛି ଯେଉଁଠି ଏକ…

ଉଦ୍ଧାର ଟଙ୍କା ଶୁଝି ନପାରି ଅଢ଼େଇ ବର୍ଷ ଶିଶୁ କନ୍ୟାକୁ ବାପା ବିକି ଦେଇଥିବା ଅଭିଯୋଗ

ଯାଜପୁର: ଉଦ୍ଧାର ଆଣିଥିବା ଟଙ୍କା ଶୁଝି ପାରିଲା ନାହିଁ ବାପା । ଶେଷରେ ନିଜର ଅଢ଼େଇ ବର୍ଷର ଶିଶୁ କନ୍ୟାକୁ ବିକ୍ରି କରି ଦେଇଥିବା ଅଭିଯୋଗ ହୋଇଛି । ଏଭଳି ଘଟଣା ସାମନାକୁ ଆସିଛି ଯାଜପୁର ଜିଲ୍ଲା ବିଞ୍ଝାରପୁର ଅଞ୍ଚଳରୁ । ଜେଜେବାପାଙ୍କ ଅଭିଯୋଗ ପରେ ଶିଶୁ କନ୍ୟାକୁ ଉଦ୍ଧାର କରିଛି…