Latest Odisha News

BREAKING NEWS

Browsing Category

ଅପରାଧ

ବରିଷ୍ଠ କିରାଣିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ

ଭୁବନେଶ୍ବର: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର ସ୍ଥିତ ଆର୍ ଆଣ୍ଡ ‌ବି ଡିଭିଜନ୍‌ର ବରିଷ୍ଠ କିରାଣିଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ । ତାଙ୍କ ନାଁ ଅସିତ କୁମାର ନାୟକ । ଏକକାଳୀନ ୫ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ଚଢ଼ାଉ ଜାରି ରଖିଛନ୍ତି । ଭୁବନେଶ୍ୱର ଡୁମଡୁମାରେ ଥିବା…

ନୟାଗଡ଼ ନାବାଳିକାଙ୍କୁ ହତ୍ୟା ପରେ ଦୁଷ୍କର୍ମ, ସରୋଜ ସେଠୀ ମୁଖ୍ୟ ଅଭିଯୁକ୍ତ: ଅରୁଣ ବୋଥ୍ରା

କଟକ: ନୟାଗଡ଼ ନାବାଳିକା ହତ୍ୟାକାଣ୍ଡ ଘଟଣାରେ ଗିରଫ ସରୋଜ ସେଠୀ ମୁଖ୍ୟ ଅଭିଯୁକ୍ତ । ନାବାଳିକାଙ୍କୁ ହତ୍ୟା କରିବା ପରେ ଦୁଷ୍କର୍ମ କରାଯାଇଛି । ପ୍ରେସମିଟରେ ଆଜି ଏହି ସୂଚନା ଦେଇଛନ୍ତି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା । ସେ କହିଛନ୍ତି, ଜେରା ବେଳେ ଅଭିଯୁକ୍ତ ହତ୍ୟା ଓ ଦୁଷ୍କର୍ମ ଉଦ୍ୟମ…

ପୁଅ ପରେ ବାପା: ଆକାଶଙ୍କ ପରେ ଅଭୟକାନ୍ତ ପାଠକଙ୍କୁ ଦୁଇ ଦିନ ରିମାଣ୍ଡରେ ନେବ କମିଶନରେଟ ପୋଲିସ

ଭୁବନେଶ୍ୱର: ପୁଅ ପରେ ରିମାଣ୍ଡରେ ଯିବେ ବାପା । ଆକାଶ ପାଠକଙ୍କ ପରେ ସ୍କାଏ କିଙ୍ଗ ଠକେଇ ମାମଲାରେ ତାଙ୍କ ବାପା ତଥା ଆଇଏଫଏସ୍ ଅଭୟକାନ୍ତ ପାଠକଙ୍କୁ ରିମାଣ୍ଡରେ ନେବ କମିଶନରେଟ ପୋଲିସ । ଏଥିପାଇଁ ଦୁଇ ଦିନ ଅନୁମତି ଦେଇଛନ୍ତି ଭୁବନେଶ୍ୱର ଏସଡିଜେଏମ୍ କୋର୍ଟ । ସ୍କାଏ କିଙ୍ଗ ଟ୍ରାଭେଲ…

ଯଦୁପୁର ଗାଁ ପୋଖରୀରୁ ପାଣି ଶୁଖାଉଛି ଏସଆଇଟି, ମିଳିପାରେ ଅଧିକ ତଥ୍ୟ ପ୍ରମାଣ

ନୟାଗଡ: ବହୁ ଚର୍ଚ୍ଚିତ ଯଦୁପୁର ନାବାଳିକା ହତ୍ୟା ମାମଲାରେ ଖୋଳତାଡ ଜାରି ରଖିଛି ଏସଆଇଟି । ଅଧିକ ପଚରାଉଚରା ପାଇଁ ଆଜିଠାରୁ ଅଭିଯୁକ୍ତକୁ ତିନି ଦିନିଆ ରିମାଣ୍ଡରେ ନେଇଛି । ଏପଟେ ଯଦୁପୁର ଗାଁ ପୋଖରୀରୁ ପାଣି ଶୁଖାଇବା ଆରମ୍ଭ ହୋଇଛି । ଏସଆଇଟି ଉପସ୍ଥିତିରେ ପୋଖରୀରୁ ପାଣି ବାହାର କରାଯାଉଛି…

ବାଣପୁର ସ୍ଥିତ ଦକ୍ଷପ୍ରଜାପତି ମନ୍ଦିରରୁ ୨୧ଟି ମୂର୍ତ୍ତି ଚୋରି

ବାଲୁଗାଁ: ବାଣପୁର ଦକ୍ଷପ୍ରଜାପତି ମନ୍ଦିରରୁ ୨୧ଟି ଦୁର୍ଲଭ ମୂର୍ତ୍ତି ଚୋରି ହୋଇଛି । ଅଷ୍ଟଧାତୁର ମୂର୍ତ୍ତିକୁ ବି ନେଇ ଯାଇଛନ୍ତି ଦୁର୍ବୃତ୍ତ । ଗତକାଲି ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ମନ୍ଦିରର ମୁଖ୍ୟ ଫାଟକ ଭାଙ୍ଗି ଗର୍ଭଗୃହରୁ ଅଷ୍ଟଧାତୁରେ ନିର୍ମିତ ମୂର୍ତ୍ତି ଚୋରି କରିଥିବା…

ରାଉରକେଲାରେ ଜିଏସଟି ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍

ରାଉରକେଲା: ଭିଜିଲାନ୍ସ ଜାଲରେ ଜିଏସଟି ଅଧିକାରୀ । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାଉରକେଲାର ସହକାରୀ ବାଣିଜ୍ୟ କର ଓ ଜିଏସଟି ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି । ତାଙ୍କ ନାଁ ଅଲେଖ ମହାନନ୍ଦ । ଏକକାଳୀନ ୪ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ଚଢ଼ାଉ ଜାରି ରଖିଛନ୍ତି । ଅଲେଖ…

ଭିଜିଲାନ୍ସ ଜାଲରେ ଅଙ୍ଗନବାଡ଼ି କର୍ମୀ, ୭ଟି ସ୍ଥାନରେ ରେଡ୍

ବ୍ରହ୍ମପୁର: ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ମହାନଗର ନିଗମ ୱାର୍ଡ ନମ୍ବର-୯ର ଅଙ୍ଗନବାଡ଼ି କର୍ମୀ । ତାଙ୍କ ନାଁ ନମିତା ଦଳେଇ । ଆୟ ବହିର୍ଭୂତ ସମ୍ପତ୍ତି ଠୁଅ ଅଭିଯୋଗରେ ଏକକାଳୀନ ୭ଟି ସ୍ଥାନରେ ରେଡ୍‌ ଚାଲିଛି । ବ୍ରହ୍ମପୁର ଲକ୍ଷ୍ମୀ ନୃସିଂହ ସାହି ପ୍ରଥମ ଲେନରେ ଥିବା ଦୁଇଟି ଘର, ଗଣେଶନଗର…

ନୟାଗଡ଼ ନାବାଳିକା ହତ୍ୟା ମାମଲା: ଅଭିଯୁକ୍ତକୁ ଆଜିଠୁ ତିନି ଦିନିଆ ରିମାଣ୍ଡରେ ନେବ ଏସଆଇଟି

ନୟାଗଡ଼: ନାବାଳିକା ହତ୍ୟା ମାମଲାରେ ଗିରଫ ଅଭିଯୁକ୍ତକୁ ଆଜିଠୁ ତିନି ଦିନିଆ ରିମାଣ୍ଡରେ ନେବ ଏସଆଇଟି । ନାବାଳିକାକୁ ଯୌନ ନିର୍ୟାତନା ଓ ହତ୍ୟା ଘଟଣାରେ ଅଧିକ ପଚରାଉଚରା କରାଯିବ । ଅଭିଯୁକ୍ତର କେହି ସହଯୋଗୀ ଅଛନ୍ତି ନା ସେ ଏକା ଏଭଳି ଜଘନ୍ୟକାଣ୍ଡ ଘଟାଇଛି ସେଦିଗରେ ଅଧିକ ତଥ୍ୟ ହାତେଇବ…

ଜିଏସଟି ଠକେଇ ଅଭିଯୋଗରେ କଟକରୁ ବନ୍ଧା ହେଲେ ୩ ଜଣ

କଟକ: ପୁଣି ବଡ଼ ଧରଣର ଜିଏସଟି ଠକେଇ ସାମନାକୁ ଆସିଛି । କୋଟି କୋଟି ଟଙ୍କା ଟିକସ ଫାଙ୍କିବାକୁ ଫନ୍ଦି କରୁଥିଲେ । ଧରାପଡ଼ିଲେ ଓ ଜେଲ୍ ଗଲେ । ଜିଏସଟି ଠକେଇ ଅଭିଯୋଗରେ କଟକ ଚୌଦ୍ୱାରରୁ ୩ ଜଣଙ୍କୁ ଗିରଫ କରିଛି ଜିଏସଟି ଏନଫୋର୍ସମେଣ୍ଟ ସ୍କ୍ୱାଡ୍ । କୋର୍ଟରେ ହାଜରେ ପରେ ସେମାନଙ୍କୁ ଜେଲ ପଠାଇ…

[ଭିଡିଓ] ପଏଣ୍ଟ ବ୍ଲାଙ୍କ ରେଂଜରେ ଗୁଳିମାଡ, ପ୍ରପର୍ଟି ଡିଲରଙ୍କୁ ନିର୍ମମ ହତ୍ୟା

ଆଗ୍ରା: ସିସିଟିଭିରେ କଏଦ ହୋଇଛି ନିର୍ମମ ହତ୍ୟାକାଣ୍ଡର ଲାଇଭ ଫୁଟେଜ । ପଏଣ୍ଟ ବ୍ଲାଙ୍କ ରେଂଜରେ ଜଣେ ପ୍ରପର୍ଟି ଡିଲରଙ୍କୁ ଖୁଲମଖୋଲା ରାସ୍ତାରେ ଗୁଳିମାଡ । ଏଭଳି ଘଟଣାକୁ ନେଇ ଲଜ୍ଜା ମୁଣ୍ଡାଇଛି ଉତ୍ତରପ୍ରଦେଶର ଆଗ୍ରା ସହର । ସୋସିଆଲ ମିଡିଆରେ ଏହି ଭିଡିଓଟି ଭାଇରାଲ୍ ହୋଇଥିଲାବେଳେ ପୋଲିସ…