Latest Odisha News

BREAKING NEWS

Browsing Category

ଅପରାଧ

ଯବାନ ପୁଅର ଭୁଜାଲି ଚୋଟରେ ବାପା ମୃତ

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ଚାଂଚଲ୍ୟ । ଯବାନ ପୁଅର ଭୁଜାଲି ଚୋଟରେ ବାପା ମୃତ ।  ଆନନ୍ଦପୁର ଉପଖଣ୍ଡ ମଦନପୁର ଗାଁରେ ଜଣେ ଆଇଟିବିପି ଯବାନ ପୁଅର ଆକ୍ରମଣରେ ବାପାର ମୃତ୍ୟୁ ହୋଇଛି। ଅଭିଯୁକ୍ତ ଯବାନ ହେଉଛନ୍ତି ଆଇଟିବିପିରେ ଚାକିରି କରିଥିବା ରଞ୍ଜନ ଓଝା। ସେ ଅରୁଣାଚଳ…

ମିଠା ଦୋକାନୀଙ୍କୁ ହତ୍ୟା ଘଟଣା, ଆଉ ୨ ଗିରଫ

ଭୁବନେଶ୍ୱର: ସାମନ୍ତରାପୁରରେ ମିଠା ଦୋକାନୀ ଜମ୍ବୁ ସାହୁଙ୍କ ହତ୍ୟା ଘଟଣାରେ ଆଉ ୨ ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ଗିରଫ ଦୁଇ ଅଭିଯୁକ୍ତ ହେଲେ ଶ୍ରୀତିକ ବିଶ୍ୱାଳ ଓ ଆଶୁତୋଷ ମହାନ୍ତି । ଏମାନେ ବ୍ୟବହାର କରିଥିବା ବାଇକ ଓ ଖଣ୍ଡାକୁ ମଧ୍ୟ ଜବତ କରିଛି କମିଶନରେଟ ପୋଲିସ । ଏହି…

ଆଇପିଏସ ଅନୁପ ସାହୁଙ୍କ ନାଁରେ ଫେକ୍ ଫେସବୁକ୍ ଆକାଉଣ୍ଟ

ଭୁବନେଶ୍ୱର: ଆଇପିଏସ୍ ଅନୁପ ସାହୁଙ୍କ ନାଁରେ ଏକ ଫେକ୍ ଫେସବୁକ୍ ଆକାଉଣ୍ଟ ଖୋଲାଯାଇଥିବା ଅଭିଯୋଗ ହୋଇଛି। ବର୍ତ୍ତମାନ ଗୁଇନ୍ଦା ବିଭାଗ ଡିଆଇଜି ଥିବା ଖୋଦ୍ ଅନୁପ ନିଜେ ଏହି ସୂଚନା ଦେଇଛନ୍ତି। ତେବେ ଏଥିରୁ କୌଣସି ଫ୍ରେଣ୍ଡ ରିକ୍ୟୁଏଷ୍ଟ ଗ୍ରହଣ ନକରିବାକୁ ସେ ସୋସିଆଲ ମିଡିଆରେ ଅନୁରୋଧ…

ଭୁବନେଶ୍ୱରରେ ଏଟିଏମ୍ ଲୁଟିଲେ ଦୁର୍ବୃତ୍ତ

ଭୁବନେଶ୍ୱର: ଭୁବନେଶ୍ୱରର ଇନଫୋସିଟି ଥାନା ଅନ୍ତର୍ଗତ ପଟିଆ ରେଳ ଷ୍ଟେସନ୍ ନିକଟରେ ଥିବା ଏକ ଏଟିଏମକୁ କିଛି ଦୁର୍ବୃତ୍ତ ଲୁଟ୍ କରିଥିବା ଘଟଣା ନଜରକୁ ଆସିଛି । ମିଳିଥିବା ସୂଚନା ଅନୁଯାୟୀ କିଛି ଦୁର୍ବୃତ୍ତ ଗତକାଲି ବିଳମ୍ବିତ ରାତିରେ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ (ପିଏନବି) ଏଟିଏମ୍…

ପାଣି ପାଇଁ ଗୋଷ୍ଠୀ ସଂଘର୍ଷ, ତେଣ୍ଟା ମାଡରେ ୨ ମୃତ, ୯ ଆହତ

ବ୍ରହ୍ମଗିରି: ତେଂଟାମାଡରେ ୨ଜଣଙ୍କ ମୃତ୍ୟୁ ହୋଇଛି । ବ୍ରହ୍ମଗିରିରେ ଡମିଣିସେଣାରେ ଦୁଇ ପରିବାର ମଧ୍ୟରେ  ଗୋଷ୍ଠୀ ସଂଘର୍ଷ ଦେଖାଦେଇଛି । ଗୋଷ୍ଠୀ ସଂଘର୍ଷରେ ତେଂଟା ମାଡ଼ କରାଯାଇଥିଲା । ଯେଉଁଥିରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଜଣଙ୍କ ଅବସ୍ଥା ସଂଙ୍କଟାପନ୍ନ ରହିଛି । ରେବଣା ନୂଆଗାଁ…

ମାତିଲେ ମାଓବାଦୀ, ଟିଆର୍‌ଏସ୍ ନେତାଙ୍କୁ ଗୁଳି କରି ହତ୍ୟା

ମାଲକାନଗିରି: ପୁଣି ମାତିଲେ ମାଓବାଦୀ । ଟି.ଆର.ଏସ ନେତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି ସଶସ୍ତ୍ର ଲାଲ୍ ବାହିନୀ । ମାଲକାନଗିରି-ତେଲେଙ୍ଗାନା ସୀମାନ୍ତ ମୁଲୁଗୁ ଜିଲ୍ଲାରେ ଦେଖିବାକୁ ମିଳିଛି ଏଭଳି ମାଓ ହିଂସା । ନକ୍ସଲଙ୍କ ଗୁଳିରେ ପ୍ରାଣ ହରାଇଥିବା ଟିଆରଏସ ନେତା ହେଲେ ଭେଙ୍କଟପୁରମ ଥାନା…

ନିର୍ବାହୀ ଯନ୍ତ୍ରୀଙ୍କୁ ଅପହରଣ ଘଟଣା, ୮ ଗିରଫ

ଝାରସୁଗୁଡା: ଝାରସୁଗୁଡା ଗ୍ରାମ୍ର ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀ ମନୋରଞ୍ଜ ପଟ୍ଟନାୟକଙ୍କୁ ଅପହରଣ ଘଟଣାରେ ୮ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ ଝାରସୁଗୁଡ଼ା ଆର ଡବ୍ଲୁ କଲୋନିର ଶିବ ତାଣ୍ଡି, ଟିଟିଲାଗଡ଼ ଥାନା ଅନ୍ତର୍ଗତ ବିଟାବନ୍ଧର ପଙ୍କଜ ବାଗ, ଟିଟିଲାଗଡ଼…

ବାଲେଶ୍ୱର ନାବାଳିକା ଯୈାନ ଶୋଷଣ ମାମଲା; ଘଟଣାର ସଦ୍ୟତମ ରିପୋର୍ଟ ଦାଖଲ କରିବାକୁ ଏନ.ଏଚ.ଆର.ସିଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଗତ ଜୁନ୍ ୨୦୧୬ରେ ବାଲେଶ୍ୱର ଜିଲ୍ଲା ସୋର ଥାନା ତଳନଗର ଗ୍ରାମର ଜଣେ ୧୧ ବର୍ଷିୟ ନାବାଳିକା ଯୈାନ ଶୋଷଣ ମାମଲାରେ ବାଲେଶ୍ୱର ପୋଲିସର ମନ୍ଥରତାକୁ ନେଇ ଜାତୀୟ ମାନବାଧିକାର କମିଶନ ରାଜ୍ୟ ପ୍ରଶାସନ ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ସୂଚନା ଅନୁଯାୟୀ, ସରକାର ଉକ୍ତ…

ବନ୍ଧୁକ ମୁନରେ ନାବାଳିକାକୁ ବଳାତ୍କାର ଅଭିଯୋଗ; ୫ ଗିରଫ

ଜାମସେଦପୁର: ଝାଡ଼ଖଣ୍ଡର ଜାମସେଦପୁରରେ ଜଣେ ୧୭ ବର୍ଷୀୟ ବାଳିକାକୁ ବଳାତ୍କାର ଅଭିଯୋଗରେ ପାଞ୍ଚ ଜଣଙ୍କୁ ଆଜି ଗିରଫ କରିଛି ପୋଲିସ । ନାବାଳିକା ଜଣକ ମଙ୍ଗଳବାର ଦିନ ପୁରୁଷ ବନ୍ଧୁଙ୍କ ସହ ସହରର ବାଗବେରା ଅଞ୍ଚଳରେ ଥିବାବେଳେ ଅଭିଯୁକ୍ତ ସେମାନଙ୍କୁ ବନ୍ଧୁକ ମୁନରେ ଅପହରଣ କରି କାଲିଆଡିହ…

୧୦୦ ଟଙ୍କାରେ ୧୦ ମାସର ଶିଶୁପୁତ୍ର !

ଝାଡଖଣ୍ଡ: ସତରେ କରୋନା ମହମାରୀ ମଣିଷଙ୍କୁ ପଶୁ ବନାଇସାରିଛି । ବୋଧ ହୁଏ ସେଥିପାଇଁ ଭୋକର ତାଡନା ସହିନପାରି ଜଣେ ମହିଳା ନିଜ ୧୦ ମାସର ଶିଶୁକୁ ବିକ୍ରୀ କରିବାକୁ ଚେଷ୍ଟା କରିଥିଲା । ଆଉ ତା ପୁଣି ମାତ୍ର ୧୦୦ଟଙ୍କାରେ । ଜାମସେଦପୁର ଜୁଗସଲାଇରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି ।…