Latest Odisha News

BREAKING NEWS

Browsing Category

ଭଲଖବର

ଭଲଖବର

ଝାରସୁଗୁଡ଼ାର ବିସ୍ମୟ ବାଳିକା ଦିପ୍ତି, ଟାଇପିଂ କରି ଭାଙ୍ଗିଚାଲିଛନ୍ତି ରେକର୍ଡ଼ !

ଝାରସୁଗୁଡ଼ା: ନଅ ବର୍ଷର କୁନି ଝିଅ ଦିପ୍ତି ଶର୍ମା । ଏବେ ଦିପ୍ତୀଙ୍କୁ ସମସ୍ତେ କହୁଛନ୍ତି, ‘ଝାରସୁଗୁଡ଼ାର ବିସ୍ମୟ’ । ଦିପ୍ତୀ କମ୍ପ୍ୟୁଟର୍ ନଦେଖି ଅଦ୍ଭୁତଭାବେ ଟାଇପିଂ କରିପାରୁଛନ୍ତି । ତାଙ୍କର ଟାଇପିଂ ଦକ୍ଷତା ଦେଖି ବଡ଼ ବଡ଼ ଟାଇପିଷ୍ଟମାନେ ମଧ୍ୟ ଆଶ୍ଚର୍ଯ୍ୟଚକିତ ହେଉଛନ୍ତି । ତାଙ୍କର ଏହି…

ଅଭିନବ କାର୍ଯ୍ୟକ୍ରମ ‘ଥିଲେ ଦିଅ, ନ’ଥିଲେ ନିଅ’; ଉପକୃତ ହେଲେ ଗରିବ ଜନସାଧାରଣ

ଟିକିରି: ରାୟଗଡା ଜିଲ୍ଲା ଟିକିରି ଗ୍ରାମ ପ୍ରାଥମିକ ବିଦ୍ୟାଲୟ ସମୁଖରେ ଶୁକ୍ରବାର ଦିନ ଟିକିରି ବିକାଶ ପରିଷଦ ପକ୍ଷରୁ ଥିଲେ ଦିଅ, ନଥିଲେ ନିଅ କାର‌୍ୟ୍ୟକ୍ରମ ର ଶୁଭାରମ୍ଭ ହୋଇଛି । ଏଥିରେ ଟିକିରି ଥାନାଧିକାରୀ ସୁଜ୍ଞାନୀ ସାହୁ ଯୋଗ ଦେଇ ଏହାକୁ ଶୁଭାରମ୍ଭ କରିଥିଲେ । ଟିକିରି ଅଂଚଳର…

ଭିନ୍ନ ଉପାୟରେ ସମୁଦ୍ରରୁ ପ୍ରଚୁର ମାଛ ଧରିପାରୁଛନ୍ତି ଏହି ମତ୍ସ୍ୟଜୀବୀ; କିପରି ଜାଣନ୍ତୁ…

ଭୁବନେଶ୍ୱର: ଭଦ୍ରକ ଜିଲ୍ଲାର ନୀଳକଣ୍ଠ ମଲ୍ଲିକ ଜଣେ ମତ୍ସ୍ୟଜୀବୀ ଭାବେ ସବୁଦିନ ସମୁଦ୍ରରେ ମାଛ ଧରନ୍ତି । ପୂର୍ବରୁ ପାରମ୍ପରିକ ଢଙ୍ଗରେ ନୀଳକଣ୍ଠ ସମୁଦ୍ରରୁ ସେମିତି ବିଶେଷ ମାଛ ଧରିପାରୁନଥିଲେ, ମାତ୍ର ଏବେ ଭିନ୍ନ ଉପାୟରେ ମାଛ ଧରି ସେ ପ୍ରଚୁର ଆୟ କରିପାରୁଛନ୍ତି । କେବଳ ନୀଳକଣ୍ଠ ଏକା…

ଜାଣନ୍ତୁ କନ୍ଧମାଳ ଆଦିବାସୀ ଗାଁର ଏହି ଯୁବକଙ୍କୁ; କିପରି ହେଲେ ଇସ୍ରୋ ବୈଜ୍ଞାନିକ

ଫୁଲବାଣୀ: କଠିନ ପରିଶ୍ରମ, ଅଦମ୍ୟ ନିଷ୍ଠା, ଦୃଢ଼ ମନୋବଳ ଓ ଏକାଗ୍ରତା ହିଁ ସଫଳତାର ଚାବିକାଠି । ଏହା କିଛି ରାକେଟ ସାଇନ୍ସ ନୁହେଁ। ଏହାକୁ ପ୍ରମାଣିତ କରି ଦେଖାଇଛନ୍ତି କନ୍ଧମାଳ ଜିଲ୍ଲା ସିମ୍ବାଳି ଗ୍ରାମର ଆଦିବାସୀ ଯୁବକ ଅଭିମନ୍ୟୁ ମଲ୍ଲିକ । ଯିଏକି ଏବେ ଭାରତୀୟ ମହାକାଶ ଗବେଷଣା…

ସମୁଦ୍ରରେ ବୁଡ଼ିଯାଉଥିବା ସାଙ୍ଗକୁ ନୂଆ ଜୀବନ ଦେଲେ ୧୪ ବର୍ଷର ବାଳକ !

କେନ୍ଦ୍ରାପଡ଼ା: ସମୁଦ୍ରରେ ବୁଡ଼ିଯାଉଥିଲେ ସାଙ୍ଗ, ନିଜ ଜୀବନକୁ ବାଜି ଲଗାଇ ପହଁରି ପହଁରି ନିଜ ବନ୍ଧୁଙ୍କୁ ଉଦ୍ଧାର କରିଛନ୍ତି ଜଣେ ୧୪ ବର୍ଷର ନାବାଳକ । ଜଣେ ନାବାଳକଙ୍କ ଦ୍ୱାରା ଅନ୍ୟ ଜଣଙ୍କ ଜୀବନ ରକ୍ଷା କରିବା ଘଟଣା ସମଗ୍ର କେନ୍ଦ୍ରାପଡ଼ା ଜିଲ୍ଲାରେ ଏବେ ଚର୍ଚ୍ଚାର ମୁଖ୍ୟ…

ଓଡ଼ିଆ ଯୁବକଙ୍କ ନିଆରା ‘ଗଛ ବଞ୍ଚାନ୍ତୁ’ ଅଭିଯାନ; ଅଟୋରେ କରୁଛନ୍ତି ଭାରତ ଭ୍ରମଣ

ଅନୁଗୁଳ: ଗଛ ବଞ୍ଚାଇବା ଲାଗି ଦିଲ୍ଲୀପ କୁମାର ସାହୁ ନିଆରା ଢଙ୍ଗରେ ବୁଲି ବୁଲି ଲୋକମାନଙ୍କୁ ସଚେତନତା ସୃଷ୍ଟି କରୁଛନ୍ତି । ଅକ୍ଟୋବର ୨ ତାରିଖ ପବିତ୍ର ଗାନ୍ଧୀ ଜୟନ୍ତିଠାରୁ ସେ ଏକ ଅଟୋରେ ଆରମ୍ଭ କରିଛନ୍ତି ତାଙ୍କର ଭାରତ ଭ୍ରମଣ କାର୍ଯ୍ୟକ୍ରମ । ବୃକ୍ଷ ହିଁ ଜୀବନ ଏହି ବାର୍ତ୍ତାନେଇ ୩୮…

ବୈଷୟିକ ଜ୍ଞାନ କୌଶଳରେ ଗୋପାଳନ ଚାଷୀଙ୍କ ଉତ୍ପାଦନ ବୃଦ୍ଧି ପାଇଲା, କିପରି ଜାଣନ୍ତୁ…

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ ଅନ୍ତର୍ଗତ ବୁରୁପାଦ ଗ୍ରାମର ଗୋପାଳନ ଚାଷୀ ଅଜୟ ବରଦା ୭ ବର୍ଷ ପୂର୍ବରୁ ମାତ୍ର ୫ଟି ଗାଈରେ ତାଙ୍କର ବ୍ୟବସାୟ ଆରମ୍ଭ କରିଥିଲେ । ମାତ୍ର ସେ ଏମିତି ଏକ ଉନ୍ନତମାନର ବୈଷୟିକ କୃଷି ପ୍ରଣାଳୀକୁ ଆପଣାଇ ନେଲେ ଯେ, ଏବେ ତାଙ୍କ ପାଖରେ ରହିଛି…

ଓଡ଼ିଆ ପୁଅ ବିଦେଶମାଟିରେ ଦୌଡ଼ିଲେ ମାରାଥନ, ରଚିଲେ ନୂଆ କୀର୍ତ୍ତିମାନ

ବର୍ଲ୍ଲିନ: ଜର୍ମାନୀର ବଲ୍ଲିନରେ ଅନୁଷ୍ଠିତ ହୋଇଥିବା ଅନ୍ତର୍ଜାତୀୟ ମାରାଥନ ଦୌଡ଼ ପ୍ରତିଯୋଗିତାରେ ପ୍ରାୟ ୪୫,୦୦୦ ବ୍ୟକ୍ତି ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ସେପ୍ଟେମ୍ବର ୨୯ ତାରିଖରେ ଅନୁଷ୍ଠିତ ହୋଇଥିବା ଏହି ବିଶ୍ୱସ୍ତରୀୟ ମାରାଥନ ପ୍ରତିଯୋଗିତାକୁ ଖୁବ୍ କମ୍ ସମୟରେ ଅତିକ୍ରମ କରି ନୂଆ…

ଭଲଖବର: କିପରି ‘ମୋବାଇଲ୍ ଆପ୍ସ’ ଚାଷ ଅମଳକୁ ଦ୍ୱିଗୁଣିତ କଲା , ଜାଣନ୍ତୁ…

ବରଗଡ଼: ବରଗଡ଼ ଜିଲ୍ଲା ବାଇଗପାଲି ଗ୍ରାମର ବଂଶୀଧର ନାୟକ ହେଉଛନ୍ତି ଜଣେ ସାଧାରଣ ଚାଷୀ । ଏହି ୨୯ ବର୍ଷୀୟ ଯୁବଚାଷୀ ଜଣକ ଗାଁ ପାଖ କଲେଜରୁ କଳାରେ ସ୍ନାତକ ପାଶ୍ କରିବା ପରେ ପରିବାର ଲୋକଙ୍କୁ ଚାଷକାର୍ଯ୍ୟରେ ସାହାଯ୍ୟ କରିବାକୁ ଲାଗିଲେ । ବଂଶୀଧରଙ୍କ ବାପାଙ୍କର ପ୍ରାୟ ୧୫ ଏକର ଚାଷଜମି…

ଜେଲରେ ହେବ ରେଡିଓ ଷ୍ଟେସନ, କଏଦୀ ହେବେ ଆରଜେ !

ଭୁବନେଶ୍ୱର: ଏବେ ଜେଲରେ ସଜା କାଟୁଥିବା କଏଦୀମାନେ ହେବେ ଆରଜେ ଆଉ କହିବେ ନିଜ ମନର କଥା । ଶୁଣିବାକୁ ଟିକେ ଅଜବ ଲାଗୁଥିଲେ ବି ଏହା ସତ । ଏଭଳି ଏକ ଅଭିନବ ପରିକଳ୍ପନା କରିଛନ୍ତି କାରାଗାର ଡିଜି ସତ୍ୟଜିତ ମହାନ୍ତି । ଜନସାଧାରଣକୁ ଏହି ପରିକଳ୍ପନା ବଲିଉଡ ଫିଲ୍ମ ‘ସଞ୍ଜୁ’ର କାହାଣୀ ପରି…