Latest Odisha News

BREAKING NEWS

Browsing Category

ଦିଲ୍ଲୀ

Delhi

ଆଗକୁ ତାତି ଅସମ୍ଭାଳ !, ‘ସିଜନାଲ ଆଉଟ୍ ଲୁକ୍’ରେ ଓଡ଼ିଶା, ଛତିଶଗଡ଼ ସହ ଉତ୍ତର, ପୂର୍ବ ଓ ପଶ୍ଚିମ ଭାରତକୁ ସତର୍କ କଲେ…

ନୂଆଦିଲ୍ଲୀ: ଏଥର ଅସମ୍ଭାଳ ଗ୍ରୀଷ୍ମ ! ଭାରତୀୟ ପାଣି ପାଗ ବିଭାଗ (ଆଇଏମଡି) ମଙ୍ଗଳବାର ଆଗାମୀ ଗ୍ରୀଷ୍ମ ଋତୁ ଲାଗି ‘ସିଜନାଲ ଆଉଟ୍‌ଲୁକ୍’ ଜାରି କରିଛନ୍ତି । ମାର୍ଚ୍ଚ-ମେ ଲାଗି ଜାରି ହୋଇଥିବା ଆଉଟଲୁକ୍‌ରେ ଦକ୍ଷିଣ ଓ ମଧ୍ୟଭାରତ ଲାଗି ଗ୍ରୀଷ୍ମ ଉପଭୋଗ୍ୟ ହୋଇପାରେ ବୋଲି ପୂର୍ବାନୁମାନ…

ସୁନା ଓ ରୁପା ଦରରେ ଅହେତୁକ ହ୍ରାସ : ୪୫ ହଜାର ଟଙ୍କା ତଳକୁ ଖସିଲା ସୁନା

ନୂଆଦିଲ୍ଲୀ: ଭାରତୀୟ ବଜାରରେ ମଙ୍ଗଳବାର ସୁନା ଏବଂ ରୁପା ଦର ବ୍ୟାପକ ହ୍ରାସ ପାଇଛି । ରାଜଧାନୀ ଦିଲ୍ଲୀରେ ସୁନାର ଦାମ ୧୦ ଗ୍ରାମ୍ ପ୍ରତି ୬୭୯ ଟଙ୍କା ହ୍ରାସ ପାଇ ୪୪,୭୬୦ ଟଙ୍କାକୁ ଖସି ଆସିଛି । ସେହିଭଳି ରୁପାର ଦାମ ମଧ୍ୟ ହ୍ରାସ ପାଇଛି । କିଲୋ ପିଛା ୧୮୪୭ ଟଙ୍କା ହ୍ରାସ ପାଇଛି ରୁପା ।…

ଭାରତୀୟ ସେନା ତିଆରି କଲେ ସ୍ବଦେଶୀ ଆପ୍ ‘ସିକ୍ରେଟ୍ ସ୍ବଦେଶୀ ଆପ୍ ସାଇ’

ନୂଆଦିଲ୍ଲୀ: ଭାରତୀୟ ସେନା ନିଜ ବ୍ୟବହାର ପାଇଁ ଏକ ମେସେଜିଙ୍ଗ୍ ଆପ୍ ଡେଭେଲପ୍ କରିଛନ୍ତି ଯାହାର ନାଁ ସିକ୍ୟୋର ଆପ୍ଲିକେସନ୍ ଫର୍ ଇଣ୍ଟରନେଟ୍ ଅର୍ଥାତ ‘ସାଇ’ । ସେନା ଏପ୍ରିଲ ୧ ତାରିଖରୁ ଏହି ଆପ ବ୍ୟବହାର କରିବେ । ଏହି ଆପ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗ୍ନାଲ୍ ଭଳି ଆପକୁ ଟକ୍କର ଦେବ…

ବୟସକୁ ନେଇ ସୋସିଆଲ ମିଡ଼ିଆରେ ଟ୍ରୋଲ୍ ହେଲେ ଶାହିଦ ଆଫ୍ରିଦି

ନୂଆଦିଲ୍ଲୀ : ଆଜି ଶାହିଦ ଆଫ୍ରିଦିଙ୍କ ଜନ୍ମଦିନ । ନିଜ ଜନ୍ମଦିନ ଅବସରରେ ଆଫ୍ରିଦି ଏକ ଟ୍ୱିଟ କରିଛନ୍ତି । ଏହି ଟ୍ୱିଟ୍ ପରେ ତାଙ୍କ ବୟସକୁ ନେଇ ସୋସିଆଲ ମିଡ଼ିଆରେ ଖୁବ ଟ୍ରୋଲ୍ କରାଯାଉଛି । ପାକିସ୍ତାନ କ୍ରିକେଟରେ ‘ଲାଲା’ ନାମରେ ପ୍ରସିଦ୍ଧ ଆଫ୍ରିଦି ଟ୍ୱିଟରେ ନିଜ ବୟସ ୪୪ ବର୍ଷ ବୋଲି…

ଟିଏମସି ସାଂସଦ ନୁସରତ ଜହାନ କରୋନା ସଂକ୍ରମିତ, ସମସ୍ତ କାର୍ଯ୍ୟକ୍ରମ ବାତିଲ

ନୂଆଦିଲ୍ଲୀ: ବଙ୍ଗଳା ନିର୍ବାଚନ ପୂର୍ବରୁ ଅଭିନେତ୍ରୀ ତଥା ଟିଏମସି ସାଂସଦ ନୁସରତ ଜହାନ କୋଭିଡ୍ ୧୯ ରେ ସଂକ୍ରମିତ ହୋଇଛନ୍ତି । ଏହି ଖବର ସାମ୍ନାକୁ ଆସିବା ପରେ ନୁସରତଙ୍କର ସମସ୍ତ ମିଟିଙ୍ଗ୍ ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମ ବାତିଲ କରାଯାଇଛି । ନୁସରତଙ୍କର କରୋନା ପଜିଟିଭ୍ ହେବାର ପ୍ରଭାବ…

ପୁଣି ବଢ଼ିଲା ଏଲପିଜି ଗ୍ୟାସ୍ ସିଲିଣ୍ଡର୍ ଦାମ୍

ନୂଆଦିଲ୍ଲୀ: ଏଲପିଜି ଗ୍ୟାସ ସିଲିଣ୍ଡର ଦାମ ପୁଣିଥରେ ବୃଦ୍ଧି ପାଇଛି । ଯେଉଁଥିପାଇଁ ସାଧାରଣ ଜନତାଙ୍କୁ ଝଟକା ଲାଗିଛି । ସୋମବାର ମାର୍ଚ୍ଚ ୧ ତାରିଖକୁ ଏଲ୍ପିଜି ଗ୍ୟାସ ସିଲିଣ୍ଡର ଦାମ ପୁଣି ୨୫ ଟଙ୍କା ବୃଦ୍ଧି ପାଇଛି । ସପ୍ତାହେ ମଧ୍ୟରେ ଦୁଇଥର ସିଲିଣ୍ଡର ଦାମ ବୃଦ୍ଧି ପାଇଛି । ଦର ଦାମ…

କ୍ରିକେଟ୍‌କୁ ଅଲବିଦା କହିଲେ ୟୁସୁଫ୍ ପଠାନ୍

ନୂଆଦିଲ୍ଲୀ: କ୍ରିକେଟର ସମସ୍ତ ଫର୍ମାଟରେ ଆଜିଠୁ ସନ୍ୟାସ ଗ୍ରହଣ କଲେ ବିସ୍ଫୋରକ ଅଲ୍‌ରାଉଣ୍ଡର୍ ୟୁସୁଫ୍ ପଠାନ୍ । ବରୋଦାର ଏହି ଧୁଆଁଧାର କ୍ରିକେଟର୍ ଭାରତ ପକ୍ଷରୁ ୫୭ଟି ଦିନିକିଆ ଓ ୨୨ଟି ଟି-୨୦ ମ୍ୟାଚ୍ ଖେଳିଥିଲେ । ତା ଛଡା ୨୦୦୭ ଟି-୨୦ ବିଶ୍ୱକପ୍ ଓ ୨୦୧୧ ଦିନିକିଆ ବିଶ୍ୱକପ ବିଜେତା…

ସେନସେକ୍ସ ୫୧ ହଜାର ପାର୍, ନିଫ୍ଟି କାରବାର ବୃଦ୍ଧି: ସେୟାର ବଜାରରେ ଉତ୍ସାହ

ନୂଆଦିଲ୍ଲୀ: ସେୟାର ବଜାରରେ ଗୁରୁବାର କାରବାର ଉତ୍ସାହଜନକ ରହିଛି । କାରବାର ଆରମ୍ଭରୁ ସେନସେକ୍ସ ୪୨୬ ଅଙ୍କ ବୃଦ୍ଧି ପାଇ ୫୧,୨୦୭.୬୧ରେ ଖୋଲିଥିଲା । କାରବାରର କିଛି ସମୟ ପରେ ସେନସେକ୍ସ ପୁନଶ୍ଚ ୬୦୫ ଅଙ୍କକୁ ବୃଦ୍ଧିପାଇ ୫୧,୩୮୬.୧୨ରେ ପହଞ୍ଚିଥିଲା । ସେହିଭଳି ନେସନାଲ…

ଏହି ୫ ରାଜ୍ୟର ଲୋକଙ୍କ ଦିଲ୍ଲୀ ପ୍ରବେଶ ଉପରେ କଟକଣା, କୋଭିଡ୍ ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ

ନୂଆଦିଲ୍ଲୀ: କରୋନା ପାଇଁ ପୁଣି କଡ଼ାକଡ଼ି ହେଲାଣି କଟକଣା । ୫ଟି ରାଜ୍ୟର ଲୋକଙ୍କ ଦିଲ୍ଲୀ ପ୍ରବେଶ ଉପରେ ଲାଗିଲା କଟକଣା । କୋଭିଡ୍ ନେଗେଟିଭ୍ ରିପୋର୍ଟ ଦେଖାଇଲେ ଏଣ୍ଟ୍ରି ଅନୁମତି ମିଳିବ । ଏହି ୫ଟି ରାଜ୍ୟ ହେଲା ମହାରାଷ୍ଟ୍ର, କେରଳ, ଛତିଶଗଡ଼, ମଧ୍ୟପ୍ରଦେଶ ଓ ପଞ୍ଜାବ । ଏସବୁ ରାଜ୍ୟରେ…

ଟୁଲକିଟ୍‌ ମାମଲା: ଦିଶା ରବିଙ୍କୁ ଜାମିନ ପ୍ରଦାନ କରିଛନ୍ତି ଦିଲ୍ଲୀ କୋର୍ଟ

ନୂଆଦିଲ୍ଲୀ: ଟୁଲକିଟ୍‌ ମାମଲାରେ ଦିଶା ରବିଙ୍କୁ ମିଳିଲା ଜାମିନ । ଚାଷୀ ଆନ୍ଦୋଳନ ସହ ଜଡ଼ିତ ଟୁଲକିଟ୍‌ ମାମଲାରେ ଗିରଫ ୨୨ ବର୍ଷୀୟ ଜଳବାୟୁ କର୍ମକର୍ତ୍ତା ଦିଶା ରବିଙ୍କୁ ଦିଲ୍ଲୀର ଗୋଟିଏ କୋର୍ଟ ଜାମିନ ପ୍ରଦାନ କରିଛନ୍ତି । ୧ ଲକ୍ଷ ଟଙ୍କାର ବେଲ ବଣ୍ଡ ଓ ଅତିରିକ୍ତ ଦୁଇଟି ସ୍ୟୁରିଟିଜ୍‌…