Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ସ୍ୱାତୀ ମାଲିୱାଲଙ୍କ ସହ ଅସଦାଚରଣକୁ ସ୍ବୀକାର କଲା ଆପ୍, କାର୍ଯ୍ୟାନୁଷ୍ଠାନ ନେବେ କେଜ୍ରିଓ୍ବାଲ୍

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନରେ ସାଂସଦ ସ୍ୱାତୀ ମାଲିୱାଲଙ୍କୁ କରାଯାଇଥିବା ଦୁର୍ବ୍ୟବହାରକୁ ସ୍ବୀକାର କରିଛି ଆପ୍ । ଏହା ସହ ଦଳର ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏହାକୁ ଗୁରୁତ୍ୱର ସହ ନେଇଛନ୍ତି ଏବଂ ପିଏ ବୈଭବ କୁମାରଙ୍କ ବିରୋଧରେ…

ମୋଦିଙ୍କୁ ନିର୍ବାଚନ ଲଢ଼ିବା ନେଇ ବାରଣ ହୋଇଥିବା ଅଭିଯୋଗକୁ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିର୍ବାଚନ ଲଢ଼ିବା ନେଇ ବାରଣ ହୋଇଥିବା ଅଭିଯୋଗକୁ  ଆଜି ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । ଜଷ୍ଟିସ ବିକ୍ରମ ନାଥ ଓ ଜଷ୍ଟିସ ଏସ୍‌ସି ଶର୍ମାଙ୍କ ଖଣ୍ଡପୀଠ ଆବେଦନକାରୀଙ୍କୁ ଉପଯୁକ୍ତ ଅଧିକାରୀଙ୍କ ପାଖରେ ନିଜର ଅଭିଯୋଗ ଜଣେଇବାକୁ…

ଛତିଶଗଡ଼ରେ ନିର୍ବାଚନୀ ହିଂସା: କଂଗ୍ରେସ ନେତା ବିକ୍ରମ ବେସଙ୍କୁ ଗୁଳି କରି ହତ୍ୟା

ରାୟପୁର: ଛତିଶଗଡର ନାରାୟଣପୁର ବଖରପୁରାରେ କଂଗ୍ରେସ ନେତା ବିକ୍ରମ ବେସଙ୍କୁ ଗୁଳି କରି ହତ୍ୟା । କିଛି ଦୁର୍ବୁତ୍ତ ବାଇକରେ ଆସି ବିକ୍ରମଙ୍କ ଉପରକୁ ଗୋଟିଏ ପରେ ଗୋଟିଏ ଏପରି ତିନି ଥର ଗୁଳି ଚଳାଇଥିଲେ । ଯେଉଁଥିରେ ଗୋଟିଏ ଗୁଳି ବିକ୍ରମ ବେସଙ୍କ ମୁଣ୍ଡରେ ବାଜିଥିବାବେଳେ, ଦ୍ୱିତୀୟ ଗୁଳି…

ଦିଲ୍ଲୀର ୪ଟି ହସ୍ପିଟାଲକୁ ବୋ‌ମାରେ ଉଡାଇଦେବାକୁ ଧମକ, ବଢିଲା ସୁରକ୍ଷା ବ୍ୟବସ୍ଥା

ନୂଆଦିଲ୍ଲୀ: ପ୍ରଥମେ ଦିଲ୍ଲୀର ସ୍କୁଲ ପରେ ଏବେ ଡାକ୍ତରଖାନାଗୁଡ଼ିକୁ ବୋମା ରେ ଉଡାଇ ଦେବାକୁ ଧମକ ଆସିଛି । ଦିଲ୍ଲୀର ୪ଟି ହସ୍ପିଟାଲକୁ ଏହି ଧମକ ମିଳିଛି । ସେହି ଡାକ୍ତରଖାନା ଗୁଡିକ ହେଉଛି ଦୀପ ଚନ୍ଦ ବନ୍ଧୁ ହସ୍ପିଟାଲ, ଡିଟିବି ହସ୍ପିଟାଲ, ଦାଦା ଦେବ ହସ୍ପିଟାଲ, ହେଡଗୋବାର ହସ୍ପିଟାଲ ।…

ପତଞ୍ଜଳିର ବିଭ୍ରାନ୍ତିକର ବିଜ୍ଞାପନ ମାମଲା: ସୁପ୍ରିମକୋର୍ଟରୁ ବାବା ରାମଦେବ ଓ ବାଲକ୍ରିଷ୍ଣାଙ୍କୁ ଆଶ୍ୱସ୍ତି

ନୂଆଦିଲ୍ଲୀ: ଯୋଗ ଗୁରୁ ବାବା ରାମଦେବ ଓ ଆଚାର୍ଯ୍ୟ ବାଲକ୍ରିଷ୍ଣାଙ୍କୁ ସୁପ୍ରିମକୋର୍ଟଙ୍କ ଠାରୁ ଆଶ୍ୱସ୍ତି ମିଳିଛି । ପତଞ୍ଜଳିର ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ଉଭୟ ଆଶ୍ୱସ୍ତି ପାଇଛନ୍ତି । ଏହି ଶୁଣାଣି ଜଷ୍ଟିସ ହିମା କୋହଲି ଏବଂ ଜଷ୍ଟିସ ଅହସାନୁଦ୍ଦିନ ଅମାନୁଲ୍ଲାହଙ୍କ ବେଞ୍ଚ ଦ୍ୱାରା…

୧୬ ବର୍ଷ ହେବ ଏହି ମହିଳା କିଛି ଖାଇ ନାହାନ୍ତି

ଅଦୀସ ଅବାବ: ଇଥିୟୋପିଆରେ ମୁଲୱର୍କ ଅମ୍ବାବ ନାମକ ଜଣେ ମହିଳା କହିଛନ୍ତି ଯେ, ସେ ୧୬ ବର୍ଷ ହେବ ଖାଦ୍ୟ, ପାନୀୟ ଗ୍ରହଣ କରି ନାହାନ୍ତି । ୨୬ ବର୍ଷୀୟା ଏହି ମହିଳାଙ୍କ କହିବା ଅନୁସାରେ ସେ ୧୦ ବର୍ଷ ପରଠାରୁ ଖାଦ୍ୟ, ପାନୀୟ ତ୍ୟାଗ କରି ଦେଇଛନ୍ତି । ମୋତେ ଭୋକ କିମ୍ବା ଶୋଷ ଲାଗୁ ନାହିଁ । ଶେଷ…

ନାମାଙ୍କନ ଭରିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଲକ୍ଷ୍ନୋ : ନାମାଙ୍କନ ଭରିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନାମାଙ୍କନ ପାଇଁ ବାରାଣସୀର ରିଟର୍ଣ୍ଣିଂ ଅଫିସରଙ୍କ କାର୍ଯ୍ୟାଳୟରେ ପହଞ୍ଚି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ପ୍ରଧାନମନ୍ତ୍ରୀ । ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ  ଗଙ୍ଗାରେ ପୂଜାର୍ଚ୍ଚନା କରିଥିଲେ ପ୍ରଧାନମନ୍ତ୍ରୀ ।…

‘ଆତଙ୍କବାଦୀଙ୍କ ଘରେ ପଶି ମାରିଲୁ, ଏହା ହେଉଛି ନୂତନ ଭାରତ’: ଉରି-ପୁଲୱାମା ଆକ୍ରମଣରେ ଜୟଶଙ୍କରଙ୍କ ବୟାନ

ନୂଆଦିଲ୍ଲୀ: ୨୬/୧୧ ମୁମ୍ବାଇ ଆକ୍ରମଣ ସମ୍ପର୍କରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ଭାରତ ଉରି ଏବଂ ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ସର୍ଜିକାଲ ଏବଂ ଏୟାର ଷ୍ଟ୍ରାଇକ ସହ ଆତଙ୍କବାଦ ବିରୋଧରେ ଏକ ସ୍ପଷ୍ଟ ବାର୍ତ୍ତା ଦେଇଛି। ସେ…

ମୁମ୍ବାଇରେ ଘୂର୍ଣ୍ଣିଝଡ଼ର ତାଣ୍ଡବ: ଏଯାବତ୍ ୧୨ ଜଣଙ୍କ ମୃତ୍ୟୁ, ୫୦ରୁ ଅଧିକ ଆହତ

ମୁମ୍ବାଇ: ପ୍ରବଳ ବର୍ଷା ଓ ଘୁର୍ଣ୍ଣିଝଡ଼ରେ ବେହାଲ ମାୟାନଗରୀ ମୁମ୍ବାଇ । ପ୍ରବଳ ପବନ ଯୋଗୁଁ ଘାଟକୋପରରେ ଏକ ହୋର୍ଡିଂ ଭାଙ୍ଗି ଖସିପଡିବାରୁ ୧୪ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୭୪ ରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି । ସମସ୍ତଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି । ଆହତଙ୍କ…

ଶାନ୍ତିପୂର୍ଣ୍ଣ ଭାବରେ ସରିଲା ଚତୁର୍ଥ ପର୍ଯ୍ୟାୟ ମତଦାନ, ବଙ୍ଗଳାରେ ସର୍ବାଧିକ ଭୋଟିଂ

ନୂଆଦିଲ୍ଲୀ: ଶାନ୍ତିପୂର୍ଣ୍ଣ ଭାବରେ ସରିଛି ଚତୁର୍ଥ ପର୍ଯ୍ୟାୟ ମତଦାନ । ସାଧାରଣ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟରେ ଦେଶର ୯୬ଟି ସଂସଦୀୟ କ୍ଷେତ୍ରରେ ମତଦାନ ଅନୁଷ୍ଠିତ ହୋଇଥିଲା । ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିଥିଲା ମତଦାନ । ମିଳିଥିବା ତଥ୍ୟ ଅନୁସାରେ ଏହି ପର୍ଯ୍ୟାୟରେ…