Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଓଡ଼ିଶାର ୪ ପୋଲିସ ଅଫିସରଙ୍କୁ ତଦନ୍ତରେ ଉତ୍କର୍ଷତା ପାଇଁ କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ମେଡାଲ୍

ଭୁବନେଶ୍ୱର: ତଦନ୍ତରେ ଉତ୍କର୍ଷତା ପାଇଁ ପୋଲିସ ଅଧିକାରୀଙ୍କୁ ମିଳିଲା କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ପକ୍ଷରୁ ମେଡାଲ୍ । ବର୍ଷ ୨୦୨୧ ପାଇଁ ମୋଟ୍ ୧୫୨ ଜଣଙ୍କୁ ପ୍ରଦାନ କରାଯାଇଛି  ପଦକ । ଏହି ତାଲିକାରେ ଅଛନ୍ତି ଓଡ଼ିଶାର ୪ ଜଣ ପୋଲିସ ଅଧିକାରୀ । ଏମାନଙ୍କ ଭିତରେ ଦୁଇ ଜଣ ଇନିସପେକ୍ଟର ଓ ଦୁଇ…

ଆସିଗଲାଣି କି କରୋନା ତୃତୀୟ ଲହର: ବେଙ୍ଗାଲୁରୁରେ ୬ ଦିନରେ ୩୦୦ ପିଲା ପଜିଟିଭ୍

ବେଙ୍ଗାଲୁରୁ: ଦେଶରେ କିଛି ରାଜ୍ୟ ଅନଲକ୍ ଆରମ୍ଭ କରିଥିବା ବେଳେ କିଛି ରାଜ୍ୟରେ ଗତ କିଛି ଦିନ ହେବ ଲଗାତାର ବଢୁଛି କରୋନା ସଂକ୍ରମଣ । ଏବେ ସ୍କୁଲ ଖୋଲିବା ପରେ ପିଲାଙ୍କ ପ୍ରତି ବିପଦ ବଢ଼ିଛି । ବେଙ୍ଗାଲୁରୁରୁ ଏମିତି ଚିତ୍ର ସାମନାକୁ ଆସିଛି ଯାହା ସାରା ଦେଶକୁ ଚିନ୍ତିତ କଲା ଭଳି ଖବର ।…

ହିମାଚଳ ଭୂସ୍ଖଳନ: ମୃତ୍ୟୁସଂଖ୍ୟା ୧୩କୁ ବୃଦ୍ଧି, ନିଖୋଜଙ୍କୁ ଉଦ୍ଧାରକାର୍ଯ୍ୟ ଜାରି

କିନ୍ନୋର: ହିମାଚଳପ୍ରଦେଶ ସିମଲା ହାଇଓ୍ୱେରେ ଭୟଙ୍କର ଭୂସ୍ଖଳନ ପରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି । ପାଖାପାଖି ୨୪ ଘଣ୍ଟା ବିତିବାକୁ ବସିଥିଲେ ବି ପାହଡ଼ା ଧସିବା ପରେ ଚାପି ହୋଇଥିବା ବସର ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ପାରିନି । ବର୍ତ୍ତମାନ ସୁଦ୍ଧା ୧୩ ଜଣଙ୍କର ମୃତ୍ୟୁ ହୋଇଥିବା…

ରାହୁଲ ଗାନ୍ଧିଙ୍କ ପରେ କଂଗ୍ରେସର ଟ୍ୱିଟର ଆକାଉଣ୍ଟ ସସପେଣ୍ଡ

ନୂଆଦିଲ୍ଲୀ: ଟ୍ୱିଟର ଓ କଂଗ୍ରେସ ଭିତରେ ଟକ୍କର । କଂଗ୍ରେସ ନେତା ରାହୁଲ ଗାନ୍ଧି ଓ ଦଳର କିଛି ବରିଷ୍ଠ ନେତା ପରେ କଂଗ୍ରେସର ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟକୁ ଲକ୍ ହୋଇଛି । ଏନେଇ ଦଳ ପକ୍ଷରୁ ଫେସବୁକ୍ ପୋଷ୍ଟ ଜରିଆରେ ସୂଚନା ଦିଆଯାଇଛି । ତେବେ ଏନେଇ ଲଢ଼େଇ ଜାରି ରହିବ ବୋଲି କଂଗ୍ରେସ ପକ୍ଷରୁ…

ଅଧୁରା ରହିଲା ଇସ୍ରୋ ମିଶନ୍: ଶେଷ ମୁହୂର୍ତ୍ତରେ ଫେଲ୍ ମାରିଲା ‘EOS-03’ ସାଟେଲାଇଟ୍ ଲଞ୍ଚ

ଶ୍ରୀହରିକୋଟା(ଆନ୍ଧ୍ରପ୍ରଦେଶ): ଇତିହାସ ରଚିବା ଆଗରୁ ଫେଲ୍ ମାରିଲା ଭାରତୀୟ ମହାକାଶ ଗବେଷଣା ସଂସ୍ଥାର(ଇସ୍ରୋ) ମିଶନ । ଅଧୁରା ରହିଗଲା । ପୃଥିବୀ ପର୍ଯ୍ୟବେକ୍ଷଣ ଉପଗ୍ରହ ‘EOS-03’ ଉତକ୍ଷେପଣ ଶେଷ ମୁହୂର୍ତ୍ତରେ ଫେଲ ମାରିଛି । ଆଜି ଶ୍ରୀହରିକୋଟା ସ୍ଥିତ ସତୀଶ ଧଓ୍ୱନ ସ୍ପେଶ ସେଣ୍ଟରରୁ…

ହ୍ୟାକର ଚୋରି କରି ନେଲେ ୪୪୬୮ କୋଟିର କ୍ରିପ୍ଟୋକରେନ୍ସି

ନୂଆଦିଲ୍ଲୀ: ହ୍ୟାକର୍ସମାନେ ୪୪୬୮ କୋଟି ଟଙ୍କାର କ୍ରିପ୍ଟୋକରେନ୍ସି ଚୋରି କରି ହଇଚଇ ସୃଷ୍ଟି କରି ଦେଇଛନ୍ତି । କ୍ରିପ୍ଟୋ କରେନ୍ସି ଟ୍ରାନ୍ସଫର କରୁଥିବା ପ୍ରସିଦ୍ଧ କମ୍ପାନୀ ପଲି ନେଟୱାର୍କ ମଧ୍ୟ ଏହି ଘଟଣା ସତ୍ୟ ବୋଲି ସ୍ୱୀକାର କରିଛି । ପଲି ନେଟୱର୍କ ଇଥୋରିୟମ, ୱାଇନେଂସଚେନ ଓ…

ରଙ୍ଗ ଦେଖାଉଛି ତାଲିବାନ, ମହିଳାଙ୍କୁ କରୁଛି ସେକ୍ସ ଗୁଲାମ

କାବୁଲ: ଆଫଗାନିସ୍ତାନରେ ତାଲିବାନ ତାର ପ୍ରଭୂତ୍ୱ ବଢ଼ାଇବାରେ ଲାଗିଛି । ଏଥିସହ ପୁରୁଣା ରଙ୍ଗ ଦେଖାଇବା ଆରମ୍ଭ କରିଛି । ରିପୋର୍ଟ ମୁତାବକ ତାଲିବାନ ଯୁବକମାନେ ମହିଳାମାନଙ୍କୁ ଅପହରଣ କରିନେଇ ସେକ୍ସ ଗୁଲାମ କରି ରଖୁଛନ୍ତି । ପ୍ରମୁଖ ତାଲିବାନ ନେତା ୧୨ ବର୍ଷରୁ ୪୫ ବର୍ଷ ପର୍ଯ୍ୟନ୍ତ…

ସ୍କୁଲ ଖୋଲିବାକୁ ନେଇ ଗାଇଡଲାଇନ୍ ଜାରି କଲା ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ

ନୂଆଦିଲ୍ଲୀ : ମହାମାରୀ କରୋନା ସ୍ଥିତିରେ ଆସୁଛି ସାମାନ୍ୟ ସୁଧାର । କରୋନା ମହାମାରୀ ସମୟରେ ପିଠପଢ଼ା ବାଧାପ୍ରାପ୍ତ ହୋଇଥିବା ବେଳେ, ଏବେ କିଛି ରାଜ୍ୟରେ ଖୋଲିଲାଣି ସ୍କୁଲ । ଏହାସହ ଆଉ କିଛି ରାଜ୍ୟ ସ୍କୁଲ ଖୋଲିବା ଲାଗି ଚିନ୍ତା କରୁଛନ୍ତି । ଏଭଳି ସ୍ଥିତିରେ ଗାଇଡଲାଇନ ଜାରି କରିଛନ୍ତି…

ହିମାଚଳ ପ୍ରଦେଶରେ ବଡ ଧରଣର ଭୂସ୍ଖଳନ

ହିମାଚଳପ୍ରଦେଶ : ହିମାଚଳ ପ୍ରଦେଶରେ ଅଘଟଣ । କିନୌର ଜିଲ୍ଲା ଅନ୍ତର୍ଗତ ରେକୋଙ୍ଗ ପିଓ-ସିମଳା ରାଜପଥରେ ବଡ଼ ଧରଣର ଭୂସ୍ଖଳନ ହୋଇଛି । ଭୂସ୍ଖଳନରେ ୪ ଜଣଙ୍କ ମୃତ୍ୟୁ ହୋଇଛି । ମାଟି ଓ ପଥରେ ଭିତରେ ୮୦ରୁ ଅଧିକ ଯାତ୍ରୀ ଫସି ରହିଛନ୍ଥି । ଭୂସ୍ଖଳନ ହେବା ପରେ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର…

କୋଭିସିଲ୍ଡ ଓ କୋଭାକ୍ସିନର ମିକ୍ସଡ ଡୋଜ କ୍ଲିନିକାଲ ଟ୍ରାଏଲକୁ ଡିସିଜିଆଇର ଅନୁମତି

ନୂଆଦିଲ୍ଲୀ : ଦେଶରେ କୋଭିସିଲ୍ଡ ଓ କୋଭାକ୍ସିନର ମିକ୍ସଡ ଡୋଜର ଗବେଷଣା ଓ କ୍ଲିନିକାଲ ଟ୍ରାଏଲକୁ ଅନୁମତି ଦେଇଛନ୍ତି ଔଷଧ ନିୟନ୍ତ୍ରଣ ମହାନିର୍ଦ୍ଦେଶକ ବା ଡିସିଜିଆଇ । ଭେଲୋରର ଖ୍ରୀଷ୍ଟିଆନ ମେଡିକାଲ କଲେଜ ଦ୍ବାରା ଏହାର ପରୀକ୍ଷା କରାଯିବ ବୋଲି ଡିସିଜିଆଇ ସବୁଜ ସଙ୍କେତ ଦେଇଛି । ନୀତି ଆୟୋଗ…