Latest Odisha News

BREAKING NEWS

Browsing Category

ଫିଚର

ଇଂଲଣ୍ଡର ୬ ଖେଳାଳିଙ୍କୁ ଆନ୍ତର୍ଜାତୀୟ କ୍ରିକେଟ ଛାଡିବାକୁ ଅଫର ଦେଲା ଆଇପିଏଲ ଟିମ !

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗର ଏକ ଫ୍ରାଂଚାଇଜ ଟିମ ଇଂଲଣ୍ଡର ୬ଜଣ ଖେଳାଳିଙ୍କୁ ଆନ୍ତର୍ଜାତୀୟ କ୍ରିକେଟ ଛାଡିବାକୁ ଲୋଭନୀୟ ଅଫର ଦେଇଥିବା ରିପୋର୍ଟ ପ୍ରକାଶ ପାଇଛି । ଟାଇମ୍ସ ଲଣ୍ଡନରେ ଏହି ଖବର ପ୍ରକାଶ ପାଇବା ପରେ ଆଲୋଚନା ଜୋର ଧରିଛି । ଫ୍ରାଂଚାଇଜମାନେ ଆଇପିଏଲ ବ୍ୟତୀତ ଅନ୍ୟ ଲିଗରେ…

ଦନ୍ତେୱାଡା ବିସ୍ଫୋରଣ: ଘରୋଇ ଗାଡ଼ିରେ କାହିଁକି ଯାଉଥିଲେ ଯବାନ ?ଫେରିବା ରାସ୍ତା କାହିଁକି ବଦଳାଇଲେନି

ଦନ୍ତେୱାଡା: ଛତିଶଗଡ ନକ୍ସଲ ଆକ୍ରମଣରେ ଡ୍ରାଇଭରଙ୍କ ସମେତ ୧୦ ଜଣ ଯବାନ ସହିଦ ହୋଇଛନ୍ତି । ସହିଦ ଯବାନମାନେ ହେଲେ ଜୋଗୋ ସୋଡି, ମୁନ୍ନାରାମ କଡତି, ସନ୍ତୋଷ ଡାମୋ, ଦୁଲଗି ମଣ୍ଡାବି, ଲଖମୁ ମରକାମ, ଜୋଗା କବାସୀ, ହରିରାମ ମଣ୍ଡାବି, ରାଜୁରାମ କରଟମ, ଜୟରାମ ପୋଡିୟାମ, ଜଗଦୀଶ କବାସୀ ରହିଛନ୍ତି…

ବିଜେପି ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ ବିରୋଧରେ ଥାନାରେ ଅଭିଯୋଗ କଲା କଂଗ୍ରେସ

ନୂଆଦିଲ୍ଲୀ: କର୍ଣ୍ଣାଟକ ନିର୍ବାଚନ ରାଲି ଜାରି ରହିଥିବା ବେଳେ ବିଜେପି ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବିରୋଧରେ ଥାନାରେ ଏଫ୍‌ଆଇଆର୍‌ ଦେଲା କଂଗ୍ରେସ। ହିଂସା ଉଦ୍ରେକାରୀ ଭାଷଣ ଦେବା ସହ କଂଗ୍ରେସର ଛବି ମଳିନ କରିବାକୁ ଚେଷ୍ଟା କରିଥିବା ଅଭିଯୋଗରେ ଦଳ ବେଙ୍ଗାଲୁରୁ ହାଇ ଗ୍ରାଉଣ୍ଡ…

ଜେଲ୍‌ରୁ ମୁକୁଳିଲେ ପୂର୍ବତନ ସାଂସଦ ଆନନ୍ଦ ମୋହନ

ପାଟନା: ବିହାରର ପୂର୍ବତନ ସାଂସଦ ଆନନ୍ଦ ମୋହନ ଆଜି(ଏପ୍ରିଲ ୨୭) ଜେଲ୍‌ରୁ ମୁକୁଳିଛନ୍ତି। ଆଜି ଅପରାହ୍ନରେ ତାଙ୍କୁ ଜେଲ୍‌ରୁ ଛାଡ଼ି ଦିଆଯିବ ବୋଲି ସୂଚନା ରହିଥିଲା। ହେଲେ ସକାଳେ ହଠାତ୍ କାହିଁକି ତାଙ୍କୁ ଛାଡ଼ି ଦିଆଗଲା ସେ ନେଇ କୌଣସି ସୂଚନା ଦିଆଯାଇ ନାହିଁ। ତେବେ କାଗଜପତ୍ର କାମ ପୂର୍ବରୁ…

ଗୋଲଡେନ ବାବାର ୨୮ ଲକ୍ଷ ଟଙ୍କାର ଅଡି କାର୍‌ ଜବତ

ଭୁବନେଶ୍ୱର : ଗୋଲଡେନ ବାବାର ଅଡି କାର୍‌କୁ ଜବତ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଭୁବନେଶ୍ୱର ସିଆରପି ଛକରୁ ଗାଡ଼ି ଜବତ କରାଯାଇଛି । ଇଡି କବଳରୁ ଖସିଗଲେ ଗୋଲଡେନ୍‌ ବାବା । ସୂଚନା ଅନୁଯାୟୀ, ଗତ ୨୦୨୦ ମସିହାରେ ସାଢ଼େ ୫ କୋଟି ଟଙ୍କା ଠକେଇ ମାମଲାରେ ଜ୍ୟୋତି ରଂଜନ ବେହୁରା ଓରଫ…

ବିନା ଦୋଷରେ ବନ୍ଦୀ ଥିଲେ, ଏବେ ଜେଲ୍‌ରୁ ମୁକୁଳିଲେ ବଲିଉଡ୍ ଅଭିନେତ୍ରୀ

ମୁମ୍ବାଇ: ବିନା ଦୋଷରେ ଡ୍ରଗ୍ସ କେସ୍‌ରେ ଫସି ବିଦେଶ ଜେଲ୍‌ରେ ବନ୍ଦୀ ଥିଲେ ବଲିଉଡ୍ ଅଭିନେତ୍ରୀ କ୍ରୀଷନ ପରେରା। ଗତକାଲି ସେ ଜେଲ୍‌ରୁ ମୁକୁଳିଛନ୍ତି। ଏନେଇ ତାଙ୍କ ଭାଇ ତାଙ୍କୁ କେଭିନ ପରେରା ଇନ୍‌ଷ୍ଟାଗ୍ରାମ୍‌ରେ ଭିଡିଓ ପୋଷ୍ଟ କରି ସୂଚନା ଦେଇଛନ୍ତି। ଭିଡିଓରେ କେଭିନ କ୍ରୀଷନଙ୍କ ସହ କଥା…

ହଷ୍ଟେଲରୁ ନର୍ସିଂ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଯାଜପୁର : ପୁଣି ଜଣେ ଛାତ୍ରୀଙ୍କ ଆତ୍ମହତ୍ୟା । ହଷ୍ଟେଲରୁ ନର୍ସିଂ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ।ଏହି ଘଟଣାର ତଦନ୍ତ କରୁଛି ପୋଲିସ । ସୂଚନା ଅନୁଯାୟୀ, ମୃତ ଛାତ୍ରୀ ଜଣକ ହେଲେ ଭଦ୍ରକ ଜିଲ୍ଲା ଧୂସୁରୀ ଅଞ୍ଚଳର ନନ୍ଦ କିଶୋର ସାହୁଙ୍କ ଝିଅ…

ବ୍ରାହ୍ମଣୀ ନଦୀରେ ଓଲଟିଲା ଯାତ୍ରୀବାହି ଡ଼ଙ୍ଗା, ୨ଜଣଙ୍କ ମିଳୁନି ପତ୍ତା

ରାଜନଗର : ବ୍ରାହ୍ମଣୀ ନଦୀରେ ଓଲଟିଲା ଯାତ୍ରୀବାହି ଡଙ୍ଗା । ଆଜି ସକାଳେ ଏକମାଣିଆ କେରଡ଼ାଗଡ଼ ଘାଟରେ ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହି ଡ଼ଙ୍ଗା । ଡଙ୍ଗା ବୁଡ଼ି ୨ ଜଣ ନିଖୋଜ ଅଛନ୍ତି। ସୂଚନା ଅନୁଯାୟୀ, ଆଜି ସକାଳେ ୨୫ରୁ ଉର୍ଦ୍ଧ୍ୱ ଯାତ୍ରୀଙ୍କୁ ଧରି ଏକମାଣିଆ ପଞ୍ଚାୟତରୁ ରାଜନଗର…

ଦୀପାଳି ଦାସଙ୍କ ପ୍ରଚାର ପାଇଁ ମୈଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ

ଝାରସୁଗୁଡା: ଝାରସୁଗୁଡ଼ା ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କ ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନିର୍ବାଚନ କମିଶନଙ୍କ ନିକଟରେ ବିଜେଡି ଦାଖଲ କରିଥିବା ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକାର ମୁଖ୍ୟ ହେଉଛନ୍ତି ନବୀନ। ତେବେ ଏହି ଉପନିର୍ବାଚନ ପାଇଁ ବିଜେଡି…

ଭୂତ ସଂଘର ସଭାପତି ଗିରଫ, ୨୦୧୩ ମସିହା ହତ୍ୟା ମାମଲାରେ ବାନ୍ଧିଲା ପୋଲିସ

ଭୁବନେଶ୍ୱର: ନିଜକ ଭୂତ ସଂଘର ସଭାପତି ବୋଲି ଦାବି କରୁଥିବା ବିପିନ କୁମାର ରାଉତରାୟ ଗିରଫ। ୨୦୧୩ ମସିହାର ଏକ ହତ୍ୟା ମାମଲାରେ ପୋଲିସ ଗିରଫ କରିଛି। କିଛି ଦିନ ହେବ ସୋଶିଆଲ ମିଡିଆରେ ବିଭିନ୍ନ ଗଣମାଧ୍ୟମକୁ ବିପିନ ରାଉତ ରାୟ ପ୍ରତିକ୍ରିୟା ଦେଇଥିଲେ। ଯାହାକୁ ନେଇ ସେ ସାରା ଓଡିଶାରେ…