Latest Odisha News

BREAKING NEWS

Browsing Category

ଫିଚର

‘ବୀର ସୁରେନ୍ଦ୍ର ସାଏ’ଙ୍କ ନାମରେ ‘ଝାରସୁଗୁଡ଼ା ଏୟାରପୋର୍ଟ’କୁ ନାମିତ କରିବାକୁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ଝାରସୁଗୁଡ଼ା ଏୟାରପୋର୍ଟ’ର ନାମକରଣ ପ୍ରସିଦ୍ଧ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ କରିବାକୁ କେନ୍ଦ୍ରକୁ ଏକ ପତ୍ର ଦ୍ୱାରା ଅନୁରୋଧ କରିଛନ୍ତି । ସେ ମଧ୍ୟ ତାଙ୍କ ପତ୍ରରେ ପଶ୍ଚିମ ଓଡ଼ିଶାର ଏହି ସହରରେ ଏକ…

ମାଲକାନଗିରି ଡ଼ଙ୍ଗାବୁଡ଼ି ଘଟଣା: ନିଖୋଜ ଥିବା ୪ ଜଣଙ୍କ ଶବ ଉଦ୍ଧାର ହେଲା

ମାଲକାନଗିରି: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାର ବାର୍ଲ୍ଲାବନ୍ଧ କେନାଲରେ ଡ଼ଙ୍ଗା ବୁଡ଼ିଯାଇ ୪ଜଣ ଗତକାଲିଠାରୁ ନିଖୋଜ ରହିଥିଲେ । ତେବେ ବୁଧବାର ଦିନ ସକାଳେ ଏହି ୪ଜଣ ନିଖୋଜଙ୍କ ଶବ କେନାଲରୁ ଉଦ୍ଧାର ହୋଇଛି । ଏକ ୨୪ ଘଣ୍ଟିଆ ସର୍ଚ୍ଚ ଅପରେସନରେ ନିୟୋଜିତ ହୋଇଥିବା ଅଗ୍ନିଶମ ବିଭାଗର…

ସ୍ୱାଧିନତା ସଂଗ୍ରାମୀ ଗୌରଚନ୍ଦ୍ର ମହାପାତ୍ରଙ୍କ ବିୟୋଗରେ ଶୋକପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ ତଥା ତଥା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ କନିଷ୍ଠ ପୁତ୍ର ସାହିତ୍ୟିକ ଗୌରଚନ୍ଦ୍ର ମହାପାତ୍ରଙ୍କ ୧୦୪ ବର୍ଷ ବୟସରେ ଦେହାନ୍ତ ଘଟିଛି । ସୂଚନା ଅନୁଯାୟୀ ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ ଏବଂ ଚିକିତ୍ସିତ ଅବସ୍ଥାରେ ଭଦ୍ରକ ମୁଖ୍ୟ…

ବିରୋଧିଙ୍କ ପ୍ରବଳ ହଟ୍ଟଗୋଳ, ବିଧାନସଭା ମୁଲତବୀ ରହିଲା

ଭୁବନେଶ୍ୱର: ବିରୋଧିଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ବୁଧବାର ଦିନ ପ୍ରାରମ୍ଭରୁ ହିଁ ବିଧାନସଭା ବାଚସ୍ପତି ପ୍ରଦୀପ ଅମାତ ଗୃହକୁ ମୁଲତବୀ ରଖିବାକୁ ବାଧ୍ୟ ହୋଇଛନ୍ତି । ବୁଧବାର ଦିନ ୧୦:୩୦ ରେ ଗୃହକାର୍ଯ୍ୟ ଆରମ୍ଭ ହେବାମାତ୍ରେ ହିଁ ବିରୋଧି କଂଗ୍ରେସ ସଭ୍ୟମାନେ ଚାରା ରୋପଣ ଦୁର୍ନୀତି…

ଦାମଙ୍କ ପାଇଁ ବିକଳ୍ପ

ଭୁବନେଶ୍ୱର: ଦାମୋଦର ରାଉତ ଏବେ ନିଜେ ଚର୍ଚ୍ଚାର କେନ୍ଦ୍ର ପାଲଟି ଯାଇଛନ୍ତି । ପ୍ରତିଦିନ ସେ ଯାହା କହୁଛନ୍ତି ଓ ଯେଉଁ ଢଙ୍ଗରେ ଶାସକ ଦଳକୁ ବା ସରକାରକୁ ଆକ୍ରମଣ କରୁଛନ୍ତି, ତାହା ରାଜ୍ୟ ରାଜନୀତିକୁ ଦୋହଲେଇ ଦେଉଛି । ଖାଲି ଯେ ଦାମ ଆକ୍ରମଣ କରୁଛନ୍ତି, କଥାଟି ସେମିତି ନୁହେଁ ଜମାରୁ, ବରଂ…

ଓଡ଼ିଶା ସରକାର ଧାମରାରେ ବାଣିଜ୍ୟିକ ବିମାନ ବନ୍ଦର ଓ ଶିଳ୍ପାଞ୍ଚଳ ପ୍ରତିଷ୍ଠା କରିବେ

ଭୁବନେଶ୍ୱର: ଓଡ଼ିଶା ସରକାର ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନୀତିଗତ ନିଷ୍ପତି ନେଇଛନ୍ତି । ରାଜ୍ୟରେ ଶିଳ୍ପାୟନ ତଥା ନିଯୁକ୍ତି ସୃଷ୍ଟି ଦିଗରେ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୁପ ଧାମରାରେ ଏକ ବାଣିଜ୍ୟିକ ବିମାନ ବନ୍ଦର ପ୍ରତିଷ୍ଠା କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ।…

ଆଶା ଓ ଅଙ୍ଗନୱାଡି କର୍ମୀଙ୍କ ପାରିଶ୍ରମିକ ବୃଦ୍ଧି ଘୋଷଣା କଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆଶା ଓ ଅଙ୍ଗନୱାଡି କର୍ମୀଙ୍କ ପାରିଶ୍ରମିକକୁ ବୃଦ୍ଧି ନେଇ ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଶାକର୍ମୀ, ଅଙ୍ଗନୱାଡି ଏବଂ ଏଏନଏମ କର୍ମଚାରୀଙ୍କ ସହିତ ମତ ବିନିମୟ କରିବା ସମୟରେ ଏନେଇ ଘୋଷଣା…

ଗ୍ୟାଙ୍ଗଷ୍ଟର ଟିଟୋର ଆଉ ୨ଜଣ ସହଯୋଗୀ କ୍ରାଇମବ୍ରାଞ୍ଚ ପୋଲିସ ଦ୍ୱାରା ଗିରଫ

ଭୁବନେଶ୍ୱର: ଓଡ଼ିଶା କ୍ରାଇମବ୍ରାଞ୍ଚର ସ୍ପେସାଲ ଟାସ୍କଫୋର୍ସ (ଏସଟିଏଫ) ମଙ୍ଗଳବାର ଦିନ ଗ୍ୟାଙ୍ଗଷ୍ଟର ସୟେଦ ଉସମାନ ଅଲ୍ଲୀ ଓରଫ ଟିଟୋର ଆଉ ୨ ଜଣ ସହଯୋଗୀଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ଟିଟୋର ଦୁଇ ଜଣ ସହଯୋଗୀ ହେଲେ ଜଗତସିଂହପୁରର ଦିପ୍ତୀ ରଞ୍ଜନ ଦାଶ ଓରଫ ଲୁଲୁ ଏବଂ କଟକ ଜିଲ୍ଲା…

କଟକ: ଥାନା ଭିତରେ ଭଙ୍ଗାରୁଜା କଲେ କଂଗ୍ରେସ କର୍ମୀ

କଟକ : କଟକ ପୁରୀଘାଟ ଥାନା ଭିତରେ ପଶି କଂଗ୍ରେସ କର୍ମୀମାନେ ଆଜି ଭଙ୍ଗାରୁଜା କରିଛନ୍ତି । ଏଥିସହ ଥାନା ସମ୍ମୁଖରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି । ସୂଚନା ଅନୁଯାୟୀ କଟକ ଜିଲ୍ଲା କଂଗ୍ରେସ ସଭାପତି ମହମ୍ମଦ ମୁକିମଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ଥାନା ଭିତରେ ଧସେଇ ପଶି…

୧୫ ବର୍ଷର ବାଳିକାକୁ ଗଣଦୁଷ୍କର୍ମ ପରେ ବେଶ୍ୟାଳୟରେ ବିକ୍ରି

କାମାକ୍ଷାନଗର / ଜଳେଶ୍ୱର: ବାହାରେ କାମ ଦେବା ବାହାନାରେ ୨ ଜଣ ବ୍ୟକ୍ତି ଏକ ୧୫ ବର୍ଷୀୟା ବାଳିକାକୁ ଗଣଦୁଷ୍କର୍ମ କରିବା ସହିତ କଲିକତାର ଏକ ବେଶ୍ୟାଳୟରେ ବିକ୍ରି କରିଦେଇଥିବା ଅଭିରେଯାଗ ହୋଇଛି । ମିଳିଥିବା ସୂଚନା ମୁତାବକ, ଅଜୟ ଜେନା ଓ ଅଜୟ ହେମ୍ବ୍ରମ ନାମକ ଦୁଇଜଣ ବ୍ୟକ୍ତି…