Latest Odisha News

BREAKING NEWS

Browsing Category

ଖେଳ

ଦୁଷ୍କର୍ମ ଅଭିଯୋଗରେ ଆଇପିଏଲ୍ କ୍ରିକେଟର ଅଭିଷେକ ପୋରେଲ ଗିରଫ

କୋଲକାତା: ଇଣ୍ଡିଆନ୍ ପ୍ରିମିୟର୍ ଲିଗରେ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଖେଳୁଥିବା ତଥା ବେଙ୍ଗଲ୍‌ର ୱିକେଟକିପର-ବ୍ୟାଟସମ୍ୟାନ ଅଭିଷେକ ପୋରେଲଙ୍କୁ ଦୁଷ୍କର୍ମ ଅଭିଯୋଗରେ ପଶ୍ଚିମବଙ୍ଗ ପୋଲିସ ଗିରଫ କରିଛି । କଲିକତା ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ହୁଗୁଳି ଜିଲ୍ଲାର ମୋଗରା ପୋଲିସ ସୋମବାର…

ସୌରଭ ଗାଙ୍ଗୁଲିଙ୍କୁ ହତ୍ୟା ଧମକ: କୋଲକାତାର ଠାକୁରପୁକୁର ଥାନାରେ ଏତଲା ଦେଲେ ପରିବାର

କୋଲକାତା: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା ବିସିସିଆଇର ପୂର୍ବତନ ସଭାପତି ସୌରଭ ଗାଙ୍ଗୁଲି ଏବଂ ତାଙ୍କ ପତ୍ନୀ ଡୋନା ଗାଙ୍ଗୁଲିଙ୍କୁ ହତ୍ୟା ଧମକ ମିଳିଛି। ଏହି ଘଟଣା ସାମ୍ନାକୁ ଆସିବା ପରେ କୋଲକାତାରେ ଆଲୋଡ଼ନ ସୃଷ୍ଟି ହୋଇଛି ଏବଂ ଏହି ହାଇ-ପ୍ରୋଫାଇଲ୍ ପରିବାରର ସୁରକ୍ଷାକୁ…

ଭାରତୀୟ ଟେଷ୍ଟ ଦଳକୁ ଫେରିଲେ ସରଫରାଜ: ଓହରିଲେ ସାଇ ସୁଦର୍ଶନ, ୧୫ରୁ ଗାଲେରେ ପ୍ରଥମ ଟେଷ୍ଟ

ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍ ଆରମ୍ଭ ହେବା ପୂର୍ବରୁ ଭାରତୀୟ ଦଳରେ ଏକ ବଡ଼ ପରିବର୍ତ୍ତନ କରାଯାଇଛି । ଆଘାତପ୍ରାପ୍ତ ବ୍ୟାଟର ସାଇ ସୁଦର୍ଶନଙ୍କ ସ୍ଥାନରେ ଦୁଇ ବର୍ଷ ପରେ ସରଫରାଜ ଖାନ୍‌ଙ୍କୁ ଟିମ୍ ଇଣ୍ଡିଆରେ ସାମିଲ କରାଯାଇଛି । ବିସିସିଆଇ ରବିବାର ସନ୍ଧ୍ୟାରେ ଏହି ସୂଚନା…

ବିଶ୍ୱର ଟପ୍-୫ ଧନୀ କ୍ରିକେଟର: ତାଲିକାର ଶୀର୍ଷରେ ସଚିନ ତେନ୍ଦୁଲକର, ଜାଣନ୍ତୁ ଧୋନୀ ଓ କୋହଲିଙ୍କ ସମ୍ପତ୍ତି କେତେ

ନୂଆଦିଲ୍ଲୀ: ଆଧୁନିକ ଯୁଗରେ କ୍ରିକେଟ୍ କେବଳ ଏକ ଖେଳ ହୋଇ ରହିନାହିଁ, ବରଂ ଏହା ଏକ ବିରାଟ ବ୍ୟବସାୟିକ ପ୍ଲାଟଫର୍ମରେ ପରିଣତ ହୋଇଛି। ଖେଳାଳିମାନେ ଏବେ କେବଳ ମ୍ୟାଚ୍ ଫି ବା ଚୁକ୍ତିବଦ୍ଧ ଦରମା ଉପରେ ନିର୍ଭର ନକରି, ବିଜ୍ଞାପନ ଏବଂ ବିଭିନ୍ନ ବ୍ୟବସାୟିକ ନିବେଶ ମାଧ୍ୟମରେ କୋଟି କୋଟି ଟଙ୍କା…

ସିରାଜଙ୍କ ଲଗାତାର ୩ଟି ଛକା: ୱାର୍ମଅପ ମ୍ୟାଚ୍‌ରେ ଶ୍ରୀଲଙ୍କା-୧୧କୁ ହରାଇଲା ଭାରତ

କଲମ୍ବୋ: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍ ଆରମ୍ଭ ହେବା ପୂର୍ବରୁ ଟିମ୍ ଇଣ୍ଡିଆ ୱାର୍ମଅପ ମ୍ୟାଚ୍‌ରେ ଶ୍ରୀଲଙ୍କା-୧୧କୁ ୬ ୱିକେଟ୍‌ରେ ପରାସ୍ତ କରିଛି । ଜିତିବା ପାଇଁ ୨୦୭ ରନ୍‌ର ଲକ୍ଷ୍ୟ ପାଇଥିବା ଭାରତୀୟ ଦଳ ଏହାକୁ ସଫଳତାର ସହ ହାସଲ କରିନେଇଥିଲା । ମହମ୍ମଦ ସିରାଜ ଶେଷ ଓଭରରେ ଲଗାତାର…

କ୍ରିକେଟ୍ ପ୍ରେମୀଙ୍କ ପାଇଁ ବଡ଼ ଖବର: ଫେରିବ ଦିନିକିଆ ତ୍ରିପାକ୍ଷିକ ସିରିଜ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଦିନିକିଆ ଫର୍ମାଟ୍‌କୁ ଆହୁରି ରୋମାଞ୍ଚକର କରିବା ପାଇଁ ଏକ ବଡ଼ ପଦକ୍ଷେପ ନିଆଯାଇପାରେ । ଆଗାମୀ ୧୨ ରୁ ୧ ୮ ମାସ ମଧ୍ୟରେ ତ୍ରିପାକ୍ଷିକ ସିରିଜ୍ ଆରମ୍ଭ ହୋଇପାରେ ବୋଲି ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ୍ ବୋର୍ଡର ସିଇଓ ରିଚାର୍ଡ ଗୋଲ୍ଡ ସଙ୍କେତ…

ଖେଳାଳିମାନେ ମେସିନ୍ ନୁହନ୍ତି, ସୁସ୍ଥ ହେବାକୁ ସମୟ ଲାଗେ: ଲକ୍ଷ୍ମଣ

ବେଙ୍ଗାଲୁରୁ: ପୂର୍ବତନ କ୍ରିକେଟର ତଥା ମୁଖ୍ୟ ଭି.ଭି.ଏସ୍. ଲକ୍ଷ୍ମଣ ଖେଳାଳିମାନେ ଧୀରେ ଧୀରେ ଫିଟ ହେବା ପଛରେ ସେଣ୍ଟର ଅଫ୍ ଏକ୍ସଲେନ୍ସକୁ ଦାୟୀ କରିବାକୁ ମନା କରିଛନ୍ତି । ସେ କହିଛନ୍ତି କ୍ରିକେଟରମାନେ କୌଣସି ମେସିନ୍ ନୁହନ୍ତି । ପ୍ରତ୍ୟେକ ଥର ସେମାନେ ତୁରନ୍ତ ଆଘାତରୁ ମୁକ୍ତ ହୋଇଯିବେ,…

‘Krida O Kridabit’: ପୁସ୍ତକର ପ୍ରତି ପୃଷ୍ଠାରେ ବଞ୍ଚିରହିବ ଅଶୋକ ମହାନ୍ତିଙ୍କ କ୍ରୀଡ଼ା ପ୍ରେମ,…

ଭୁବନେଶ୍ୱର: ଓଡ଼ିଶା କ୍ରୀଡ଼ା ଜଗତର ଏକ ସ୍ମରଣୀୟ ଅଧ୍ୟାୟକୁ ପୁସ୍ତକ ମାଧ୍ୟମରେ ସାଇତି ରଖିବାର ବଡ ପ୍ରୟାସ। ପରଲୋକଗତ କ୍ରୀଡ଼ା ପ୍ରଶାସକ ଅଶୋକ ମହାନ୍ତିଙ୍କ ଲିଖିତ ‘କ୍ରୀଡ଼ା ଓ କ୍ରୀଡ଼ାବିତ୍’ ପୁସ୍ତକ ଶନିବାର ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍ ପରିସରରେ ଭବ୍ୟ ଉତ୍ସବରେ ଲୋକାର୍ପିତ ହୋଇଛି।…

ଭାରତ-ଶ୍ରୀଲଙ୍କା ଟେଷ୍ଟ ସିରିଜ : ତାଜା ହୋଇଛି ଦିଲ୍ଲୀ ଟେଷ୍ଟର ସ୍ମୃତି

ନୂଆଦିଲ୍ଲୀ: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଆସନ୍ତା ଅଗଷ୍ଟ ୧୫ରୁ ଆରମ୍ଭ ହେବାକୁ ଯାଉଛି । ଏହି ସିରିଜ୍ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ  ଫାଇନାଲ୍ ଦୌଡ଼ରେ ରହିବା ପାଇଁ ଭାରତୀୟ ଦଳ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସାଇକେଲରେ ଭାରତୀୟ ଦଳ ଏପର‌୍ୟ୍ୟନ୍ତ…

 ଜାତୀୟ ଜୁନିୟର ପୁରୁଷ ହକି: ମଧ୍ୟପ୍ରଦେଶକୁ ହରାଇ ଚାମ୍ପିୟନ୍ ହେଲା ଓଡ଼ିଶା

ଭୁବନେଶ୍ୱର: ତାମିଲନାଡୁର କୋଏମ୍ବାଟୋର୍‌ରେ ଖେଳାଯାଇଥିବା ହକି ଇଣ୍ଡିଆ ଜୁନିୟର ପୁରୁଷ ଜାତୀୟ ଚାମ୍ପିୟନସିପ୍‌ର ଫାଇନାଲ୍‌ରେ ଓଡ଼ିଶା ହକି ଦଳ ଚାମ୍ପିୟନ୍ ହୋଇଛି । ଶନିବାର ଖେଳାଯାଇଥିବା ହାଇ-ଭୋଲ୍ଟେଜ୍ ଫାଇନାଲ୍ ମ୍ୟାଚ୍‌ରେ ଓଡ଼ିଶା ୨–୧ ଗୋଲ୍‌ରେ ମଧ୍ୟପ୍ରଦେଶକୁ ପରାସ୍ତ କରିଛି । ମ୍ୟାଚ୍…