Latest Odisha News

BREAKING NEWS

Browsing Category

ଖେଳ

ପାରା ଅଲିମ୍ପିକ୍ସରେ ଭାରତକୁ ଆଉ ୨ଟି ପଦକ

ପ୍ୟାରିସ: ପ୍ୟାରିସ ପାରା ଅଲିମ୍ପିକ୍ସରେ ଭାରତକୁ ମିଳିଲା ଆଉ ୨ଟି ପଦକ। ଚତୁର୍ଥ ଦିନରେ ୨ଟି ପଦକ ଜିତିଲେ ଭାରତୀୟ ଆଥଲେଟ୍। ୨୦୦ ମିଟର ଦୌଡ଼ରେ ବ୍ରୋଞ୍ଜ ଜିତି ଇତିହାସ ରଚିଲେ ପ୍ରୀତି ପାଲ୍‌। ପ୍ୟାରିସ ପାରା ଅଲିମ୍ପିକ୍ସରେ ପ୍ରୀତିଙ୍କ ଏହା ଦ୍ବିତୀୟ ପଦକ। ସେହିପରି ୧୦୦ ମିଟର ଦୌଡ଼ରେ ବି…

ପୂନର୍ବାର ଧୋନୀଙ୍କ ଉପରେ ବର୍ଷିଲେ ଯୁବରାଜଙ୍କ ବାପା ଯୋଗରାଜ

ନୂଆଦିଲ୍ଲୀ: ଭାରତର ପୂର୍ବତନ ଷ୍ଟାର ଖେଳାଳି ଯୁବରାଜ ସିଂଙ୍କ ବାପା ଯୋଗରାଜ ସିଂ ପୂନର୍ବାର ମହେନ୍ଦ୍ର ସିଂ ଧୋନୀଙ୍କୁ ଟାର୍ଗେଟ କରିଛନ୍ତି । ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ, ଯୁବରାଜ ସିଂ କ୍ୟାରିୟର ନଷ୍ଟ କରିବାରେ ଭାରତୀୟ ଟିମର ପୂର୍ବତନ ଅଧିନାୟକ ଧୋନୀଙ୍କ ହାତ ରହିଥିଲା । ଯୁବି ଆଉ…

ଜାତୀୟ ଓପନ ଆଥଲେଟିକ୍ସ:୧୦୦ ମିଟରରେ ଲାଲୁ ପ୍ରସାଦଙ୍କୁ ସ୍ୱର୍ଣ୍ଣ

ବେଙ୍ଗାଲୁରୁ: ଶ୍ରୀ କାନ୍ତିରାଭା ଷ୍ଟାଡିୟମରେ ଜାତୀୟ ଓପନ ଆଥଲେଟିକ୍ସ ଚାମ୍ପିୟନ୍ସ ଆୟୋଜିତ ହୋଇଛି । ଏଥିରେ ଓଡିଶା ଆଥଲେଟଙ୍କ ପ୍ରଦର୍ଶନ ପ୍ରଶଂସନୀୟ ରହିଛି । ୧୦୦ ମିଟରରେ ୨୧ ବର୍ଷୀୟ ଲାଲୁ ପ୍ରସାଦ ଭୋଇ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ସେ ୧୦.୪୬ ସେକେଣ୍ଡରେ ରେସ ସମ୍ପୂର୍ଣ୍ଣ କରି…

୧୯ ବର୍ଷରୁ କମ ବିଶ୍ୱକପ କ୍ରିକେଟ ଟିମରେ ସ୍ଥାନ ପାଇ ପାରିବେ ନାହିଁ ସମିତ ଡ୍ରାଭିଡ

ନୂଆଦିଲ୍ଲୀ: ଭାରତର ମହାନ ଖେଳାଳି ତଥା ପୂର୍ବତନ କୋଚ ରାହୁଲ ଡ୍ରାଭିଡଙ୍କ ପୁଅ ସମିତ ଡ୍ରାଭିଡ ୧୯ ବର୍ଷରୁ କମ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି । ଘରୋଇ କ୍ରିକେଟରେ ଭଲ ପ୍ରଦର୍ଶନ କରି ସେ ଚୟନ କମିଟିଙ୍କ ଦୃଷ୍ଟି ଆକର୍ଷଣ କରିପାରିଥିଲେ । ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ସିରିଜରେ ସେ ଖେଳିବେ ।…

ଟେଷ୍ଟ କ୍ରିକେଟରେ ରାଜୁତି କରୁଛନ୍ତି ରୁଟ

ନୂଆଦିଲ୍ଲୀ: ସଚିନ ତେନ୍ଦୁଲକର ୨୦୧୩ରେ ଅବସର ଘୋଷଣା କରିବା ପରେ ତାଙ୍କ ସ୍ଥାନ କିଏ ନେବ ସେ ନେଇ ଆଲୋଚନା ଜୋର ଧରିଥିଲା । ବିରାଟ କୋହଲି ତାଙ୍କ ପ୍ରଦର୍ଶନ ବଳରେ ଏହି ପ୍ରଶ୍ନର ଉତର ସହଜରେ ଦେଇଥିଲେ । ସବୁ ଫର୍ମାଟରେ ସେ ଭଲ ପ୍ରଦର୍ଶନ କରି ବିଶ୍ୱ କ୍ରିକେଟରେ ନିଜର ସ୍ୱତନ୍ତ୍ର ଛାପ…

ବାଂଲାଦେଶ ବିପକ୍ଷ ସିରିଜରେ ସେହ୍ୱାଗଙ୍କ ରେକର୍ଡ ଭାଙ୍ଗି ପାରନ୍ତି ରୋହିତ

ନୂଆଦିଲ୍ଲୀ: ଶ୍ରୀଲଙ୍କା ଗସ୍ତ ପରେ ଭାରତୀୟ କ୍ରିକେଟ ଟିମ ୪୩ ଦିନର ବ୍ରେକ ପାଇବା ପରେ ଏବେ ଘରୋଇ ପରିବେଶରେ ବାଂଲାଦେଶ ବିପକ୍ଷରେ ଟେଷ୍ଟ ଓ ଟି୨୦ ମ୍ୟାଚ ଖେଳିବ । ଖୁବ ଶୀଘ୍ର ଏଥିପାଇଁ ଭାରତୀୟ ଦଳର ଘୋଷଣା କରାଯିବ । ଏହି ସିରିଜରେ ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମାଙ୍କ ଉପରେ ସମସ୍ତଙ୍କ…

୧୦ ବଲରେ ଆନ୍ତର୍ଜାତୀୟ ଟି୨୦ ମ୍ୟାଚ ଜିତି ରେକର୍ଡ କଲା ହଂକଂ

ନୂଆଦିଲ୍ଲୀ: ଆଇସିସି ପୁରୁଷ ଟି୨୦ ବିଶ୍ୱକପ ଏସିଆ କ୍ୱାଲିଫାୟର ମୁକାବିଲାରେ ହଂକଂ ଶୋଚନୀୟ ଭାବେ ମଙ୍ଗୋଲିଆକୁ ପରାସ୍ତ କରିଛି । ଏହି ମ୍ୟାଚକୁ ମାତ୍ର ୧୦ଟି ବଲ ଖେଳି ହଂକଂ ଜିତି ଆନ୍ତର୍ଜାତୀୟ ଟି୨୦ କ୍ରିକେଟରେ ରେକର୍ଡ ସୃଷ୍ଟି କରିଛି । ଏହି ମ୍ୟାଚରେ ଭାରତୀୟ ବଂଶୋଦ୍ଭବ ଆୟୂଷ ଶୁକ୍ଲା…

ମୋହନ ବାଗାନକୁ ହରାଇ ନର୍ଥଇଷ୍ଟ ୟୁନାଇଟେଡ ଜିତିଲା ଡୁରାଣ୍ଡ କପ

କୋଲକାତା: ମୋହନ ବାଗାନକୁ ପେନାଲ୍ଟି ଶୁଟଆଉଟରେ ହରେଇ ନର୍ଥଇଷ୍ଟ ୟୁନାଇଟେଡ ଡୁରାଣ୍ଡ କପ ୨୦୨୪ ଫୁଟବଲ ଟୁର୍ଣ୍ଣାମେଂଟର ଟାଇଟଲ ହାସଲ କରିଛି । ଏଥିସହ ପ୍ରଥମ ଥର ପାଇଁ ନର୍ଥଇଷ୍ଟ କ୍ଲବ ଟ୍ରଫି ହାସଲ କରିବା ଗୌରବ ଅର୍ଜନ କରିଛି । ଫାଇନାଲ ମ୍ୟାଚ ବେଶ ରୋମାଂଚପୂର୍ଣ୍ଣ ରହିଥିଲା । ଜେସନ…

ପାରା ଅଲିମ୍ପିକ୍ସ: ଶୁଟିଂରେ ରୁବିନାଙ୍କୁ ବ୍ରୋଞ୍ଜ

ପ୍ୟାରିସ: ପ୍ୟାରିସ ଅଲିମ୍ପିକ୍ସର ତୃତୀୟ ଦିବସରେ ଭାରତୀୟ ଶୁଟର ରୁବିନା ଫ୍ରାନ୍ସିନ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ମହିଳା ୧୦ ମିଟର ଏୟାର ପିସ୍ତଲ(ଏସଏଚ୧)ରେ ସେ ଏହି ସଫଳତା ପାଇଛନ୍ତି । ରୁବିନା ୨୧୧.୧ ପଂଏଟ ସହ ତୃତୀୟ ସ୍ଥାନରେ ରହିଥିଲେ । ଏଥିସହ ଭାରତର ପଦକ ସଂଖ୍ୟା ୫ରେ ପଂହଚିଛି ।…

୧୯ ବର୍ଷରୁ କମ ଭାରତୀୟ ଦଳରେ ସ୍ଥାନ ପାଇଲେ ଜୁନିୟର ଡ୍ରାଭିଡ

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ପୂର୍ବତନ କୋଚ ରାହୁଲ ଡ୍ରାଭିଡଙ୍କ ପୁଅ ସମିତ ଡ୍ରାଭିଡଙ୍କୁ ୧୯ ବର୍ଷରୁ କମ ଭାରତୀୟ ଦଳରେ ସ୍ଥାନ ମିଳିଛି । ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ସିରିଜ ପାଇଁ ତାଙ୍କୁ ଚୟନ କରାଯାଇଛି । ବିସିସିଆଇ ଚୟନ କମିଟି ଶନିବାର ଦିନିକିଆ ଏବଂ ୪ ଦିବସୀୟ ମ୍ୟାଚ ପାଇଁ ଅଲଗା ଅଲଗା ଦଳ…