Latest Odisha News

BREAKING NEWS

Browsing Category

ଖେଳ

ସେପ୍ଟମ୍ବର ୧୬ରେ ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା

ମୁମ୍ବାଇ: ଅଷ୍ଟ୍ରେଲିଆରେ ହେବାକୁ ଥିବା ଆଗାମୀ ଟି୨୦ ବିଶ୍ୱକପ କ୍ରିକେଟ ପାଇଁ ଭାରତୀୟ ଦଳ ଘୋଷଣା ସେପ୍ଟମ୍ବର ୧୬ରେ ହେବ । ଆଘାତ ସମସ୍ୟା ଯୋଗୁ ଦଳରୁ ବାହାରେ ଥିବା ଯଶପ୍ରୀତ ବୁମରାହ ଓ ହର୍ଷଲ ପଟେଲଙ୍କୁ ନ୍ୟାଶନାଲ କ୍ରିକେଟ ଏକାଡେମୀକୁ ଡକା ଯାଇଛି । ସେଠାରେ ସେମାନେ ଫିଟନେସ ଟେଷ୍ଟରେ ପାସ…

ପ୍ରଥମ ଭାରତୀୟ ଭାବେ ଡାଇମଣ୍ଡ ଟ୍ରଫି ଟାଇଟଲ ଜିତିଲେ ନୀରଜ

ନୂଆଦିଲ୍ଲୀ: ଜାଭେଲିୟନ ଥ୍ରୋୟର ନୀରଜ ଚୋପ୍ରା ପୁନର୍ବାର ଭାରତକୁ ବିଶ୍ୱ କ୍ରୀଡା ଦରବାରରେ ଗୌରବାନ୍ୱିତ କରିଛନ୍ତି । ଜ୍ୟୁରିକରେ ଅନୁଷ୍ଠିତ ଡାଇମଣ୍ଡ ଟ୍ରଫିରେ ନୀରଜ ଚୋପ୍ରା ପ୍ରଥମ ଭାରତୀୟ ଭାବେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଚେକ ରିପବ୍ଲିକର ଜାକୋବ ଭାଡଲେଚୋଙ୍କ ୫ମ ପ୍ରାୟସ ୮୬.୯୪…

୧୦୨୦ ଦିନର ଅପେକ୍ଷା ପରେ ଶେଷରେ ଶତକ ମାରିଲେ କୋହଲି

ଦୁବାଇ: ଭାରତୀୟ କ୍ରିକେଟ ପାଇଁ ଖୁସି ଖବର । ୧୦୨୦ ଦିନ ପରେ ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଶେଷରେ ଶତକ ମାରିଛନ୍ତି । ଚଳିତ ଏସିଆ କପ କ୍ରିକେଟରେ ଭାରତ ବିଦା ହୋଇ ଯାଇଥିଲେ ମଧ୍ୟ ଆଫଗାନିସ୍ତାନ ବିପକ୍ଷ ଆଜିର ମୁକାବିଲା କୋହଲି ଏବଂ ଟିମ ଇଣ୍ଡିଆ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇ ପଡିଥିଲା…

ପୁରୁଷ ହକି ବିଶ୍ୱକପ୍, ପୁଲ ଡିରେ ଭାରତ

ଭୁବନେଶ୍ୱର : ଓଡ଼ିଶାରେ ହେବାକୁ ଯାଉଛି ପୁରୁଷ ହକି ବିଶ୍ୱକପ୍ । ୨୦୨୩ରେ ପୁରୁଷ ହକି ବିଶ୍ୱକପ୍ ଓଡ଼ିଶାରେ ହେବ ବୋଲି ଆଜିଠାରୁ ଘୋଷଣା ହୋଇଛି । ଭୁବନେଶ୍ୱର ଲୋକସେବା ଭବନ କନଭେନସନ ସେଣ୍ଟରରେ ହୋଇଛି ଡ୍ର ସେରମନି। ବିଶ୍ୱକପ୍ ପାଇଁ  ଆଜି ପୁଲ୍ ଘୋଷଣା କରାଯାଇଛି। ମୋଟ୍ ୪ଟି ପୁଲରେ…

ଭାରତ-ଆଫଗାନିସ୍ତାନ ମ୍ୟାଚ୍ ପୂର୍ବରୁ ଦୁବାଇ ଷ୍ଟାଡିୟମ୍ ନିକଟରେ ଅଗ୍ନିକାଣ୍ଡ

ଦୁବାଇ: ଏସିଆ କପ୍-୨୦୨୨ରେ ଭାରତ ଆଜି ଅନ୍ତିମ ମ୍ୟାଚ୍ ଖେଳିବ । ଦୁବାଇ ଷ୍ଟାଡିୟମରେ ଆଫଗାନିସ୍ତାନ ବିପକ୍ଷରେ ଭାରତ ମ୍ୟାଚ୍ ଖେଳିବାକୁ ଥିବା ବେଳେ ମ୍ୟାଚ୍ ପୂର୍ବରୁ ବଡ଼ ଦୁର୍ଘଟଣା ଘଟିଛି । ଷ୍ଟାଡିୟମର ପ୍ରବେଶ ଫାଟକ ନିକଟରେ ନିଆଁ ଲାଗି ଯାଇିଛି । ଭାରତ-ଆଫଗାନିସ୍ତାନ ଟି-ଟ୍ୱେଣ୍ଟି…

ଆଇପିଏଲ ଖେଳିଥିବା ନେପାଳୀ କ୍ରିକେଟରଙ୍କ ନାମରେ ନାବାଳିକା ଦୁଷ୍କର୍ମ ଅଭିଯୋଗ

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗରେ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଖେଳିଥିବା ନେପାଳୀ କ୍ରିକେଟର ସନ୍ଦୀପ ଲାମିଛାନୋଙ୍କ ନାମରେ ମାରାତ୍ମକ ଅଭିଯୋଗ ଆସିଛି । ନେପାରର ଅଧିନାୟକ ସନ୍ଦୀପ ୧୭ ବର୍ଷୀୟା ଏକ ନାବାଳିକାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । କାଠମାଣ୍ଡୁ ପୋଲିସ ଘଟଣାର…

ବିର୍ସା ମୁଣ୍ଡା ହକି ଷ୍ଟାଡିୟମର ଅନୁଧ୍ୟାନ କଲା FIH

ରାଉରକେଲା: ଇଣ୍ଟରନ୍ୟାସନାଲ୍ ହକି ଫେଡରେସନ୍ ଟିମ୍ ରାଉରକେଲା ସ୍ଥିତ ନବନିର୍ମିତ ବିର୍ସା ମୁଣ୍ଡା ଷ୍ଟାଡିୟମ୍ ବୁଲି ଦେଖିଛନ୍ତି । ୨୦୨୩ ପୁରୁଷ ହକି ବିଶ୍ୱକପ୍ ଓଡ଼ିଶାରେ ଆୟୋଜିତ ହେବ । ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମ ସହ ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ମ୍ୟାଚ୍ ଖେଳାଯିବ ।…

ରୋମାଞ୍ଚଭରା ମ୍ୟାଚରେ ଭାରତକୁ ୬ ଉଇକେଟରେ ହରାଇଲା ଶ୍ରୀଲଙ୍କା

ଓଡ଼ିଶା ସମ୍ବାଦ ବ୍ୟୁରୋ: ଏସିଆ କପରେ ପୁଣି ଏକ ରୋମାଞ୍ଚକର ମ୍ୟାଚରେ ଭାରତ ପରାସ୍ତ ହୋଇଛି । ଦୁବାଇରେ ଚାଲିଥିବା ଭାରତ – ଶ୍ରୀଲଙ୍କା ମ୍ୟାଚରେ ଭାରତକୁ ୬ ଉଇକେଟରେ ପରାସ୍ତ କରିଛି ଶ୍ରୀଲଙ୍କା । ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ଆଗରେ ଭାରତ ୧୭୪ ରନ୍ ଟାର୍ଗେଟ ଦେଇଥିଲା । ତେବେ…

ଶ୍ରୀଲଙ୍କା ଆଗରେ ଭାରତ ଟାର୍ଗେଟ ରଖିଲା ୧୭୪ ରନ୍

ଓଡ଼ିଶା ସମ୍ବାଦ ବ୍ୟୁରୋ: ଦୁବାଇରେ ଚାଲିଥିବା ଭାରତ – ଶ୍ରୀଲଙ୍କା ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ଆଗରେ ୧୭୪ ରନ୍ ଟାର୍ଗେଟ ଦେଇଛି । ଆଜିର ମ୍ୟାଚରେ ପ୍ରଥମରୁ ଦୁଇଟି ଉଇକେଟ ଯାଇଥିଲେ ମଧ୍ୟ  ଲଢ଼ୁଆ ବ୍ୟାଟିଂ କରିଛନ୍ତି ଅଧିନାୟକ ରୋହିତ ଶର୍ମା । ୩୨ ବଲରେ ଅର୍ଧଶତକ ହାସଲ…

ଏସିଆ କପର ବାକି ତକ ମ୍ୟାଚରୁ ଓହରିଲେ ଆଭେଶ

ଦୁବାଇ: ଏସିଆ କପ ଅବସରରେ ଭାରତକୁ ମଙ୍ଗଳବାର ଆଉ ଏକ ଶକ୍ତ ଧକା ଲାଗିଛି । ଅସୁସ୍ଥ ହେବା ଯୋଗୁ ଭାରତର ପେସ ବୋଲର ଆଭେଶ ଖାଁ ଚଳିତ ଏସିଆ କପ କ୍ରିକେଟର ବାକିତକ ମ୍ୟାଚରୁ ଓହରି ଯାଇଛନ୍ତି । ପାକିସ୍ତାନ ବିପକ୍ଷ ମ୍ୟାଚ ପୂର୍ବରୁ ସେ ଅସୁସ୍ଥ ହୋଇ ପଡିଥିଲେ । ଏଥିପାଇଁ ସେ ୨ଟି ମ୍ୟାଚରେ…