Latest Odisha News

BREAKING NEWS

Browsing Category

ଖେଳ

ସନ୍ତୋଷ ଟ୍ରଫି ଫୁଟବଲ: ଓଡିଶାର ସେମି ଫାଇନାଲ ପ୍ରବେଶ ଆଶା ଧୂଳିସାତ

ଭୁବନେଶ୍ୱର: କେରଳରେ ଚାଲିଥିବା ସନ୍ତୋଷ ଟ୍ରଫି ଫୁଟବଲରେ ଓଡିଶାର ସେମି ଫାଇନାଲ ପ୍ରବେଶ ଆଶା ଧୂଳିସାତ ହୋଇଛି । ଗ୍ରୁପ ବି’ରେ କର୍ଣ୍ଣାଟକ ସହ ମିଳିତ ଭାବେ ଦ୍ୱିତୀୟ ସ୍ଥାନରେ ରହିଥିଲେ ମଧ୍ୟ ଗୋଲ ବ୍ୟବଧାନ ଯୋଗୁ ଓଡିଶା ପରବର୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇପାରି ନ ଥିଲା । କର୍ଣ୍ଣାଟକ ୮ ଗୋଲ…

କେଆଇୟୁଜି: ସନ୍ତରଣରେ ଉତ୍କଳ ୟୁନିଭରସିଟିର ପ୍ରତ୍ୟାଷା ଜିତିଲେ ରୌପ୍ୟ

ଭୁବନେଶ୍ୱର: ବାଙ୍ଗାଲୋରରେ ଚାଲିଥିବା ଖେଲୋ ଇଣ୍ଡିଆ ୟୁନିଭରସିଟି ଗେମ୍ସରେ ଓଡିଶା ଆଥଲେଟ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି । ସନ୍ତରଣରେ ଉତ୍କଳ ୟୁନିଭରସିଟି ପକ୍ଷରୁ ପ୍ରତିନିଧିତ୍ୱ କରି ପ୍ରତ୍ୟାଷା ରାୟ ୧୦୦ ମିଟର ବ୍ୟାକଷ୍ଟ୍ରୋକରେ ରୌପ୍ୟ ପଦକ ହାସଲ କରିଛନ୍ତି । ଜେଏସଡବ୍ଲ୍ୟୁ ସୁଇମିଂ…

ଭାରତ-ଦକ୍ଷିଣ ଆଫ୍ରିକା ସିରିଜରୁ ଉଠିବ ବାୟୋ ବବଲ

ଭୁବନେଶ୍ୱର: କ୍ରିକେଟପ୍ରେମୀ ଏବଂ ଖେଳାଳିମାନଙ୍କ ଖୁସି ଖବର । ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଆଗାମୀ ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ଟି୨୦ ସିରିଜରୁ ବାୟୋ ବବଲ କଟକଣା ଉଠାଇବା ପାଇଁ ବିଚାର କରୁଛି । ବିସିସିଆଇର ଜନୈକ ଅଧିକାରୀଙ୍କ ମତରେ ଯେତେଦୂର ସମ୍ଭବ ଏହି ସିରିଜରେ ବାୟୋ ବବଲ ରହି ନ…

୨୮ ବର୍ଷ ସାନ ପ୍ରେମିକାକୁ ଦ୍ୱିତୀୟ ବିବାହ କରିବେ କ୍ରିକେଟର ଅରୁଣ ଲାଲ

କୋଲକାତା: ଭାରତର ପୂର୍ବତନ କ୍ରିକେଟ ଖେଳାଳି ଅରୁଣ ଲାଲ ୬୬ ବର୍ଷ ବୟସରେ ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି । କୋଲକାତାର ପିୟରଲେସ ହୋଟେଲରେ ମେ ୨ରେ ଏହି ବିବାହ ହେବା ନେଇ କାର୍ଡ ମଧ୍ୟ ଛପା ସରିଛି । ଅରୁଣ ତାଙ୍କଠାରୁ ୨୮ ବର୍ଷ ସାନ ବୁଲବୁଲକୁ ଦୀର୍ଘ ଦିନ ହେବ ଭଲ ପାଉଥିଲେ । ୨୦୧୬ରେ…

କଳିଙ୍ଗ ଷ୍ଟାଡିୟମ ବିଜୁ ପଟ୍ଟନାୟକ ସନ୍ତରଣାଗାରରେ ଫି ବଢ଼ିଲା

ଭୁବନେଶ୍ୱର : କଳିଙ୍ଗ ଷ୍ଟାଡିୟମର ବିଜୁ ପଟ୍ଟନାୟକ ସନ୍ତରଣାଗାରରେ ଫି ଧାର୍ଯ୍ୟ ହୋଇଛି । ପୂର୍ବ ତୁଳନାରେ ବୃଦ୍ଧି ପାଇ ଏହା ମାସକୁ ୧୦୦୦ ରୁ ୨୦୦୦ ଟଙ୍କା ପର୍ଯ୍ୟନ୍ତ ରହିଛି । ଫନି ବାତ୍ୟାରେ ଭାଙ୍ଗିରୁଜି ଯାଇଥିବା ବିଜୁ ପଟ୍ଟନାୟକ ସନ୍ତରଣାଗାରର ପୁନଃରୁଦ୍ଧାର ପରେ ଏବେ ପୁଣି ତାଲିମ…

କଳାହାଣ୍ଡି କପ କ୍ରିକେଟ: ସୁପର ଲିଗରେ ଭଦ୍ରକ

କଟକ: ଚଳିତ କଳାହାଣ୍ଡି କପ କ୍ରିକେଟରେ ରବିବାର ଭଦ୍ରକ ସୁପର ଲିଗ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି । ଗୋଲ୍ଡ ଗ୍ରୁପ ଏ ଓ ବିର ଶୀର୍ଷ ଟିମର ଏହି ମୁକାବିଲାରେ ବାଲେଶ୍ୱରକୁ ୨ ୱିକେଟରେ ଭଦ୍ରକ ପରାସ୍ତ କରିଥିଲା । ପ୍ରଥମେ ବ୍ୟାଟିଂ କରି ବାଲେଶ୍ୱର ୫୦ ଓଭରରେ ୨୩୭ ରନ କରି ଅଲଆଉଟ ହୋଇଥିଲା । ହାତରେ…

ମହିଳା ଟି୨୦ : ନକଆଉଟକୁ ଉନ୍ନୀତ ହେଲା ଓଡିଶା

ଭୁବନେଶ୍ୱର: ଥିରୁୱନ୍ତପୁରମରେ ଚାଲିଥିବା ଜାତୀୟ ମହିଳା ଟି୨୦ କ୍ରିକେଟରେ ଓଡିଶା ପ୍ରଭାବୀ ପ୍ରଦର୍ଶନ ଜାରୀ ରଖି ନକଆଉଟରେ ପ୍ରବେଶ କରିଛି । ରବିବାର ମୁକାବିଲାରେ ଓଡିଶା ୨ ରନରେ ତାମିଲନାଡୁକୁ ପରାସ୍ତ କରି କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହୋଇଛି । ଏପ୍ରିଲ ୨୮ରୁ ସୁରଟରେ ନକଆଉଟ ପର୍ଯ୍ୟାୟ…

ଶାହାଙ୍କୁ ଧମକ: ବାସନ୍ଦ ହେବେ ବୋରିୟା ମଜମୁଦାର

ମୁମ୍ବାଇ: ୱିକେଟକିପର ବ୍ୟାଟ୍ସମ୍ୟାନ ରିଦ୍ଧିମାନ ଶାହଙ୍କୁ ଧମକାଇବା ଘଟଣାରେ ବିସିସିଆଇ ପତ୍ରକାର ତଥା ବାୟୋଗ୍ରାଫି ରାଇଟର ବୋରିୟା ମଜମୁଦାରଙ୍କୁ ବାସନ୍ଦ କରିବା ପାଇଁ ଚିନ୍ତା କରୁଛି । ଷ୍ଟାଡିୟମ ପ୍ରବେଶ ଉପରେ ମଧ୍ୟ ତାଙ୍କ ଉପରେ କଟକଣା ଲାଗିପାରେ । ଏଥିନେଇ ସମସ୍ତ ଷ୍ଟେଟ ୟୁନିୟନକୁ…

ଭାରତୀୟ ମହିଳା ଲିଗରେ ସାମିଲ୍ ସାଲିଆ ସାହିର ସୁଲେଖା

ଭୁବନେଶ୍ୱର: କଥାରେ ଅଛି ଦୃଢ ଇଛାଶକ୍ତି ଆଗରେ ସମସ୍ତ ବାଧାବନ୍ଧନ ହାର ମାନେ । ସ୍ୱପ୍ନ ପୂରଣ କରିବା ଲାଗି ବଡଲୋକ ର ମୋହର କିମ୍ବା ଅମାପ ଧନର ଆବଶ୍ୟକତା ନାହିଁ । ବରଂ ଦୃଢ ସଂକଳ୍ପ ଓ କଠିନ ପରିଶ୍ରମ ବଳରେ ଯଦି ଜଣେ ଚାହେଁ ତେବେ ସେ ବିଶ୍ୱବିଜୟୀ ହୋଇପାରେ । ଏହି ଧାରାରେ ଚର୍ଚ୍ଚାକୁ…

ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ସିରିଜ ପାଇଁ ଭେନ୍ୟୁ ଘୋଷଣା କଲା ବିସିସିଆଇ

ଭୁବନେଶ୍ୱର: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ଟି୨୦ ସିରିଜ ପାଇଁ ଭେନ୍ୟୁ ଘୋଷଣା କରିଛି । ଏହି ୫ମ୍ୟାଚ ବିଶିଷ୍ଟ ସିରିଜ ଜୁନ ୯ରୁ ଆରମ୍ଭ ହେବ । କାର୍ଯ୍ୟସୂଚୀ: ପ୍ରଥମ ଟି୨୦: ଜୁନ ୯ (ଦିଲ୍ଲୀ) । ଦ୍ୱିତୀୟ ଟି୨୦: ଜୁନ ୧୨ (କଟକ) । ତୃତୀୟ ଟି୨୦: ଜୁନ ୧୪…