Latest Odisha News

BREAKING NEWS

Browsing Category

ଖେଳ

ଐତିହାସିକ ଦିବା-ରାତ୍ର ଟେଷ୍ଟ ସହ ୨-୦ରେ ଶୃଙ୍ଖଳା ଜିତିଲା ଭାରତ

କୋଲକାତା: ବାଂଲାଦେଶକୁ ଗୋଟିଏ ଇନିଂସ ଏବଂ ୪୬ ରନରେ ପରାସ୍ତ କରି ଭାରତ କୋଲକାତାଠାରେ ଅନୁଷ୍ଠିତ ହେଉଥିବା ଐତିହାସିକ ଦିବାରାତ୍ର ମ୍ୟାଚ୍ ଜିତିପାରିଛି । କୋଲକାତା ଟେଷ୍ଟରେ ବିଜୟ ହାସଲ କରିବା ସହିତ ଭାରତ ଏହି ଶୃଙ୍ଖଳାକୁ ୨-୦ରେ ଜିତିପାରିଛି । 9/78 from @ImIshant & it's all…

କୋଲକାତା ଟେଷ୍ଟ: ବାଂଲାଦଳର ସଂଘର୍ଷ ଜାରି, ପ୍ରଥମ ଦିବା-ରାତ୍ରୀ ଟେଷ୍ଟ ବିଜୟ ଲକ୍ଷ୍ୟରେ ଭାରତ

କୋଲକାତା: କୋଲକାତାର ଇଡ଼େନ ଗାର୍ଡ଼େନ ଷ୍ଟାଡ଼ିୟମରେ ଭାରତୀୟ ଦଳ ବାଂଲାଦେଶ ବିପକ୍ଷରେ ଖେଳୁଥିବା ପ୍ରଥମ ଦିବା-ରାତ୍ର ମ୍ୟାଚର ଦ୍ୱାରଦେଶରେ ପହଞ୍ଚିଛି । ଭାରତୀୟ ଦଳର ପ୍ରଥମ ଇନିଂସ ସ୍କୋର ୩୪୭/୯ କୁ ପିଛା କରି ବାଂଲାଦେଶ ଦଳର ବ୍ୟାଟିଂ ବିପର୍ଯ୍ୟୟ ଘଟିଛି । ଦ୍ୱିତୀୟ ଇନିଂସରେ ବାଂଲାଦଳ ୬ ଟି…

ଟିମ୍ ଇଣ୍ଡିଆର ଘାତକ ବୋଲିଂରେ ବାଂଲାଦେଶ ୧୦୬ ରନରେ ଅଲଆଉଟ, ଭାରତ ୧୭୪/୩

କୋଲକାତା: ଆଜି ଭାରତ ପ୍ରଥମଥର ଲାଗି ଦିବା-ରାତ୍ର କ୍ରିକେଟ ଟେଷ୍ଟ କୋଲକାତାର ଇଡ଼େନ ଗାର୍ଡ଼େନ୍ସରେ ଖେଳୁଛି । ବାଲାଂଦେଶ ବିପକ୍ଷରେ ଟେଷ୍ଟ ଶୃଙ୍ଖଳାର ୨ୟ ମ୍ୟାଚ ଖେଳୁଥିବା ବେଳେ ଆଜି ଭାରତୀୟ ବୋଲରଙ୍କ କମାଲ୍ ଦେଖିବାକୁ ମିଳିଛି । ଭାରତୀୟ ବୋଲରମାନେ ଘାତକ ବୋଲିଂ କରି ବାଂଲାଦଳର ପ୍ରଥମ…

ଓଡ଼ିଶାର ପ୍ରଥମ ଖେଳାଳି ଭାବେ ଆଇଟିଏଫ ଜୁନିୟର ଟାଇଟଲ୍ ଜିତିଲେ କବୀର ହଂସ

ଭୁବନେଶ୍ୱର: ଓଡ଼ିଶାର ଉଦୀୟମାନ ଟେନିସ ଖେଳାଳି କବୀର ହଂସ ଓଡ଼ିଶା ଟେନିସ ଜଗତରେ ଇତିହାସ ରଚିଛନ୍ତି । ଆସାମର ଗୌହାଟୀଠାରେ ଚାଲିଥିବା ଆଇଟିଏଫ ବିଶ୍ୱ ଜୁନିୟର ର‌୍ୟାଙ୍କିଂ ଟେନିସ ଟୁର୍ଣ୍ଣାମେଣ୍ଟରେ ସିଙ୍ଗଲ୍ସ ଟାଇଟଲ୍ ଜିତି ଏହି ଗୌରବ ଅର୍ଜନ କରିଛନ୍ତି କବୀର । ଏଥିସହିତ କବୀର ଏହି…

ଆରମ୍ଭ ହେଲା ଭାରତ-ବାଂଲାଦେଶ ୨ୟ ଟେଷ୍ଟ: ଟସ୍ ଜିତି ବାଂଲାଦଳର ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି

କୋଲକାତା: କୋଲକାତାର ଐତିହାସିକ ଇଡ଼େନ ଗାର୍ଡ଼େନ ଷ୍ଟାଡ଼ିୟମରେ ଆରମ୍ଭ ହୋଇଛି ବହୁ ଚର୍ଚ୍ଚିତ ୨ୟ କ୍ରିକେଟ ଟେଷ୍ଟ ମ୍ୟାଚ । ଏହି ମ୍ୟାଚଟି ଭାରତ ଓ ବାଂଲାଦେଶ ଉଭୟ ଦଳ ଲାଗି ବେଶ୍ ଗୁରୁତ୍ୱପୂର୍ଣ୍ଣ କାରଣ ଏହି ମ୍ୟାଚଟି ଦିବା-ରାତ୍ର ମ୍ୟାଚ ଭାବେ ଖେଳାଯିବ । ସେହିପରି ଉଭୟ ଦଳ ମଧ୍ୟ ଏହି…

ଡ଼ିସେମ୍ବର ୨ରୁ କଟକରେ ଅନୁଷ୍ଠିତ ହେବ ‘ ବିଗ୍ ବାଉଟ୍ ଇଣ୍ଡିଆନ୍ ବକ୍ସିଂ ଲିଗ୍’

କଟକ: ପ୍ରଥମଥର ଲାଗି କଟକରେ ଅନୁଷ୍ଠିତ ହେବାକୁ ଯାଉଛି ବିଗ୍ ବାଉଟ୍ ଇଣ୍ଡିଆନ ବକ୍ସିଂ ଲିଗ । ଏହି ପ୍ରତିଯୋଗିତା କଟକର ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡ଼ିୟମରେ ଆସନ୍ତା ଡ଼ିସେମ୍ବର ୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଇତିମଧ୍ୟରେ ଇଣ୍ଡିଆନ ବକ୍ସିଂ ଫେଡ଼େରେସନ ପକ୍ଷରୁ ଏକ ଟିମ୍…

ପ୍ରୋ-ଲିଗ ହକି ମ୍ୟାଚ ଲାଗି କଳିଙ୍ଗରେ ଭାରତୀୟ ଦଳର ଅଭ୍ୟାସ ଆରମ୍ଭ: ୬ ଓଡ଼ିଆ ଖେଳାଳି ସାମିଲ୍

ଭୁବନେଶ୍ୱର: ଭାରତୀୟ ହକି ଦଳ ୨୦୨୦ ଟୋକିଓ ଅଲିମ୍ପିକ୍ସ ଖେଳିବା ପୂର୍ବରୁ ଅନ୍ତର୍ଜାତୀୟ ପ୍ରୋ-ହକି ଟୁର୍ଣ୍ଣାମେଣ୍ଟରେ ପ୍ରତିଦ୍ୱନ୍ଦ୍ୱିତା କରୁଛି । ଆସନ୍ତା ଜାନୁଆରୀ ମାସରୁ ଆରମ୍ଭ ହେଉଥିବା ଏହି ପ୍ରୋ-ହକି ଟୁର୍ଣ୍ଣାମେଣ୍ଟର ସମସ୍ତ ଘରୋଇ ମ୍ୟାଚ ଗୁଡ଼ିକ ଭାରତୀୟ ଦଳ ଭୁବନେଶ୍ୱରସ୍ଥିତ…

ପୁଣି ଚର୍ଚ୍ଚାରେ ଅଧିନାୟକ କୋହଲି; ଟ୍ୱିଟରରେ ଛୁଟୁଛି ପ୍ରଶଂସାର ସୁଅ

ମୁମ୍ବାଇ: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ପଡ଼ିଆ ମଧ୍ୟରେ ଯେତିକି ଉଗ୍ର ପଡିଆ ବାହାରେ ସେତିକି ନମ୍ର। ନିଜର ପ୍ରଶଂସକ ପ୍ରତି ଉଦାର ମନୋଭାବ ଦେଖାଇ ଅନେକ ଥର ଚର୍ଚ୍ଚାର ପରିସର ମଧ୍ୟକୁ ଆସିଛନ୍ତି ବିରାଟ । Fan moment for 24 yrs old, Pooja Sharma. I don't know…

ପ୍ରୋ-ହକି ଲିଗ୍: କଳିଙ୍ଗ ଷ୍ଟାଡ଼ିୟମରେ ସମସ୍ତ ଘରୋଇ ଲିଗ୍ ମ୍ୟାଚ୍ ଖେଳିବ ଭାରତ

ଭୁବନେଶ୍ୱର: ଆସନ୍ତା ଜାନୁଆରୀ ୧୧ ତାରିଖରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମରେ ଅନୁଷ୍ଠିତ ହେବାକୁ ଯାଉଛି ଅନ୍ତର୍ଜାତୀୟ ପ୍ରୋ-ହକି ଲିଗ୍ ମ୍ୟାଚ । ଭାରତୀୟ ହକି ଦଳ ସମସ୍ତ ଘରୋଇ ଲିଗ୍ ମ୍ୟାଚ ଗୁଡ଼ିକ ସ୍ଥାନୀୟ କଳିଙ୍ଗ ଷ୍ଟାଡ଼ିୟମରେ ହିଁ ଖେଳିବ । ବିଶ୍ୱ ହକି ସଂଘ ପକ୍ଷରୁ ସୋମବାର ଦିନ…

‘ଓଡ଼ିଶା ଏଫସି’ ଆରମ୍ଭ କଲା ଗ୍ରାସରୁଟ୍ ଫୁଟବଲ ବିକାଶ କାର୍ଯ୍ୟକ୍ରମ; ସାଇ ଇଣ୍ଟରନ୍ୟାସନାଲ୍ ହେଲା ପାର୍ଟନର୍

ଭୁବନେଶ୍ୱର: ଓଡ଼ିଶା ଏଫସି ସୋମବାର ଦିନ ଦଳକୁ ମଜବୁତ କରିବା ଲକ୍ଷ୍ୟ ନେଇ ଆରମ୍ଭ କରିଛି ଗ୍ରାସରୁଟ୍ ଲେବଲ୍ କାର୍ଯ୍ୟକ୍ରମ । ରାଜଧାନୀସ୍ଥ୍ିତ ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ ଅନୁଷ୍ଠିତ ଏକ ଉତ୍ସବରେ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ କମିଶନର୍ ତଥା ଶାସନ ସଚିବ ବିଶାଳ ଦେବ, ଆଇଏସଏଲ୍…