Latest Odisha News

BREAKING NEWS

Browsing Category

ଭୁବନେଶ୍ୱର

Bhubaneswar

୧୭୪୦ ଟଙ୍କା ଫି’ ଛାଡ଼, ଛାତ୍ରଛାତ୍ରୀଙ୍କ ଦାବି ମାନିନେଲେ ପିଜି କାଉନସିଲ୍ ଅଧ୍ୟକ୍ଷ

ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟ ପିଜି ଛାତ୍ରଛାତ୍ରୀଙ୍କ ଦାବି ମାନିନେଲେ ପିଜି କାଉନସିଲ୍ ଅଧ୍ୟକ୍ଷ । ସମୁଦାୟ ହଷ୍ଟେଲ ଫି’ରୁ ୧୭୪୦ ଟଙ୍କା କଲେ ଛାଡ । ଛାତ୍ରଛାତ୍ରୀ ଏବେ ୨୯୫୦ ଟଙ୍କା ବଦଳରେ ୧୨୧୦ ଟଙ୍କା ଦେବେ । ଫି’ କମାଇବାକୁ ଦୁଇ ଦିନ ହେଲା ଛାତ୍ରଛାତ୍ରୀ ଦାବି କରିଆସୁଥିଲେ ।…

ହୁ ହୁ ହୋଇ ତୈଳଦର ସହ ବଢୁଛି ଯାତ୍ରୀବାହୀ ବସ୍ ଭଡ଼ା

ଭୁବନେଶ୍ୱର: ତେଲ ଦରରେ ଲଗାମ ନାହିଁ । ଡିଜେଲ୍ ହେଉକି ପେଟ୍ରୋଲ୍ ଲିଟର ପିଛା ୮୫ ଟଙ୍କା ତଳକୁ ଖସୁନାହିଁ । ତେଲ ଦର ବାରମ୍ବାର ବଢ଼ି ଚାଲିଥିବା ବେଳେ ସାଧାରଣ ଲୋକଙ୍କ ଉପରେ ପଡ଼ିଛି ଆଉ ଏକ ପ୍ରହାର । ବୃଦ୍ଧି ପାଇଛି ଯାତ୍ରୀବାହୀ ବସ୍ ଭଡ଼ା । ୧୨ଗୋଟି ଦିଗକୁ ବିଚାରକୁ ନେଇ ବସ୍ ଭଡ଼ା…

ଆଜି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଆସିବେ ମୁଖ୍ୟମନ୍ତ୍ରୀ, ୪ଟି କୋଠାକୁ ଲୋକାର୍ପଣ କରିବେ

ଭୁବନେଶ୍ୱର: ଆଜି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଆସିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସନ୍ଧ୍ୟା ୫ଟା ୧୫ରେ କ୍ୟାମ୍ପସ୍‌ରେ ୪ଟି କୋଠାକୁ ସେ ଲୋକାର୍ପଣ କରିବେ । କରୋନା କଟକଣା ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ କ୍ୟାମ୍ପସରେ ବ୍ୟାପକ ସାଜସଜ୍ଜା କରାଯାଇଛି ।…

ରବିବାର ସ୍କୁଲରେ ଅଚାନକ ପହଞ୍ଚିଲେ ଗଣଶିକ୍ଷା ମନ୍ତ୍ରୀ, ପରଖିଲେ ପାଠପଢ଼ା

ଭୁବନେଶ୍ୱର: କରୋନା କାୟା କମିବା ପରେ ରାଜ୍ୟରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଠପଢ଼ା ଚାଲିଛି । ରବିବାର ବି କ୍ଲାସ ହେଉଛି । କେମିତି ଚାଲିଛି ପାଠପଢା, ଅନୁଧ୍ୟାନ ପାଇଁ ଆଜି ଅଚାନକ ବାଣୀବିହାର ୟୁନିଭର୍ସିଟି ହାଇସ୍କୁଲ ପରିଦର୍ଶନ କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ…

ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର

ଭୁବନେଶ୍ୱର: ଯୁବକଙ୍କର ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର । ଭୁବନେଶ୍ୱର ଘାଟିକିଆ ଅଞ୍ଚଳରୁ ଗଳିତ ମୃତଦେହ ଉଦ୍ଧାର ହୋଇଛି । ଘାଟିକିଆ ସ୍ଥିତ ସରକାରୀ ଇଞ୍ଜିନିୟରିଂ କଲେଜ ପଛ ଜଙ୍ଗଲରୁ ଉଦ୍ଧାର ହୋଇଛି ମୃତଦେହ । ତେବେ ମୃତକ ଯୁବକଙ୍କର ପରିଚୟ ମିଳି ନାହିଁ । ଅନୁମାନ କରାଯାଉଛି ମୃତକ…

ମହାମାରୀ ସତ୍ତ୍ୱେ ଚଳିତ ବର୍ଷ କିଟ୍‌ରେ ରେକର୍ଡ ପ୍ଲେସମେଣ୍ଟ

ଭୁବନେଶ୍ୱର: ଚଳିତ ବର୍ଷ କିଟ୍ ବିଶ୍ୱବିଦ୍ୟାଳୟ ୨୦୨୦-୨୧ ବ୍ୟାଚ୍ର ଉତ୍ତୀର୍ଣ୍ଣ ହେବାକୁ ଥିବା ଛାତ୍ରଛାତ୍ରୀଙ୍କୁ ରେକର୍ଡ଼ ସଂଖ୍ୟକ କ୍ୟାମ୍ପସ୍ ପ୍ଲେସ୍ମେଣ୍ଟ ମିଳିଛି । ଜୁଲାଇ ୧ରୁ ଅନ୍-ଲାଇନ୍ ମାଧ୍ୟମରେ କିଟ୍ରେ କ୍ୟାମ୍ପସ୍ ପ୍ଲେସ୍ମେଣ୍ଟ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏବେ ସୁଦ୍ଧା କିଟ୍…

ସମ୍ବଲପୁର ବୁର୍ଲା ଭିସୁଟ୍ କୁଳପତିଙ୍କ ଉପରେ ଲାଗିଲା ଅଙ୍କୁଶ

ଭୁବନେଶ୍ବର: ସମ୍ବଲପୁର ବୁର୍ଲା ଭିସୁଟ୍ କୁଳପତିଙ୍କ ଉପରେ ଲାଗିଲା ଅଙ୍କୁଶ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ବୁର୍ଲା ଭିସୁଟ୍ କୁଳପତିଙ୍କ କ୍ଷମତାକୁ ସଙ୍କୁଚିତ କରିଛନ୍ତି । ବିଶ୍ବବିଦ୍ୟାଳୟର କୌଣସି ଆର୍ଥିକ କାରବାର ନିଷ୍ପତ୍ତି ନେଇପାରିବେନି କୁଳପତି । କୁଳାଧିପତିଙ୍କ ଅନୁମୋଦନ ବିନା…

ରାଜ୍ୟରେ ଆଉ ୮୨ ନୂଆ କରୋନା ଆକ୍ରନ୍ତ ଚିହ୍ନଟ

ଭୁବନେଶ୍ବର : ଆଜି ରାଜ୍ୟରୁ ଆଉ ୮୨ ନୂଆ କରୋନା ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି । ଏହି ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୪୯ ଜଣ ସଂଗରୋଧରୁ ଏବଂ ସ୍ଥାନୀୟ ଅଞ୍ଚଳରୁ ୩୩ ଜଣ ଚିହ୍ନଟ ହୋଇଛନ୍ତି । ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୫ ହଜାର ୫୪୮କୁ ବୃଦ୍ଧି ପାଇଛି । ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର…

ଏପ୍ରିଲ ମାସରେ ବଢିପାରେ ବିଦ୍ୟୁତ ଦର 

ଭୁବନେଶ୍ୱର: ୨୦୨୧-୨୨ ବର୍ଷର ବିଦ୍ୟୁତ ଦର ନିର୍ଦ୍ଧାରଣ ପାଇଁ ଆଜିଠାରୁ ଓଇଆରସିରେ ଶୁଣାଣି ଆରମ୍ଭ ହୋଇଛି । ଆଜି ଦୁଇ ବିଦ୍ୟୁତ ଉତ୍ପାଦନ ସଂସ୍ଥା ଓପିଜିସି ଓ ଓଏଚ୍‌ପିସି ଶୁଣାଣିରେ ଭାଗ ନେଇ ଟାରିଫ ବୃଦ୍ଧି ପାଇଁ ଯୁକ୍ତି ଉପସ୍ଥାପନ କରିଛନ୍ତି । ଓପିଜିସି ଚାରି ପଇସା ବୃଦ୍ଧି ପାଇଁ ଦାବି…

ତୋଷାଳି ମେଳା ଉଦଯାପିତ: ଏବର୍ଷ ୧୨ କୋଟିର ବ୍ୟବସାୟ

ଭୁବନେଶ୍ୱର: ଉଦ୍‌ଯାପିତ ହେଲା ତୋଷାଳି ମେଳା । ଶେଷ ଦିନରେ ମେଳା ବୁଲି ଦେଖିଲେ ହାଇକୋର୍ଟଙ୍କ ମୁଖ୍ୟ ବିଚାରପତି ଜଷ୍ଟିସ ଏସ୍‌. ମୂରଲୀଧର । ତାଙ୍କ ସହ ଉପସ୍ଥିତ ଥିଲେ ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗ ସଚିବ ଶୁଭା ଶର୍ମା । ମୁଖ୍ୟ ବିଚାରପତି ଜଷ୍ଟିସ ଏସ୍. ମୁରଲୀଧର ବିଭିନ୍ନ ଷ୍ଟଲ ବୁଲି…