Latest Odisha News

BREAKING NEWS

Browsing Category

ଭୁବନେଶ୍ୱର

Bhubaneswar

କୋଭିଡ-୧୯: ୧୦% କର୍ମଚାରୀଙ୍କୁ ନେଇ କାମ କରିବେ ବ୍ୟାଙ୍କ, ବୀମା କମ୍ପାନୀ, ପିଏସୟୁ

ଭୁବନେଶ୍ୱର: ରାଜ୍ୟର ସମସ୍ତ ବ୍ୟାଙ୍କ ଓ ବୀମା କମ୍ପାନୀ ଗୁଡିକ ୧୦% କର୍ମଚାରୀଙ୍କୁ ନେଇ କାମ କରିବାକୁ ସୋମବାର ଦିନ ଓଡିଶା ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏହି ନିର୍ଦ୍ଦେଶ ରାଜ୍ୟ ଓ କେନ୍ଦ୍ରର ସମସ୍ତ ଅଣ-ଅତ୍ୟାବଶ୍ୟକ ଅନୁଷ୍ଠାନ ପାଇଁ ଲାଗୁ କରାଯାଇଛି । ଏଥିପାଇଁ ଅନୁଷ୍ଠାନ ଗୁଡିକର…

କରୋନା ବିରୋଧରେ ଲଢେଇ: ମଙ୍ଗଳବାରଠୁ ଗଡିବନି ରାଜ୍ୟର କୌଣସି ବସ୍

ଭୁବନେଶ୍ୱର : କୋଭିଡ-୧୯ ସହ ମୁକାବିଲା ପାଇଁ ତତ୍ପର ରାଜ୍ୟ ସରକାର । ଜରୁରୀକାଳୀନ ସ୍ଥିତରେ ବିଭିନ୍ନ ବିଭାଗକୁ ମିଳୁଛି ରୋକ୍‌ଠୋକ୍‌ ନିର୍ଦ୍ଦେଶ । କରୋନାଭାଇରସ୍‌ ବିରୋଧରେ ସାମାଜିକ ଦୂରତା ଓ ସଙ୍ଗରୋଧକୁ ଅବଲମ୍ବନ କରିବା ପାଇଁ ରାଜ୍ୟ ମଧ୍ୟରେ ସମସ୍ତ ବସ୍ ଚଳାଚଳ ସେବାକୁ ବନ୍ଦ କରିବାକୁ…

ଭୁବନେଶ୍ୱର-କଟକ ଟ୍ୱିନସିଟିରେ ସବୁ ଘରୋଇ ଗାଡି ପାଇଁ ଲକ୍ ଡାଉନ ପାସ୍ ଜରୁରୀ

ଭୁବନେଶ୍ୱର: କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଓଡିଶାର ୫ଟି ଜିଲ୍ଲା ସମେତ କେତେକ ସହରରେ ସରକାରଙ୍କ ପକ୍ଷରୁ ଲକ୍ ଡାଉନ ଘୋଷଣା ହୋଇଛି । କିନ୍ତୁ ଅଧିକାଂଶ ସ୍ଥାନରେ ଲୋକେ ଏହାକୁ ମାନୁ ନ ଥିବା ନଜରକୁ ଆସୁଥିବାରୁ କଟକ ଭୁବନେଶ୍ୱର କମିଶନରେଟ ପୋଲିସ ପକ୍ଷରୁ କେତେକ ନିୟମ କରାଯାଇଛି ।…

କରୋନା ସଂକ୍ରମଣ ବିପଦ ପାଇଁ ଆଜିଠାରୁ ବନ୍ଦ ହେଲା ମଞ୍ଚେଶ୍ୱର ରେଳଡବା ମରାମତି କାରଖାନା

ଭୁବନେଶ୍ୱର: କରୋନା ଭୁତାଣୁ ସଂକ୍ରମଣର ସମ୍ଭାବ୍ୟ ବିପଦ ଦୃଷ୍ଟିରୁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ମଞ୍ଚେଶ୍ୱର ରେଳଡବା ମରାମତି କାରଖାନା ଆଜିଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି କାରଖାନା କତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଏସମ୍ପର୍କରେ ସମସ୍ତ ରେଳ କର୍ମଚାରୀ…

ହୋମ୍ କ୍ୱାରେଣ୍ଟାଇନ ଉଲ୍ଲଂଘନ ପାଇଁ ଭୁବନେଶ୍ୱରରେ ମାମଲା ରୁଜୁ

ଭୁବନେଶ୍ୱର: ନିକଟରେ ବିଦେଶରୁ ଫେରିଥିବା ଜଣେ ବ୍ୟକ୍ତି ବାଧ୍ୟତାମୂଳକ ହୋମ୍ କ୍ୱାରେଣ୍ଟାଇନରେ ଥିଲେ ମଧ୍ୟ ଏଥିରେ ଖିଲାପ କରିଥିବା ଜଣାପଡିବାରୁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଚନ୍ଦ୍ରଶେଖରପୁର ଥାନାରେ ମାମଲା ରୁଜୁ କରାଯାଇଛି । ବିଏମସି ଜୋନାଲ ଡେପୁଟି କମିଶନର ପ୍ରମୋଦ କୁମାର ପୃଷ୍ଟି,…

ଓଡିଶାରେ ଜନତା କର୍ଫ୍ୟୁ: ପୋଲିସ ଠାରୁ ପାସ ପାଇବା ପାଇଁ ୧୦୦ ନମ୍ବର ଡାଏଲ କରନ୍ତୁ

ଭୁବନେଶ୍ୱର: କରୋନାଭାଇରସ ସଂକ୍ରମଣକୁ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନରେ ହୋଇଥିବା ଦେଶବ୍ୟାପୀ ଜନତା କର୍ଫ୍ୟୁର ପ୍ରଭାବ ଓଡିଶାର ରାଜଧାନୀରେ ଦେଖିବାକୁ ମିଳିଛି । ଜନତା କର୍ଫ୍ୟୁ ବେଳେ ଜନସାଧାରଣଙ୍କ ସୁବିଧା ପାଇଁ କମିଶନରେଟ ପୋଲିସ ପକ୍ଷରୁ ରବିବାର ଦିନ…

ଲକ୍‌ଡାଉନ ସପ୍ତାହରେ ଗୁରୁତ୍ୱପୂର୍ଣ୍ଣ ରୁଟରେ ଗଡିବ ୧୭ଟି ମୋ ବସ୍

ଭୁବନେଶ୍ୱର: କରୋନା ଭୟରେ ଆଜି ସକାଳ ୭ଟା ଠାରୁ ଆସନ୍ତା ୨୯ ତାରିଖ ରାତି ୯ ଟା ଯାଏଁ ରାଜ୍ୟର ୫ଟି ଜିଲ୍ଲା ଓ ଆଠଟି ପ୍ରମୁଖ ସହରରେ ସମ୍ପୂର୍ଣ୍ଣ ବନ୍ଦ ବା ଲକ୍‌ଡାଉନ ଘୋଷଣା ହୋଇଛି । ତେବେ ଏହି ଲକ୍ ଡାଉନ ସପ୍ତାହ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ରୁଟରେ ୧୭ଟି ମୋ ବସ୍ ଚାଲିବ ବୋଲି କ୍ୟାପିଟାଲ…

କୋଭିଡ-୧୯: ରାଜଧାନୀରେ ସମସ୍ତ ଚା’, ପାନ ଦୋକାନ, ଜୁସ ସେଣ୍ଟର ବନ୍ଦ

ଭୁବନେଶ୍ୱର: ରାଜ୍ୟରେ କରୋନାଭାଇରସ ସଂକ୍ରମଣକୁ ରୋକିବା ପାଇଁ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ନିଆଯାଉଛି । ଭୁବନେଶ୍ୱର ମହାନଗର ନିଗମ(ବିଏମସି) ରାଜଧାନୀରେ ଅନାବଶ୍ୟକ ସାମଗ୍ରୀର ଦୋକାନ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛି । ଅଧିକ ଆବଶ୍ୟକ ହେଉନଥିବା ସାମଗ୍ରୀ ଯଥା- ସୋ’ ରୁମ୍,…

କରୋନା ସତର୍କତା: ଟ୍ୱିନସିଟିରେ ବନ୍ଦ ରହିବ ସମସ୍ତ ପାର୍କ

ଭୁବନେଶ୍ୱର: କରୋନା ପାଇଁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଜନଗହଳିକୁ କମ୍ କରିବା ପାଇଁ ଅନ୍ୟ ଆଦେଶ ପର୍ଯ୍ୟନ୍ତ ଭୁବନେଶ୍ୱରର ସମସ୍ତ ପାର୍କ ବନ୍ଦ ରହିବ । ଏନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମସି) ଶନିବାର ଦିନ ସୂଚନା ଦେଇଛନ୍ତି । ଭୁବନେଶ୍ୱରରେ ମୋଟ୍ ୬୭ଟି ପାର୍କ ରହିଛି । ସେହିଭଳି…

ଟ୍ୱିନସିଟିରେ ବସ, ଟ୍ରକ ପାଇଁ ଲାଗୁ ହେବନି ଯୁଗ୍ମ-ଅଯୁଗ୍ମ ନିୟମ

ଭୁବନେଶ୍ୱର: ଭୁବନେଶ୍ୱର ଓ କଟକରେ ସାର୍ବଜନିକ ପରିବହନ ଯାନ ଟ୍ରକ ଓ ବସ ପାଇଁ ଯୁଗ୍ମ -ଅଯୁଗ୍ମ ନିୟମ ଲାଗୁ ହେବ ନାହିଁ ବୋଲି ଶନିବାର ଦିନ ପୋଲିସ କମିଶନରେଟ୍ ସ୍ପଷ୍ଟ କରିଛନ୍ତି । ଏହା ପୂର୍ବରୁ ଶୁକ୍ରବାର ଦିନ ପୋଲିସ ରାସ୍ତାରେ ଯାନବାହନ ଗୁଡିକର ସଂଖ୍ୟା କମ୍ କରି କରୋନାଭାଇରସ ସଂକ୍ରମଣକୁ…