Latest Odisha News

BREAKING NEWS

Browsing Category

ସହର

City

ବିଶିଷ୍ଟ ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରାଙ୍କ ଅପହରଣ ଘଟଣା: ରାଜ୍ୟପାଳଙ୍କୁ ଦାବୀପତ୍ର ପ୍ରଦାନ କଲା ଉତ୍କଳ ସର୍ବୋଦୟ…

ଭୁବନେଶ୍ଵର: ଗତ ଅଗଷ୍ଟ ୨୯ ତାରିଖରେ ବିଶିଷ୍ଟ ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରାଙ୍କ ଅପହରଣ ଘଟଣାରେ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡିଲା ସର୍ବୋଦୟ ଓ ମାନବ ଅଧିକାର ଗଣ ସଙ୍ଗଠନ ସମୂହ । ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରାଙ୍କୁ ରାୟଗଡା ସ୍ଥିତ ସ୍ଵାଗତ ହୋଟେଲରୁ ଅପହରଣ…

ଟଙ୍କା ଲୁଟ ମାମଲାରେ ଗୋବିନ୍ଦାଙ୍କୁ ଜେରା କରିବ EOW

ଭୁବନେଶ୍ଵର: ଟଙ୍କା ଲୁଟ ମାମଲାରେ ଗୋବିନ୍ଦାଙ୍କୁ ଜେରା କରିବ EOW । ଓଡିଶା ଅର୍ଥନୈତିକ ଅପରାଧ ଶାଖା ତରଫରୁ ଅଭିନେତା ଗୋବିନ୍ଦା ଆହୁଜାଙ୍କୁ ନୋଟିସ ଜାରି କରାଯାଇଛି । ପଞ୍ଜି ସ୍କିମରେ ସୋଲାର ଟେକ୍ନୋଲୋଜି ଆଲିଆନ୍ସ (STA) ଲୋକଙ୍କ ଠାରୁ ଟଙ୍କା ଲୁଟ ମାମଲାରେ ବଲିଉଡ ଅଭିନେତା…

ପରଲୋକରେ ସ୍ଵନାମଧନ୍ୟ ପ୍ରାଣୀ ଚିକିତ୍ସାବିତ୍ ପ୍ରଫେସର ଜୀବନାନନ୍ଦ ମହାନ୍ତି

ଭୁବନେଶ୍ବର: ଆଜି ସକାଳେ ପଶୁ ଚିକିତ୍ସା ବିଭାଗର ପୂର୍ବତନ ନିର୍ଦ୍ଦେଶକ ତଥା  ପଶୁ ଚିକିତ୍ସା ଓ ପଶୁପାଳନ ମହାବିଦ୍ୟାଳୟର ଅଧ୍ୟକ୍ଷ ଏବଂ ଶଲ୍ୟ ଚିକିତ୍ସା ବିଭାଗର ପ୍ରଫେସର ତଥା ବିଭାଗୀୟ ମୁଖ୍ୟ ଡାକ୍ତର ଜୀବନାନନ୍ଦ ମହାନ୍ତିଙ୍କର ପରଲୋକ ଘଟିଛି  । ୯୪ ବର୍ଷ ବୟସରେ ତାଙ୍କର ଦେହାନ୍ତ ଘଟିଛି…

ଏସିଆନ ଗେମ୍ସ ପାଇଁ ଚୟନ ଓଡିଆ ଖେଳାଳିଙ୍କୁ ମିଳିବ ୧୦ଲକ୍ଷ : ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଏସିଆନ ଗେମ୍ସ ପାଇଁ ଚୟନ ଓଡିଆ ଖେଳାଳିଙ୍କୁ ସହାୟତା ।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପକ୍ଷରୁ ଏହି ସହାୟତା ଘୋଷଣା କରାଯାଇଛି  । ଏହି ସହାୟତା ଅନୁଯାୟୀ ୧୩ ଖେଳିଳାଙ୍କୁ ୧୦ଲକ୍ଷ ଲେଖାଏଁ ଆର୍ଥିକ ସହାୟତା ଦିଆଯିବ  । ଟ୍ରେନିଂ, ପ୍ରସ୍ତୁତି ଓ ଅଂଶଗ୍ରହଣ ପାଇଁ ସହାୟତା…

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ: ଏକକାଳୀନ ୫ଟି ସ୍ଥାନରେ ଚାଲିଛି ରେଡ୍

ବାରିପଦା:  ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ। ବାରିପଦା ଜନସ୍ୱାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀ ବନେଶ୍ୱର ନାୟକଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ ଚାଲିଛି  । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଯାଞ୍ଚ କରୁଛି ଭିଜିଲାନ୍ସ ଟିମ୍  ।  ଏକ କାଳୀନ ୫ଟି ସ୍ଥାନରେ ରେଡ୍ କରାଯାଉଛି  ।  …

ଦାବି ଶୁଣୁ ନାହାନ୍ତି ସରକାର: ଆଜିଠୁ ସମୂହ ଛୁଟିରେ ଯିବେ ରାଜ୍ୟର ୧ଲକ୍ଷ ୩୦ହଜାର ଶିକ୍ଷକ ଶିକ୍ଷୟିତ୍ରୀ

ଭୁବନେଶ୍ବର: ଦିନକୁ ଦିନ ତୀବ୍ର ହେବାରେ ଲାଗିଛି ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନ । ଗତ କିଛି ଦିନ ହେବ ଆନ୍ଦୋଳନ କରୁଛନ୍ତି ରାଜ୍ୟର ୧ ଲକ୍ଷ ୩୦ ହଜାର ଶିକ୍ଷକ ଶିକ୍ଷୟିତ୍ରୀ । ୪ ଦିନ ହେଲାଣି ଏମାନେ କାର୍ଯ୍ୟରେ ଯୋଗଦେଇନାହାନ୍ତି । ଫଳରେ ସ୍କୁଲରେ ପାଠପଢା ଏକପ୍ରକାର ଠପ୍ ହୋଇଯାଇଛି ।…

ଆଜି ସୃଷ୍ଟି ହେବ ଲଘୁଚାପ : ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା, ୮ ଜିଲ୍ଲାକୁ ରେଡ୍ ଆଲର୍ଟ

ଭୁବନେଶ୍ବର: ଆଜି ସୃଷ୍ଟି ହେବ ଲଘୁଚାପ । କେନ୍ଦୀୟ ବଙ୍ଗୋପସାଗର ପାଶ୍ୱବର୍ତ୍ତୀ, ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାରି ପ୍ରଭାବରେ ୩ ଦିନ ଅର୍ଥାତ୍ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି  । ଆଜି ପ୍ରବଳରୁ ଅତି ପ୍ରବଳ…

ବାଲୁକା କଳାରେ ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ବାଲୁକା କଳାରେ ଟିମ୍ ଇଣ୍ଡିଆକୁ ଶୁଭେଶ୍ଚା ଜଣେଇଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଗତକାଲି ପାରମ୍ପରିକ ପ୍ରତିଦ୍ଵନ୍ଦୀ ଇଣ୍ଡିଆ-ପାକିସ୍ତାନ ମ୍ୟାଚରେ ଇଣ୍ଡିଆ ୨୨୮ରନରେ ବିଜୟ ହାସଲ କରିଥିଲା । ଭାରତୀୟ କ୍ରିକେଟ ଦଳର ବିଜୟ ହାସଲ ପରେ ଆଜି ପୁରୀ ନିଳାଦ୍ରୀ ବେଳାଭୂମିରେ ଏକ…

ମନମୋହୁଛି ଭଳିକି ଭଳି ହସ୍ତତନ୍ତ : ସନ୍ଧ୍ୟା ହେଲେ ୟୁନିଟ୍-୩ ପ୍ରଦର୍ଶନୀ ପଡିଆରେ ଲାଗୁଛି ଗହଳି

ଭୁବନେଶ୍ବର:  ଚିକମିକ ଆଲୋକମାଳାରେ ଝଲସୁଛି ୟୁନିଟ୍-୩ ଇଡକୋ ପ୍ରଦର୍ଶନୀ ପଡିଆ  । ସନ୍ଧ୍ୟାରେ ଲାଗୁଛି ପ୍ରବଳ ଲୋକଙ୍କ ଗହଳି  । ବିଭିନ୍ନ ରାଜ୍ୟରୁ ଆସିଥିବା ଘର କରଣା ସାମଗ୍ରୀ ସାଙ୍ଗକୁ ପାରମ୍ପରିକ ଖାଦ୍ୟ ଓ ଦୋଳିର ମଜା ଉଠାଉଛନ୍ତି ଲୋକ  । ଗୋଟିଏ ସ୍ଥାନରେ ଲୋକଙ୍କୁ ମିଳିପାରୁଛି…

ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ: ଆଜି ପାଇଁ ୭ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ

ଭୁବନେଶ୍ବର: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ଆସନ୍ତା ୧୫ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବା ନେଇ ଆକଳନ କରିଛି ପାଣିପାଗ କେନ୍ଦ୍ର  । ପ୍ରବଳ ବର୍ଷା ନେଇ ଆଜି ପାଇଁ ରାଜ୍ୟର ୭ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ…