Latest Odisha News

BREAKING NEWS

Browsing Category

ସହର

City

ସାଇବର ଥାନାରେ ଅଭିନେତ୍ରୀ ଅନୁ: ମିଥ୍ୟା ଖବର ପ୍ରଚାର ନେଇ ୱେବ୍ ଚ୍ୟାନେଲ ନାଁରେ ଦେଲେ ଏତଲା

ଭୁବନେଶ୍ଵର: ସାଇବର ଥାନାର ଦ୍ଵାରସ୍ଥ ହେଲେ ଓଡିଶାର ଲୋକପ୍ରିୟ ଅଭିନେତ୍ରୀ ଅନୁ ଚୌଧୁରୀ । ମିଥ୍ୟା ଖବର ପ୍ରସାରଣ କରି ଗୁଜବ ସୃଷ୍ଟି କରୁଥିବା ୱେବ ଚ୍ୟାନେଲ ନାଁରେ ଦେଲେ ଏତଲା । ଅଭିନେତ୍ରୀଙ୍କୁ କ୍ୟାନସର ହୋଇଥିବା ନେଇ ଏକ ୱେବ୍ ପୋର୍ଟାଲରେ ମିଛ ଖବର ପ୍ରକାଶ କରାଯିବା ପରେ ଏପରି ପଦକ୍ଷେପ…

୬୧ତମ ଜନ୍ମତିଥି ଅବସରରେ ଅରବିନ୍ଦ ମୁଦୁଲି ଫାଉଣ୍ଡେସନ ତରଫରୁ ସ୍ୱରାରବିନ୍ଦ ଉତ୍ସବ ଆୟୋଜନ

ଭୁବନେଶ୍ୱର: ବିଶିଷ୍ଠ କଣ୍ଠଶିଳ୍ପୀ ଅରବିନ୍ଦ ମୁଦୁଲିଙ୍କ ୬୧ତମ ଜନ୍ମତିଥି ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଏହି ଅବସରରେ ଅରବିନ୍ଦ ମୁଦୁଲି ଫାଉଣ୍ଡେସନ ତରଫରୁ ଆଭାସି ମଞ୍ଚରେ ସ୍ୱରାରବିନ୍ଦ ଉତ୍ସବ ଆୟୋଜିତ ହୋଇଛି  । ଏଥିରେ ଅରବିନ୍ଦ ମୁଦୁଲିଙ୍କର ବହୁ ପ୍ରଶଂସକ, ଅନୁଗାମୀ ଓ…

କ୍ୟାପିଟାଲ ହସ୍ପିଟାଲ ଆଗରେ ସଫେଇ କର୍ମଚାରୀଙ୍କ ଧାରଣା: ନିର୍ଦ୍ଦେଶକଙ୍କ ବିରୋଧରେ ନାରାବାଜି

ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲ ଆଗରେ ସଫେଇ କର୍ମଚାରୀଙ୍କ ଧାରଣା । ବିଭିନ୍ନ ଦାବି ନେଇ କ୍ୟାପିଟାଲ ହସ୍ପିଟାଲରେ ସଫେଇ କର୍ମଚାରୀମାନେ ଆନ୍ଦୋଳନ କରିଛନ୍ତି  । ସଫେଇ କର୍ମଚାରୀମାନେ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁଙ୍କ ବିରୋଧରେ ନାରାବାଜି କରି ପ୍ରତିବାଦ କରିଛନ୍ତି । ବାରମ୍ବାର ଟେଣ୍ଡର…

ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କୁ ଡେଙ୍ଗୁ, କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ବର: ସାରା ରାଜ୍ୟରେ ଡେଙ୍ଗୁର ପ୍ରକୋପ ଅତି ଭୟଙ୍କର ଅବସ୍ଥାରେ ରହିଛି  । ଭୁବନେଶ୍ବରରେ କାୟା ବିସ୍ତାର କରିବାରେ ଲାଗିଛି ଡେଙ୍ଗୁ  । ଦିନକୁ ଦିନ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି  । ବିଏମସି ପକ୍ଷରୁ ଡେଙ୍ଗୁ ରୋକିବାକୁ ପ୍ରୟାସ ଜାରି ରହିଛି  । ତଥାପି ଲୋକେ…

ଆଜି ଶ୍ରୀମନ୍ଦିରରେ ପ୍ରଳମ୍ବାସୁର ବଧ ବେଶ

ପୁରୀ: ଆଜି ପବିତ୍ର ଭାଦ୍ରବ କୃଷ୍ଣପକ୍ଷ ଦ୍ବାଦଶୀ ତିଥି  । ଏହି ଅବସରରେ ଆଜି ଶ୍ରୀମନ୍ଦିରରେ ବଳଭଦ୍ର ମହାପ୍ରଭୂଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ ହେବ । ଦ୍ବାପର ଯୁଗରେ ଯେତେବେଳେ ଭଗବାନ ଶ୍ରୀକୃଷ୍ଣ ବୃନ୍ଦାବନରେ ଗୋପାଳକ ମାନଙ୍କ ସହ ଖେଳୁଥିଲେ  । ସେହି ସମୟରେ ଭଗବାନ…

ଆଜିଠୁ ବିଜେଡିର ମାଷ୍ଟର ଟ୍ରେନର ତାଲିମ କାର୍ଯ୍ୟକ୍ରମ: ୪ଟି ପର୍ଯ୍ୟାୟରେ ୮୦୦ କର୍ମୀଙ୍କୁ ଦିଆଯିବ ପ୍ରଶିକ୍ଷଣ

ଭୁବନେଶ୍ବର: ଆଜିଠୁ ଆରମ୍ଭ ହେବାକୁ ଯାଉଛି ବିଜେଡିର ମାଷ୍ଟର ଟ୍ରେନର ତାଲିମ କାର୍ଯ୍ୟକ୍ରମ । ପର୍ଯ୍ୟବେକ୍ଷକମାନଙ୍କ ବୈଠକରେ ସୁପ୍ରିମୋ ନବୀନ ପଟ୍ଟନାୟକ କର୍ମୀମାନଙ୍କୁ ପ୍ରଶିକ୍ଷଣ ପାଇଁ ଦେଇଥିବା ନିର୍ଦ୍ଦେଶ ଅନୁସାରେ ଦଳ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଛି । ଶଙ୍ଖ ଭବନରେ ଏହି ତାଲିମ…

ଥମୁନି ହାତୀ ଆତଙ୍କ: ହାତୀ ଆକ୍ରମଣରେ ଦୁଇ ବନ କର୍ମଚାରୀ ଗୁରୁତର

ବାରିପଦା: ଥମୁନି ହାତୀ ଆତଙ୍କ  । କେତେବେଳେ ହାତୀ ଆକ୍ରମଣରେ ମଣିଷ ଜୀବନ ଯାଉଛି ତ ଆଉ କେତେବେଳେ ହାତୀ ମୃତ୍ୟୁବରଣ କରୁଛି  । ଆଜି ଏମିତି କିଛି ଘଟଣା ଦେଖିବାକୁ ମିଳିଛି ବାରିପଦା ବନଖଣ୍ଡ ଅଧିନରେ ଥିବା ବେତନଟୀ ରେଞ୍ଜରେ  । ହାତୀ ଘଉଡାଇବା ବେଳେ ହାତୀ ହାବୁଡରେ ପଡିଛନ୍ତି ଫରେଷ୍ଟର ଓ ଜଣେ…

ଦୂର ହେବ ଶିକ୍ଷକ ଅଭାବ : ନିଯୁକ୍ତ ହେବେ ୨୦ ହଜାର ପ୍ରାଥମିକ ଶିକ୍ଷକ, ୧୩ରୁ ଆବେଦନ କରିବେ ଆଶାୟୀ

ଭୁବନେଶ୍ୱର: ନିଯୁକ୍ତି ପାଇବେ ୨୦ ହଜାର ପ୍ରାଥମିକ ଶିକ୍ଷକ । ଏ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି  ।  ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ୨୦ ହଜାର ପ୍ରାଥମିକ ଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆସନ୍ତା ୧୩ ତାରିଖରୁ ଆଶାୟୀ ପ୍ରାର୍ଥୀମାନେ ଓସେପା ୱେବସାଇଟ୍‌ରେ…

କେନ୍ଦ୍ରାପଡାରେ ଆତଙ୍କ: ମାଛ ଜାଲରେ ପଡିଲା କୁମ୍ଭୀର, ବନ ବିଭାଗକୁ ହସ୍ତାନ୍ତର କଲେ ମତ୍ସ୍ୟଜୀବୀ

କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲାରେ ଥମୁନି କୁମ୍ଭୀର ଆତଙ୍କ  । ଗତ କିଛି ଦିନ ହେବ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ କୁମ୍ଭୀର ଆତଙ୍କ ଦେଖିବାକୁ ମିଳୁଛି  । କୁମ୍ଭୀର ଆକ୍ରମଣରେ ବହୁ ଜୀବନ ହାନି ମଧ୍ୟ ଘଟୁଥିବା ଦୃଶ୍ୟ ସାମ୍ନାକୁ ଆସୁଛି  ।     ଆଜି କିନ୍ତୁ କିଛି ଭିନ୍ନ ଘଟଣା ଦେଖିବାକୁ…

ବଙ୍ଗୋପସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ ! ଆଜି ପାଇଁ ୧୯ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ

ଭୁବନେଶ୍ବର: ଆଜିଠୁ ରାଜ୍ୟରେ ପୁଣି ବଡ଼ ବର୍ଷା ସମ୍ଭାବନା । ଆସନ୍ତାକାଲି ଉତ୍ତର ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଯାହାର ପ୍ରଭାବରେ ଆଜିଠାରୁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ନେଇ ପୂର୍ବାନୁମାନ କରିଛି  ପାଣିପାଗ ବିଭାଗ । ଆଜି ପାଇଁ…